ଆସୁଛି ମାଆଙ୍କ ନବରାତ୍ରି : ବ୍ରତ ପୂର୍ବରୁ ଘରେ ରଖନ୍ତୁ ଏହି ସବୁ ସାମଗ୍ରୀ

Published By : Prameya-News7 Bureau | September 26, 2019 IST

ନୂଆଦିଲ୍ଲୀ ୨୬/୯: ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏଥର ଶାରଦୀୟ ନବରାତ୍ରି ସେପ୍ଟେମ୍ବର ୨୯ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୭ତାରିଖ ଯାଏଁ ଚାଲିବ। ଏଥର ପୂରା ୯ଦିନ ମାଆଙ୍କ ଉପାସନା କରାଯିବ। ଅକ୍ଟୋବର ୮ତାରିଖ ଧୁମଧାମରେ ଦଶହରା ପାଳନ କରାଯିବ। ଏହା ବ୍ୟତୀତ ଅକ୍ଟୋବର ୮ତାରିଖରେ ଦୁର୍ଗାଙ୍କ ବିସର୍ଜନ କରାଯିବ। ନବରାତ୍ରି ଆରମ୍ଭ ହେବାର ପୂର୍ବରୁ କିଛି ବିଶେଷ ସାମଗ୍ରୀ ଘରକୁ ଆଣନ୍ତୁ। ଆସନ୍ତୁ ଜାଣିବା ନବରାତ୍ରି ସମୟରେ ଆପଣଙ୍କୁ କେଉଁ କେଉଁ ଜିନିଷର ଆବଶ୍ୟକତା ପଡ଼ିବ।

ଦେବୀ ପୂଜା ସାମଗ୍ରୀ :

wp:list
  • ମାଆଙ୍କ ମୂର୍ତ୍ତିୀ କିମ୍ବା ଫଟୋ ସ୍ଥାପନା ନିମନ୍ତେ ଆସ୍ଥାନ
  • ମାଆ ଦୁର୍ଗାଙ୍କ ଫଟୋ କିମ୍ବା ମୂର୍ତ୍ତିୀ
  • ମାଆଙ୍କ ଆସ୍ଥାନରେ ବିଛାଇବା ପାଇଁ ଲାଲ କିମ୍ବା ହଳଦିଆ କପଡ଼ା
  • ମାଆଙ୍କୁ ଅର୍ପଣ କରିବା ପାଇଁ ଲାଲ ଓଢ଼ଣୀ କିମ୍ବା ଶାଢ଼ୀ
  • ନଅ ଦିନ ପାଠ କରିବା ନିମନ୍ତେ ‘ଦୁର୍ଗାସପ୍ତସତୀ’ ବହି
  • କଳଶ
  • ଧୁଆ ହୋଇଥିବା ତାଜା ଆମ୍ବପତ୍ର
  • ଫୁଲ ମାଳା କିମ୍ବା ଫୁଲ
  • ଏକ ନଡ଼ିଆ
  • ପାନ
  • ଗୁଆ
  • ଅଳେଇଚ
  • ଲବଙ୍ଗ
  • କର୍ପୂର
  • ସିନ୍ଦୂର,କୁମକୁମ
  • ଡୋର,ସୂତା
  • ଚାଉଳ
/wp:list

ଅଖଣ୍ଡ ଦୀପ ଜଳାଇବା ପାଇଁ

wp:list
  • ପିତ୍ତଳ କିମ୍ବା ମାଟିର ସଫା ଦୀପ
  • ଘିଅ
  • ସଳିତା
  • ଦୀପରେ ଲଗାଇବା ପାଇଁ କୁମକୁମ କିମ୍ବା ସିନ୍ଦୂର
  • ଚାଉଳ
/wp:list

୯ଦିନ ପାଇଁ ଯଜ୍ଞ ସାମଗ୍ରୀ :

wp:list
  • ଯଜ୍ଞକୁଣ୍ଡ
  • ଆମ୍ବକାଠ
  • ଯଜ୍ଞକୁଣ୍ଡରେ ଲଗାଇବା ପାଇଁ କୁମକୁମ କିମ୍ବା ସିନ୍ଦୂର
  • କଳା ରାଶି
  • ଚାଉଳ
  • ଯବ
  • ଧୂପ
  • ଚିନି
  • ୫ଧରଣର ଡ୍ରାଏ ଫ୍ରୁଟସ୍
  • ଘିଅ
  • ଝୁଣା
  • ଗୁଗ୍ଗଳ 
/wp:list

.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.