ଅକ୍ଟୋବର ୨୮ ତାରିଖରୁ ଖୋଲିଯିବ ଏହି ୫ ରାଶି ଜାତକଙ୍କ ଭାଗ୍ୟ, ଆପଣଙ୍କ ରାଶି ନାହିଁ ତ ଏଥିରେ ?

Published By : Prameya-News7 Bureau | October 28, 2019 IST

ରାଶି ଚକ୍ରର ୧୨ଟି ଭାଗ ଗୋଟିଏ ଗୋଟିଏ ରାଶି ଲାଗି ଉଦ୍ଧିଷ୍ଟ, ଯାହା ଜ୍ୟୋତିଷ ଆଧାରିତ। ପ୍ରତ୍ୟେକ ରାଶି ସୂର୍ଯ୍ୟଙ୍କ କ୍ରାନ୍ତି ବୃତ୍ତ (ଏକ୍ଲିପ୍ଟିକ୍)ରେ ଆସୁଥିବା ଗୋଟିଏ ଗୋଟିଏ ତାରା ମଣ୍ଡଳ ସହ ସମ୍ବଦ୍ଧିତ ଥାନ୍ତି।  ଏହି ସବୁ ତାରାଣ୍ଡଳ  ଗୋଟିଏ ଗୋଟିଏ ରାଶି ନାମରେ ଚିହ୍ନିତ ହୋଇଥାନ୍ତି । ଅକ୍ଟୋବର ୨୮ ତାରିଖରୁ ରାଶି ଚକ୍ରରେ ପରିବର୍ତ୍ତନ ହେଉଥିବା ଜ୍ୟୋତିଷୀୟ ସୂଚନାରୁ ଜଣାପଡେ। ଫଳରେ ୫ ରାଶିଙ୍କ ଭାଗ୍ୟ ଅଚାନକ ଚମକିବ ବୋଲି ଜ୍ୟୋତିଷ ଦାବି କରନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ରାଶିଙ୍କର ଏବେ ଖୋଲିବ ଭାଗ୍ୟ ।

{"id":175953}

ମିଥୁନ : ଅକ୍ଟୋବର ୨୮ ତାରିଖରୁ ମିଥୁନ ରାଶି ଜାତକଙ୍କ ଭାଗ୍ୟରେ ପରିବର୍ତ୍ତନ ଅନୁଭବ କରିବେ। ଜୀବନରେ ଭୋଗୁଥିବା ସମସ୍ୟାର ଅନ୍ତ ହେବ। ଯଦି ବ୍ୟବସାୟ କରୁଥାନ୍ତି ତେବେ ସଫଳତା ନିଶ୍ଚିତ ମିଳିବ। ଚାକିରୀ କରୁଥିଲେ ପଦୋନ୍ନତିର ସମୟ ଉପଗତ ବୋଲି ଜାଣନ୍ତୁ। କେବଳ ସେତିକି ନୁହେଁ  ପ୍ରିୟ ମିତ୍ରଙ୍କ ସହ ସାକ୍ଷାତର ସମ୍ଭାବନା ଥିବା ବେଳେ ଆର୍ଥିକ ସମସ୍ୟା ସମାଧାନ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ଏଥିରେ ଆପଣ ସଫଳ ହେବା ନିଶ୍ଚିତ। ଆପଣଙ୍କ କାର୍ଯ୍ୟପ୍ରଣାଳୀରେ ସୁଧାର ହେବ।

{"id":175954}

ସିଂହ ଓ ଧନୁ : ଏହି ୨ ରାଶିଙ୍କ ଭାଗ୍ୟ ୨୮ ତାରିଖରୁ ଚମକିବାରେ ଲାଗିବ। ଘରେ ମାଙ୍ଗଳିକ କାର୍ଯ୍ୟକ୍ରମର ଆୟୋଜନ ସହ ପାରିବାରିକ ଜୀବନ ଆନନ୍ଦମୟ ହେବ। ଏବେ ଲାଭର ଅନେକ ସୁଅବସର ମିଳିବ। କୌଣସି ବ୍ୟକ୍ତିଙ୍ଗ ମାର୍ଗ ଦର୍ଶନ ଜୀବନର ସୁଖସମୃଦ୍ଧି ରାସ୍ତା ଖୋଲିଦେବ। ବ୍ୟବସାୟରୁ ସଫଳତା ମିଳିବା ସହ ଆୟ ବୃଦ୍ଧିର ସୂଚନା ମିଳୁଛି। ଚାକିରୀ କରୁଥିଲେ ପଦୋନ୍ନତୀର ସମ୍ଭାବନା ରହିଛି। ଜୀବନରେ ଏପର୍ଯ୍ୟନ୍ତ ଚାଲିଆସୁଥିବା ସମସ୍ୟାରୁ ମୁକ୍ତ ହେବେ।

{"id":175956,"align":"center","width":409,"height":502}

ବୃଷଭ ଓ କନ୍ୟା:  ଅକ୍ଟୋବର୨୮ରୁସମୟ ପରିବର୍ତ୍ତନ ସହ ଏହି ୨ ରାଶିଙ୍କ ଭାଗ୍ୟରେ ମଧ୍ୟ ପରିବର୍ତ୍ତନ ହେବ। ସାମାଜିକ ମାନସମ୍ମାନ ବୃଦ୍ଧି ସାଙ୍ଗକୁ ଏପର୍ଯ୍ୟନ୍ତ ଭୋଗୁଥିବା ସମସ୍ୟାରୁ ମୁକ୍ତି ପାଇବେ। ଯଦି ବ୍ୟବସାୟ କରୁଥାନ୍ତି ତେବେ ଏଥିରେ ବିସ୍ତାରର ସମ୍ଭାବନା ରହିଛି। ଭାଗୀଦାରୀ ବ୍ୟବସାୟ କରୁଥିଲେ ଲାଭର ପରିମାଣ ବୃଦ୍ଧି ହେବ। ଭାବିଥିବା ସମସ୍ତ କାର୍ଯ୍ୟ ପୁରଣ ହେବ। ଆଇନ କାନୁନ ଆପଣଙ୍କ ସପକ୍ଷରେ ରହିବ। ଚାକିରୀ କରୁଥିଲେ ପଦୋନ୍ନାତିର ଯୋଗ ରହିଛି।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.