୬୦୦ବର୍ଷ ଧରି ସମୁଦ୍ର ମଧ୍ୟରେ ଛିଡ଼ା ହୋଇଛି ଏକ ବିସ୍ମୟ ମନ୍ଦିର ,ଯାହାର ସୁରକ୍ଷା କରିଥାଆନ୍ତି ଅନେକ ବିଷଧର ସାପ

Published By : Prameya-News7 Bureau | April 08, 2020 IST

ଆମ ଦେଶର ପ୍ରାଚୀନ କାଳର ଏଭଳି ସବୁ ମନ୍ଦିର ରହିଛି ଯାହା ଆଜି ବି ସେହିପରି ରହିଛି। ଆଜି ଆମେ ଆପଣଙ୍କୁ ଏପରି ଏକ ମନ୍ଦିର ବିଷୟରେ କହିବା ଯାହା ସମୁଦ୍ର ମଝିରେ ଛିଡ଼ା ହୋଇଛି। ୬୦୦ବର୍ଷର ଏହି ପୁରୁଣା ମନ୍ଦିର ବିଷୟରେ କୁହାଯାଇଥାଏ ଯେ ବିଷଧର ସାପମାନେ ଏହି ମନ୍ଦିରର ସୁରକ୍ଷା କରିଥାଆନ୍ତି। ଇଣ୍ଡୋନେସିଆର ଏକ ମନ୍ଦିର ସମୁଦ୍ରରେ ରହିଛି ଯାହା ଉଚ୍ଚ ଚଟାଣରେ ନିର୍ମାଣ ହୋଇଥିଲା।

{"id":250947,"sizeSlug":"large"}

 ଏପରି କୁହାଯାଇଥାଏ ଯେ ଏହି ଚଟାଣର ନିର୍ମାଣ ହଜାର ବର୍ଷ ପୂର୍ବରୁ ସମୁଦ୍ର ପାଣିର ଜୁଆରରୁ ହୋଇଥିବା କ୍ଷରଣର ଫଳସ୍ବରୂପ ହୋଇଛି। ଏହି ଅଦ୍ଭୁତ ମନ୍ଦିର ନିର୍ମାଣ ହେବାର କାହାଣୀ ମଧ୍ୟ ବଡ଼ ବିଚିତ୍ର। ଏହି ମନ୍ଦିରକୁ ‘ତନାହ ଲୋତ ମନ୍ଦିର’ ନାମରେ ଜଣା ଯାଏ ଯାହା ଇଣ୍ଡୋନେସିଆର ବାଲିରେ ଅବସ୍ଥିତ।

{"id":250949,"sizeSlug":"large"}

ସ୍ଥାନୀୟ ଭାଷାରେ ‘ତନାହ ଲୋତ’ର ଅର୍ଥ ସାମୁଦ୍ରିକ ଭୂମି କିମ୍ବା ସମୁଦ୍ରରେ ସ୍ଥଳ। ଏହି ମନ୍ଦିର ବାଲିରେ ସମୁଦ୍ର ତଟରେ ହୋଇଥିବା ସେହି ୭ଟି ମନ୍ଦିରରୁ ଗୋଟିଏ ଯାହାକୁ ଏକ ଶୃଙ୍ଖଳା ରୂପରେ ନିର୍ମାଣ କରାଯାଇଥିଲା। ଏହି ମନ୍ଦିରର ବିଶେଷତ୍ବ ହେଲା ପ୍ରତ୍ୟେକ ମନ୍ଦିରରୁ ଅନ୍ୟ ମନ୍ଦିର ପରିଷ୍କାର ଭାବେ ଦେଖାଯାଇଥାଏ। ଏହି ମନ୍ଦିର ଯେଉଁ ପଥରରେ ଦଣ୍ଡାୟମାନ ରହିଛି ତାହା ୧୯୮୦ମସିହାରେ ଦୁର୍ବଳ ହୋଇ ଭାଙ୍ଗିବାରେ ଲାଗିଥିଲା,ଯାହା ପରେ ମନ୍ଦିର ଏବଂ ଏହାର ଆଖପାଖ ଅଞ୍ଚଳକୁ ବିପଦଜନକ ଘୋଷିତ କରାଯାଇଥିଲା।

{"id":250950,"sizeSlug":"large"}

କିନ୍ତୁ ପରେ ଜାପାନ ସରକାର ଏହାର ସୁରକ୍ଷା ନିମନ୍ତେ ଇଣ୍ଡୋନେସିଆର ସରକାରଙ୍କୁ ସାହାଯ୍ୟ କରିଥିଲେ। ଏହାପରେ ସେହି ଚଟାଣ ଉପରେ କୃତ୍ରିମ ଚଟାଣ ଘୋଡ଼ାଯାଇ ଏକ ନୂଆ ରୂପ ଦିଆଯାଇଥିଲା। ତନାହ ଲୋତ ମନ୍ଦିରର ନିର୍ମାଣ ପଞ୍ଚଦଶ ଶତାବ୍ଦୀରେ ନିରର୍ଥ ନାମକ ଏକ ପୂଜାରୀ କରିଥିଲେ। ଏହି ପୂଜାରୀ ସମୁଦ୍ର ତଟର କୂଳରେ ଯାଇ ଏଠାକୁ ପହଞ୍ଚିଥିଲେ।

{"id":250951,"sizeSlug":"large"}

ଏହା ପରେ ଏହି ସ୍ଥାନର ସୌନ୍ଦର୍ଯ୍ୟ ତାଙ୍କୁ ପସନ୍ଦ ଆସିଥିଲା ଏବଂ ସେ ସେଠାରେ ମନ୍ଦିର ନିର୍ମାଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.