ଫୋନ୍ରେ ଏହି ସେଟିଂ କଲେ ୫ଜି ସ୍ପିଡ୍ରେ ଚାଲିବ ଇଣ୍ଟରନେଟ୍
25/09/2019 at 1:35 PM

ଆଜିକାଲି ସମସ୍ତଙ୍କ ଫୋନ୍ରେ ଇଣ୍ଟଟରନେଟର ସୁବିଧା ଉପଲବ୍ଧ ରହିଛି। ଯେଉଁଥିପାଇଁ ସମଗ୍ର ବିଶ୍ବର ଲୋକେ ପରସ୍ପରଙ୍କ ସହ କନେକ୍ଟ ହେଉଛନ୍ତି। ହେଲେ ଏହି ମର୍ଡନ ଟେକ୍ନଲୋଜି ବ୍ୟବହାର କରିବା ପରେ ମଧ୍ୟ ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନଙ୍କ ଇଣ୍ଟରନେଟ୍ ସଠିକ୍ ସ୍ପିଡ୍ରେ ଚାଲେନାହିଁ।
ତେବେ ଏମିତି ଏକ ଉପାୟ ବିଷୟରେ ଜାଣନ୍ତୁ ଯାହା ଦ୍ବାରା ଇଣ୍ଟରନେଟ ୫ଜି ସ୍ପିଡ୍ରେ ଚଲାଇହେବ। ଏଥିପାଇଁ ଫୋନ୍ରେ କିଛି ସାମାନ୍ୟ ସେଟିଂରେ କରିବାକୁ ପଡିବ।
୧- ଇଣ୍ଟରନେଟ୍ର ସ୍ପିଡ୍ର ଫାଇଦା ଉଠାଇବାକୁ ହେଲେ ୟୁସି ବ୍ରାଉଜରର ବ୍ୟବହାର କରିବାକୁ ପଡିବ। ଫଳରେ ଇଣ୍ଟରନେଟର ସ୍ପିଡ ଦୁଇଗୁଣା ଅଧିକ ହୋଇଯିବ।

୨- ଫୋନ୍ରେ ଭୋଲଟି ଏନାବେଲ୍ ଥିବା ଦରକାର। ଏଥିପାଇଁ ଫୋନ୍ ସେଟିଂରେ ଯାଇ ସିକକାର୍ଡ ଅପସନରେ କ୍ଲିକ କଲେ ଭୋଲଟି ଅପସନ ଆସିବ। ଏହା ଏନାବଲ କଲେ ଫୋନ୍ରେ ଇଣ୍ଟରନେଟ ସ୍ପିଡ ଭଲ ଆସିବ।
୩- ଭିପିଏନର ବ୍ୟବହାର କଲେ ନିଜ ଇଣ୍ଟରନେଟର ସ୍ପିଡ ୨ ଗୁଣା ଅଧିକ ହେବ। ଏଥିପାଇଁ ପ୍ଲେଷ୍ଟୋରକୁ ଯାଇ ଭିପିଏନ ନାମକ ଆପ ଡାଉନଲୋଡ କରିବାକୁ ହେବ।
ଏହି ୩ଟି ସେଟିଂ କଲେ ଫୋନ୍ର ଇଣ୍ଟରନେଟ ସ୍ପିଡ୍ରେ ଅନ୍ତର ଜାଣିପାରିବେ।