ଇଂଲଣ୍ଡ ବିପକ୍ଷରେ ଭାରତର ବିଜୟ ପାଇଁ ପ୍ରାର୍ଥନା କରିବେ ଏହିସବୁ ଟିମ : ଜାଣନ୍ତୁ କେଉଁ କେଉଁ ଟିମ

Published By : Prameya-News7 Bureau | June 27, 2019 IST

ମଞ୍ଚେଷ୍ଟର ୨୭/୬ : ବୁଧବାର ଦିନ ବିଶ୍ୱକପରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମ୍ୟାଚ ଥିଲା । ବର୍ତ୍ତମାନ ସୁଦ୍ଧା ଅଜୟ ଥିବା ନ୍ୟୁଜିଲାଣ୍ଡ ଟିମକୁ ୬ ୱିକେଟରେ ହରାଇ ପାକିସ୍ତାନ ସେମି ଫାଇନାଲରେ ପହଂଚିବା ଆଶାକୁ ଜୀବନ୍ତ ରଖିଛି । ଏହାସହ ବିଶ୍ୱକପ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନ ହାସଲ କରିଛି । ଯାହାଫଳରେ ବିଶ୍ୱକପ ଏବେ ରୋମାଞ୍ଚକ ସ୍ଥିତିରେ ପହଂଚିଛି ।

{"id":127705}

ପାକିସ୍ତାନ କ୍ରିକେଟ ଟିମ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ଥିଲା । ପାକିସ୍ତାନ ଏବେ ପର୍ଯ୍ୟନ୍ତ ୭ଟି ମ୍ୟାଚ ଖେଳିସାରିଛି । ୭ଟି ମ୍ୟାଚରୁ ପାକିସ୍ତାନ ୩ଟି ମ୍ୟାଚ ଜିତିଛି । ଏହାସହ ପାକିସ୍ତାନକୁ ୭ଟି ଅଙ୍କ ମିଳିଛି । ପାକିସ୍ତାନ ଚଳିତ ବିଶ୍ୱକପରେ ଆଉ ୨ଟି ମ୍ୟାଚ ଖେଳିବ । ଅଡି ୨ଟି ମ୍ୟାଚରେ ପାକିସ୍ତାନ ଆଫଗାନିସ୍ଥାନ ଏବଂ ବାଂଲାଦେଶ ସହ ଖେଳିବ ।

{"id":127706}

ସେମି ଫାଇନାଲରେ ନିଜ ସ୍ଥାନ ପକ୍କା କରିବା ପାଇଁ ପାକିସ୍ତାନକୁ ଏହି ଦୁଇଟି ମ୍ୟାଚ ଜିତିବାକୁ ହେବ । ଏହି ଦୁଇଟି ମ୍ୟାଚ ପାକିସ୍ତାନ ପାଇଁ ବହୁତ ମହତ୍ଵପୁର୍ଣ । ତେବେ ପାକିସ୍ତାନ ପାଇଁ ପ୍ରତ୍ୟେକ ମ୍ୟାଚ ସେମି ଫାଇନାଲ ଭଳି । କାରଣ ଯଦି ସେ ଗୋଟିଏ ବି ହାରିଯାଏ ତାହେଲେ ଏହି ଟୁର୍ନାମେଣ୍ଟରୁ ବାହାରିଯିବ ।

{"id":127707,"width":577,"height":371}

ଅଷ୍ଟ୍ରେଲିଆ ସେମି ଫାଇନାଲରେ ପ୍ରବେଶ କରିସାରିଛି । ସେମି ଫାଇନାଲରେ ପହଂଚିବା ପାଇଁ ନ୍ୟୁଜିଲାଣ୍ଡକୁ ଆଉ ଗୋଟିଏ ମ୍ୟାଚ ଜିତିବା ଆବଶ୍ୟକ । ଏହି ଦୁଇଟି ଟିମ ବ୍ୟତୀତ ଭାରତୀୟ ଟିମ ମଧ୍ୟ ବହୁତ ମଜବୁତ ସ୍ଥିତିରେ ଅଛି । ଆଉ ଗୋଟିଏ ମ୍ୟାଚ ଜିତିଲେ ଭାରତ ମଧ୍ୟ ସେମି ଫାଇନାଲରେ ପ୍ରବେଶ କରିବ । ଭାରତ ଆହୁରି ୫ଟି ମ୍ୟାଚ ଖେଳିବ ।

{"id":127704,"align":"center"}

ଅନ୍ୟ ଟିମ ସମ୍ପର୍କରେ କହିବାକୁ ଗଲେ, ଇଂଲଣ୍ଡ, ବାଂଲାଦେଶ ଏବଂ ପାକିସ୍ତାନର ୨-୨ ଟି ମ୍ୟାଚ ଖେଳିବାର ଅଛି । ସେମି ଫାଇନାଲରେ ପ୍ରବେଶ କରିବା ପାଇଁ ଏହିସବୁ ଟିମ ପାଇଁ କର ବା ମର ଭଳି ସ୍ଥିତି ରହିଛି । ଶ୍ରୀଲଙ୍କା ଟିମ ଆହୁରି ୩ଟି ମ୍ୟାଚ ଖେଳିବାକୁ ଅଛି ।

{"id":127708}

ଏଭଳି ସ୍ଥିତିରେ ଇଂଲଣ୍ଡ ଯଦି ଦୁଇଟି ଯାକ ମ୍ୟାଚ ହାରିଯାଏ ତାହେଲେ ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ସହଜରେ ସେମି ଫାଇନାଲରେ ପହଂଚିପାରିବେ । ଆଉ ଦୁଇଟି ମ୍ୟାଚରେ ଇଂଲଣ୍ଡ ଭାରତ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବା । ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ମଜବୁତ ଟିମ ।

{"id":127709,"width":582,"height":412}

ଖେଳ ବିଶେଷଜ୍ଞଙ୍କ କହିବାନୁଯାୟୀ, ଇଂଲଣ୍ଡ ଏହି ଦୁଇଟି ଟିମ ବିପକ୍ଷରେ ଗତ ୨୭ ବର୍ଷ ମଧ୍ୟରେ ଗୋଟିଏ ହେଲେ ମ୍ୟାଚ ଜିତିନାହିଁ । ଜୁନ ୩୦ ତାରିଖରେ ଇଂଲଣ୍ଡ ଭାରତ ବିପକ୍ଷରେ ଖେଳିବ । ଏହି କାରଣରୁ ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କା ପ୍ରାର୍ଥନା କରିବେ ଭାରତ ଏହି ମ୍ୟାଚରେ ଇଂଲଣ୍ଡକୁ ପରାସ୍ତ କରିଦେଉ । ଯାହାଫଳରେ ସେମାନଙ୍କ ସେମି ଫାଇନାଲକୁ ଯିବା ରାସ୍ତା ସଫା ହୋଇଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.