ଏହି ସବୁ ରାଜ୍ୟରେ ଏଣ୍ଟ୍ରି ପାଇଁ କରୋନା ନେଗେଟିଭ୍‌ ରିପୋର୍ଟ ଜରୁରୀ, ସନ୍ଦିଗ୍ଧଙ୍କୁ ବାଧ୍ୟତାମୂଳକ କ୍ବାରେଣ୍ଟାଇନ୍‌

Published By : Prameya-News7 Bureau | February 24, 2021 IST

ନୂଆଦିଲ୍ଲୀ ୨୪/୦୨: ଦେଶରେ କରୋନା ଭୂତାଣୁ ସଂକ୍ରମଣ ପୁଣି ଥରେ ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି କେନ୍ଦ୍ର ସମେତ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। କେତେବେଳେ ଲକ୍‌ଡାଉନ୍‌ ତ ପୁଣି କେତେବେଳେ କର୍ଫ୍ୟୁ ଫେରୁଥିବା ଦେଖିବାକୁ ମିଳୁଛି। ପ୍ରଥମେ ଦିଲ୍ଲୀ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ କରୋନା ନେଗଟେିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରିଥିଲା। ଏବେ ପୁଣି ଅନ୍ୟ ରାଜ୍ୟ ସମାନ  ନିୟମ ଆଣିଛନ୍ତି । ରାଜ୍ୟକୁ ପ୍ରବେଶ କରିବାକୁ ହେଲେ କରୋନା ନେଗେଟିଭ୍‌ ରିପୋର୍ଟ ଦରକାର।

ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ପଞ୍ଜାବରୁ ରାଜଧାନୀ ଦିଲ୍ଳୀକୁ ପ୍ରବେଶ କରିବାକୁ ହେଲେ ନେଗେଟିଭ୍‌ ରିପୋର୍ଟ ଦରକାର ପଡ଼ିବ। ଏହି ରିପୋର୍ଟ ଆରଟି ପିସିଆର ଟେଷ୍ଟର ହୋଇଥିବା ବେଳେ ଏହା ୭୨ ଘଣ୍ଟାରୁ ଅଧିକ ପୁରୁଣା ହେଲେ କାମ ଦେବନି। କେବଳ ନିଜ ଗାଡ଼ିରେ ଦିଲ୍ଲୀ ପ୍ରବେଶ କରୁଥିବା ଲୋକଙ୍କ ପାଇଁ ନିୟମ କୋହଳ ରହିଛି। ତେବେ ଏହି ନିୟମ ୨୬ ଫେବୃଆରୀରୁ ମାର୍ଚ୍ଚ ୧୫ ଯାଏ ଲାଗୁ କରାଯାଇଛି। ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ଆହୁରି ଅନେକ ରାଜ୍ୟ ଅନୁସରଣ କରିଛନ୍ତି।

କର୍ଣ୍ଣାଟକ- ମହାରାଷ୍ଟ୍ର ଏବଂ କେରଳରୁ କର୍ଣ୍ଣାଟକ ପ୍ରବେଶ କରିବାକୁ ଆରଟି ପିସିଆର ଟେଷ୍ଟ ଅନିବାର୍ଯ୍ୟ। କରୋନା ନେଗଟେିଭ୍‌ ରିପୋର୍ଟ ଦେଖାଇବା ପରେ ରାଜ୍ୟ ଭିତରକୁ ଏଣ୍ଟ୍ରି ମିଳିବ। ରିପୋର୍ଟ ୭୨ ଘଣ୍ଟା ମଧ୍ୟରେ ହୋଇଥିବା ଦରକାର।

କେରଳ- ରାଜ୍ୟରେ କରୋନା ନୂଆ କ୍ଲଷ୍ଟର ମିଳିବା ପରେ ନେଭେଟିଭ୍‌ ଆରଟି ପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। ଆନ୍ତଃରାଜ୍ୟ ଯାତ୍ରା ପୂର୍ବରୁ ନେଗେଟିଭ୍‌ ରିପୋର୍ଟ ଦେଖିଲେ ହିଁ ଟିକେଟ୍‌ ମିଳିବ।

ମହାରାଷ୍ଟ୍ର- ପୁଣି ଥରେ ସର୍ବାଧିକ କରୋନା ସଂକ୍ରମିତ ମହାରାଷ୍ଟ୍ରରୁ ଚିହ୍ନଟ ହେଉଥିବା ବେଳେ ରାଜ୍ୟ ସରକାର କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି। ଏବେ କରେଳରୁ ପୁନେ ଆସୁଥିବା ଲୋକଙ୍କ ପାଇଁ କରୋନା ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି।

ଉତ୍ତରାଖଣ୍ଡ- ତ୍ରିବେନ୍ଦ୍ର ରାଓ୍ବତ ମଧ୍ୟ ରାଜ୍ୟରେ କଡ଼ା ନିୟମ କରିଛନ୍ତି। ବିହାରରୁ ଉତ୍ତରାଖଣ୍ଡକୁ ଆସୁଥିବା ଲୋକେ ଆରଟି ପିସିଆର ଟେଷ୍ଟ କରିବା ଦରକାର। ଏହା ସହ ନେଗେଟିଭ୍‌ ରିପୋର୍ଟ ଦେଲେ ହିଁ ରାଜ୍ୟକୁ ଏଣ୍ଟ୍ରି ପାଇଁ ମିଳିବ ଅନୁମତି।


ଗୁଜୁରାଟ- ମହାରାଷ୍ଟ୍ରରେ ନୂଆ ମାମଲା ସାମ୍ନାକୁ ଆସିବା ପରେ  ପଡ଼ୋଶୀ ରାଜ୍ୟ ଗୁଜୁରାଟ ମଧ୍ୟ ଆଲର୍ଟ ହୋଇଛି। ନିଜ ରାଜ୍ୟକୁ ପ୍ରବେଶ କରୁଥିବା ଲୋକଙ୍କ ସ୍କ୍ରିନିଂ କରିବାକୁ ସୀମାବର୍ତ୍ତୀ ଜିଲ୍ଲାରେ ଚେକ୍‌ ପୋଷ୍ଟ ସ୍ଥାପନ ପାଇଁ ନିଷ୍ପତ୍ତି କରିଛନ୍ତି ସରକାର। ମହାରାଷ୍ଟ୍ରରୁ ଆସୁଥିବା ଲୋକେ ଆରଟି ପସିଆର ଟେଷ୍ଟ ରିପୋର୍ଟ ଦେବା ବାଧ୍ୟତାମୂଳକ।

ମଧ୍ୟପ୍ରଦେଶ- ମଧ୍ୟପ୍ରଦେଶର ସୀମାବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ମହାରାଷ୍ଟ୍ରରୁ ଆସୁଥିବା ଲୋକଙ୍କ ସ୍କ୍ରିନିଂ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.