Wednesday, November 13, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହି ୫ଜଣ ଷ୍ଟାରକିଡ୍ସମାନଙ୍କର ଅଭିନୟ ପ୍ରତି ନାହିଁ ଆଗ୍ରହ, ଅମିତାଭଙ୍କ ନାତୁଣୀ କରିବାକୁ ଚାହାନ୍ତି ଏହି କାମ…

ମୁମ୍ବାଇ୮|୧୧: ବଲିଉଡ ଷ୍ଟାରମାନଙ୍କ ପିଲାଛୁଆମାନେ ଅଧିକାଂଶ ସମୟ ଲାଇମ୍‌ଲାଇଟ୍‌ରେ ରୁହନ୍ତି।ଦର୍ଶକମାନେ ମଧ୍ୟ ଷ୍ଟାରକିଡ୍ଙ୍କ ବିଷୟରେ ଜାଣିବା ପାଇଁ ବେଶ ଉତ୍ସୁକ ଥାନ୍ତି।

ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଡେବ୍ୟୁ ନେଇ ଅନେକ ଖବର ସାମ୍ନାକୁ ଆସେ। ହେଲେ ନିକଟରେ ଡେଭିଡ ଲେଟରମ୍ୟାନଙ୍କ ଶୋରେ ଶାହରୁଖ ଖାନ କହିଥିଲେ ଯେ, ଆର୍ଯ୍ୟନ ଅଭିନୟ କରିବାରେ ରୂଚି ରଖିନାହାନ୍ତି।ଆର୍ଯ୍ୟନ ଫିଲ୍ମରେ କାମ କରିବାକୁ ପସନ୍ଦ କରନ୍ତି ନାହିଁ ।ଆର୍ଯ୍ୟନ ଜଣେ ଭଲ ଲେଖକ ବୋଲି ଶାହରୁଖ ଦର୍ଶକଙ୍କୁ କହିଥିଲେ।

ଜାକି ଶ୍ରଫଙ୍କ ପୁଅ ଟାଇଗର ଶ୍ରଫ ଗୋଟେ ପରେ ଗୋଟେ ହିଟ୍‌ ଫିଲ୍ମ କରୁଛନ୍ତି।କିନ୍ତୁ ଜାକିଙ୍କ ଝିଅ କୃଷ୍ଣା ଶ୍ରଫ କ୍ୟାମେରା ପଛରେ ରହିବା ପସନ୍ଦ କରନ୍ତି। କୃଷ୍ଣାଙ୍କୁ ଅନେକ ଥର ଟାଇଗର ଶ୍ରଫଙ୍କ ସହ ସ୍ପଟ୍‌ କରାଯାଇଛି। କୃଷ୍ଣା ନିଜେ ଥରେ କହିଥିଲେ ଯେ, ତାଙ୍କୁ ଅଭିନୟରେ କୌଣସି ଆଗ୍ରହ ନାହିଁ।

ସଞ୍ଜୟ ଦତ୍ତ ୧୯୮୭ରେ ରିଚା ଶର୍ମାଙ୍କୁ ବିବାହ କରିଥିଲେ।ସଞ୍ଜୟ ଓ ରିଚାଙ୍କ ଝିଅ ତ୍ରିଶଲା ମାଆଙ୍କ ମୃତ୍ୟୁ ପରେ ନ୍ୟୁୟର୍କରେ ରୁହନ୍ତି।ଏବେ ତ୍ରିଶଲା ଫ୍ୟାସନ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି।ସଞ୍ଜୟ ଦତ୍ତ ଅନେକ ଥର ଝିଅ ତ୍ରିଶଲାଙ୍କ ସହ ଫଟୋ ସେୟାର କରନ୍ତି। ଏକ ସାକ୍ଷାତକାରରେ ସଞ୍ଜୟ କହିଥିଲେ ଯେ, ତ୍ରିଶଲାଙ୍କୁ ଫିଲ୍ମରେ ଅଭିନୟ କରିବା ପାଇଁ କୌଣସି ଆଗ୍ରହ ନାହିଁ।  

ଆଦିତ୍ୟ ପଂଚୋଲିଙ୍କ ପୁଅ ସୁରଜ ପଂଚୋଲି ଇଣ୍ଡଷ୍ଟ୍ରିରେ ଖୁବ ଭଲ ଭାବେ ପରିଚିତ।ହେଲେ ତାଙ୍କ ଝିଅ ସନା ବିଷୟରେ ଅଧିକାଂଶ ଲୋକେ ଜାଣିନାହାନ୍ତି। ୨୮ବର୍ଷର ସନାଙ୍କୁ ଅନେକ ଫିଲ୍ମ ଅଫର ମିଳିଥିଲା ହେଲେ ସେ କେବେ କୌଣସି ଅଫର ଗ୍ରହଣ କରିନାହାନ୍ତି।  

ଅମିତାଭ ବଚ୍ଚନଙ୍କ ନାତୁଣୀ ଓ ଶ୍ବେତା ବଚ୍ଚନଙ୍କ ଝିଅ ନବ୍ୟା ନବେଲି ନନ୍ଦା ସୋସିଆଲ ମିଡିଆରେ ବେଶ ପପୁଲାର। ନବ୍ୟା ଦେଖିବା ପାଇଁ ଖୁବ ସୁନ୍ଦର। ହେଲେ ଏକ ସାକ୍ଷାତକାରରେ ସେ ନିଜେ କହିଥିଲେ ଯେ, ତାଙ୍କର ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେବାର ସ୍ବପ୍ନ ନାହିଁ। ସେ ବିଜ୍ଞାପନ ବା ଆଡଭାର୍ଟାଇଜିଂ ଜଗତରେ କାମ କରିବାକୁ ଚାହାନ୍ତି।

2009 Views

   ସମ୍ବନ୍ଧିତ ଖବର