Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ମୃତ୍ୟୁ ପରେ ମଧ୍ୟ ଏହି କଳାକାରଙ୍କୁ ମିଳିନଥିଲା ସମ୍ମାନ, ଜଣଙ୍କ ଚିତା ନିକଟରେ ଥିଲେ ମାତ୍ର ୪ଜଣ…

10/10/2019 at 10:47 AM

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଏମିତି କଳାକାର ଅଛନ୍ତି ଯେଉଁମାନଙ୍କ ମୃତ୍ୟୁ ପରେ ସମଗ୍ର ବିଶ୍ବ ଦୁଃଖ ପ୍ରକାଶ କରିଛନ୍ତି। ସେମାନଙ୍କ ଅନ୍ତିମ ଯାତ୍ରାରେ ଅନେକ ଲୋକ ସାମିଲ ହୋଇଛନ୍ତି। ହେଲେ ବଲିଉଡର କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ହିଟ୍‌ ହୋଇ ମଧ୍ୟ ତାଙ୍କ ଅନ୍ତିମ ସମୟରେ କେହି ସାମିଲ ହୋଇନଥିଲେ। ତେବେ ଜାଣନ୍ତୁ ଏହି ଷ୍ଟାରଙ୍କ ବିଷୟରେ।

ବିମି- ୧୯୭୭ ମସିହାରେ ଅଭିନେତ୍ରୀ ବିମି ବଲିଉଡରେ ଡେବ୍ୟୁ କରିଥିଲେ। ନିଜ ଅଭିନୟ ବଳରେ ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ। ପରଦାରେ ଦମଦାର ଅଭିନୟ କରି କୋଟି କୋଟି ସମ୍ପତ୍ତିର ମାଲିକାଣି ଥିଲେ ବିମି। ହେଲେ ମଦ୍ୟପାନ ଭଳି ଖରାପ ଅଭ୍ୟାସ ଓ ପାରିବାରିକ ସମସ୍ୟା ତାଙ୍କ କ୍ୟାରିଅର ନଷ୍ଟ କରିଦେଇଥିଲା।ଏଥିପାଇଁ ସେ ଆର୍ଥିକ ସଂକଟର ମଧ୍ୟ ସାମ୍ନା କରିଥିଲେ। ସରକାରୀ ଡାକ୍ତରଖାନାର ଜେନେରାଲ ୱାର୍ଡରେ ତାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତଶରୀରକୁ ଠେଲାରେ ମଶାଣି ଯାଏଁ ନିଆଯାଇଥିଲା। ବିମିଙ୍କ ଅନ୍ତିମ ଯାତ୍ରାରେ କେବଳ ୯ ଜଣ ଲୋକ ସାମିଲ ହୋଇଥିଲେ।

ଅଚଲା ସଚଦେବ- ଅଭିନେତ୍ରୀ ଅଚଲା ସଚଦେବ ନିଜ ଦମଦାର ଅଭିନୟ ଯୋଗୁଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁବ ପ୍ରତିଷ୍ଠା ଲାଭ କରିଥିଲେ। କିନ୍ତୁ ଅଚଲାଙ୍କ ଅନ୍ତିମ ଯାତ୍ରାରେ କେହି ସାମିଲ ହୋଇନଥିଲେ। ମୃତ୍ୟୁ ପରେ ତାଙ୍କୁ କୌଣସି ସମ୍ମାନ ମଧ୍ୟ ମିଳିନଥିଲା। ଏମିତିରେ ବି ତାଙ୍କ ପିଲାଛୁଆ ମୃତଶରୀର ନେବା ପାଇଁ ଡାକ୍ତରଖାନା ମଧ୍ୟ ଆସିନଥିଲେ।

ସୀତାରାମ ପାଂଚଲ- ସୀତାରାମ ନିଜ ବଲିଉଡ କ୍ୟାରିଅରରେ ଅନେକ ଆୟ କରିବା ସହ ବେଶ ଲୋକପ୍ରିୟତା ହାସଲ କରିଥିଲେ। ହେଲେ ଜୀବନର ଶେଷ ସମୟରେ ସୀତାରାମଙ୍କ ପାଖରେ ନିଜ ଚିକିତ୍ସା କରାଇବା ପାଇଁ ମଧ୍ୟ ଟଙ୍କା ନଥିଲା। ସେ କିଡନୀ ଓ ଲଂଗ୍ସ କ୍ୟାନସରରେ ଆକ୍ରାନ୍ତ ଥିଲେ। ୨୦୧୭ ମସିହା ଅଗଷ୍ଟ ମାସରେ ତାଙ୍କର ମୃତ୍ୟୁ ହୋଇଥିଲା।

୪- ସଦାଶିବ ଅମରାପୁରକର- ଅଭିନେତା ସଦାଶିବ ଖଳାନାୟକ ଭୂମିକାରେ ଅଧିକ ଅଭିନୟ କରୁଥିଲେ । ଏହା ସହ ସେ କମେଡି ରୋଲରେ ମଧ୍ୟ ନଜର ଆସୁଥିଲେ। ୨୦୧୪ ମସିହା ନଭେମ୍ବର ମାସରେ ତାଙ୍କ ମୃତ୍ୟୁ ହୋଇଥିଲା। ହେଲେ ତାଙ୍କ ଅନ୍ତିମ ଯାତ୍ରାରେ ଖୁବ କମ ବଲିଉଡ କଳାକାର ସାମିଲ ହୋଇଥିଲେ।

   Related Posts