ଗାୟକରୁ ଅଭିନେତା ହେବା ଆଶାରେ ଏମାନେ ବରବାଦ କରି ଦେଇଥିଲେ ନିଜ କ୍ୟାରିୟର

Published By : Prameya-News7 Bureau | September 15, 2019 IST

ମୁମ୍ବାଇ ୧୫/୯: ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି ଅନେକ ଗାୟକ ଅଛନ୍ତି,ଯେଉଁମାନେ ଅଭିନେତା ହେବା ସହ ଗୀତ ଗାଇବା ଜାରି ରଖିଛନ୍ତି  କିନ୍ତୁ ଏପରି କେତେକ ଗାୟକ ଅଛନ୍ତି ଯେଉଁମାନେ ଗାୟକରୁ ଅଭିନେତା ହେବା ଆଶାରେ ନିଜ କ୍ୟାରିୟର ବରବାଦ କରି ସାରିଲେଣି। ଆଜି ଆମେ ଜାଣିବା ଏପରି କିଛି ବଲିଉଡ ଗାୟକଙ୍କ ବିଷୟରେ

{"id":157913}

୧. ହନି ସିଂହ : ହନି ସିଂହ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସୁପରହିଟ୍ ଗୀତ ଦେଇଛନ୍ତି। ତାଙ୍କ ଗୀତ ଆଲବମ୍ ସବୁବେଳେ ହିଟ୍ ହୁଏ। କିନ୍ତୁ ସଫଳ ସିଙ୍ଗିଙ୍ଗ କ୍ୟାରିୟର ହେବା ପରେ ସେ ଫିଲ୍ମରେ ଅଭିନୟ କରିବା ଆରମ୍ଭ କରି ଦେଇଥିଲେ । ସେ ‘ଦ ଏକ୍ସପୋଜ’ ,‘ଜୋରାଓ୍ବର’ ଭଳି ଫିଲ୍ମରେ କାମ କରିଥିଲେ। କିନ୍ତୁ ତାଙ୍କ ଅଭିନୟ କ୍ୟାରିୟରରେ ସେ ସଫଳତା ପାଇନଥିଲେ।

{"id":157914}

୨. ହିମେଶ ରେଶମିୟାଁ : ହିମେଶ ରେଶମିୟାଁ ବଲିଉଡର ଜଣେ ଜଣାଶୁଣା ଗାୟକ ଏବଂ ମ୍ୟୁଜିକ୍ କମ୍ପୋସର। ଏହା ବ୍ୟତୀତ ହିମେଶ ରେଶମିୟାଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରଡ୍ୟୁସର,ଡାଇରେକ୍ଟର,ଡିଷ୍ଟ୍ରିବ୍ୟୁଟର ଏବଂ ଷ୍ଟୋରି ରାଇଟର ଭାବେ ମଧ୍ୟ କାମ କରନ୍ତି। ସେ ମଧ୍ୟ ଫିଲ୍ମରେ ଅଭିନୟ କରି ଫ୍ୟାନଙ୍କୁ ଆକର୍ଷିତ କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ସଫଳ ହୋଇପାରିନଥିଲେ। ହିମେଶ ତେରା ସୁରୁର,କର୍ଜ,ଆପକା ସୁରୁର, ଦ ଏକ୍ସପୋଜ,କଜରାରେ,ଦମାଦମ,ରେଡିଓ ଭଳି ଫିଲ୍ମରେ ହିମେଶ ଅଭିନୟ କରିଥିଲେ।

{"id":157915,"width":587,"height":488}

୩. ସୋନୁ ନିଗମ : ସୋନୁ ନିଗମ ନିଜ କ୍ୟାରିୟରରେ ଅନେକ ସୁପରହିଟ୍ ଆଲବମ୍ ଗୀତ ଦେଇଛନ୍ତି। ତାଙ୍କ ଗୀତକୁ ଫ୍ୟାନମାନେ ବହୁତ ପସନ୍ଦ କରୁଥିଲେ। ଗୀତ ଗାଇବା ସହ ସେ ଫିଲ୍ମରେ ଅଭିନୟ କରିବା ମଧ୍ୟ ଆରମ୍ଭ କରି ଦେଇଥିଲେ। କିନ୍ତୁ ତାଙ୍କ ଅଭିନୟ ଫ୍ୟାନଙ୍କୁ ପସନ୍ଦ ଆସିନଥିଲା। ସେ କରିଥିବା ଫିଲ୍ମ ଗୁଡ଼ିକ ଜାନି ଦୁଶମନ,କାଶ ଆପ ହମାରେ ହୋତେ ଏବଂ ଲଭ ଇନ୍ ନେପାଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.