ଗୁଗଲ୍ ପ୍ଲେ-ଷ୍ଟୋରରୁ ହଟିଲା ୬ ଆପ୍, ଆପଣଙ୍କ ସ୍ମାର୍ଟଫୋନ୍‌ରେ ଥିଲେ ତୁରନ୍ତ ଡିଲିଟ୍‌ କରନ୍ତୁ

Published By : Prameya-News7 Bureau | September 05, 2020 IST

ନୂଆଦିଲ୍ଲୀ ୦୫/୦୯: ପ୍ଲେ-ଷ୍ଟୋରରୁ ଆଉ ୬ ଆପ୍ଲିକେସନ ହଟାଇଲା ଗୁଗଲ୍‌ । କନଭେନିଏଣ୍ଟ ସ୍କାନର-୨ ଓ ସେଫ୍ଟି ଆପ୍ଲିକେସନ୍‌ ଗୁଗଲ ହଟାଇଛି, ଯେଉଁଥିରେ ମାଲଓ୍ବେର  ଛପି ରହୁଥିଲା । ଏହି ଲିଷ୍ଟରେ ପୁଶ୍‌ ମେସେଜ୍‌ ଟେକ୍ସଟିଂ ଆଣ୍ଡ ଏସଏମଏସ(Push Message-Texting and SMS),  ଇମୋଜି ଓ୍ବାଲପେପର୍ (Emoji Wallpaper), ସେପାରେଟ୍‌ ଡକ୍ ସ୍କାନର୍‌ (Separate Doc Scanner),  ଫିଙ୍ଗରଟିପ୍‌ ଗେମ୍‌ବକ୍ସ (Fingertip GameBox )  ମଧ୍ୟ ସାମିଲ ରହିଛି ।  

ଏଭଳି ମାରାତ୍ମକ ଆପ୍‌କୁ ଖୋଜି ପାଇଛନ୍ତି ସାଇବର ସିକ୍ୟୁରିଟି ରିସର୍ଚ୍ଚର । ଏହିସବୁ ଆପ୍‌ଗୁଡ଼ିକରେ ଜୋକର ମାଲଓ୍ବେର ରହିଥିଲା । ଯେତେ ଶୀଘ୍ର ଏହିସବୁ ଆପ୍‌ଗୁଡ଼ିକୁ ଡିଲିଟ୍‌ କରିବା ପାଇଁ ୟୁଜର୍ସଙ୍କୁ ପରାମର୍ଶ ଦିଆଯାଇଛି ।

 ସାଇବର ସିକ୍ୟୁରିଟି ଫର୍ମ ପ୍ରେଡିଓ ଅନୁସାରେ, ଯେଉ ସ୍ମାର୍ଟ ଫୋନ୍‌ରେ ଜୋକର ମାଲଓ୍ବେର ଆସିଯାଏ, ସେଥିରେ ୟୁଜରଙ୍କ ଅଜାଣତରେ ପ୍ରିମିୟମ ସେବା ସବୁ ସବସ୍କ୍ରାଇବ୍ ହୋଇଯାଏ । ଗତ ୩ ବର୍ଷରେ ପ୍ଳେ ଷ୍ଟୋରରୁ ଜୋକର ମାଲଓ୍ବେର ଥିବା ୧୭୦୦ ଆପ୍‌ ହଟାଇସାରିଛି ଗୁଗଲ । ତେବେ ଏହି ୬ ଆପ୍ଲିକେସନକୁ ୨ ଲକ୍ଷରୁ ଅଧିକ ଥର ଡାଉନଲୋଡ କରାଯାଇଥିବା ଜଣାପଡ଼ିଛି । ତେଣୁ ଏହି ଆପ୍‌ଗୁଡ଼ିକୁ ଖୁବଶୀଘ୍ର ଡିଲିଟ କରିବାକୁ ମୋବାଇଲ୍‌ ୟୁଜରମାନଙ୍କୁ ପରାମର୍ଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.