ଅକ୍ଟୋବର ୧ ତାରିଖରୁ ବଦଳିଯିବ ଏହିସବୁ ନିୟମ ! ସାଧାରଣ ଲୋକଙ୍କ ଜୀବନରେ ପକାଇପାରେ ପ୍ରଭାବ

Published By : Prameya-News7 Bureau | September 30, 2020 IST

ନୂଆଦିଲ୍ଲୀ ୩୦/୦୯ କରୋନା କାଳରେ ସରକାର ଅନେକ ରିହାତି ଦେଇଛନ୍ତି ଯାହାର ସମୟସୀମା ସେପ୍ଟେମ୍ବର ୩୦ ତାରିଖରେ ଶେଷ ହେଉଛି । ଅକ୍ଟୋବର ୧ ତାରିଖରୁ ବ୍ୟାଙ୍କ, ବାହାନ, ଡ୍ରାଇଭିଙ୍ଗ କଇସେନ୍ସ ଓ ଜିଏସଟି ରିଟର୍ନ ସମେତ ଅନେକ ନିୟମ ପରିବର୍ତ୍ତନ ହେଉଛି । ଜାଣନ୍ତୁ ଅକ୍ଟୋବର ୧ ତାରିଖରୁ କେଉଁ କେଉଁ ନିୟମ ପରିବର୍ତ୍ତନ ହେଉଛି ଏବଂ ଏଥିରୁ ସାଧାରଣ ଜନତାଙ୍କର କଣ ଲାଭ ଓ କ୍ଷତି ହେବ ।

ଏସବିଆଇ ଋଣ ଟଙ୍କାର ସୁଧ ଦରକୁ ରେପୋ ରେଟ୍ ସହ ଯୋଡିବାକୁ ଯାଉଛି । ଏଥିରୁ ଗ୍ରାହକଙ୍କୁ ୦.୩୦ ପ୍ରତିଶତ ଯାଏଁ ଶସ୍ତା ଦରରେ ଘର ଓ ଗାଡି ଋଣ ମିଳିପାରିବ । ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ଇଣ୍ଡିଆନ୍ ବ୍ୟାଙ୍କ, ଫେଡେରାଲ୍ ବ୍ୟାଙ୍କ ମଧ୍ୟ ଏହି ନିୟମ ଲାଗୁ କରିବେ ।

ଏସବିଆଇ ମେଟ୍ରୋ ସହରମାନଙ୍କରେ ସର୍ବନିମ୍ନ ବାଲାନ୍ସ ସୀମା ୫ ହଜାରରୁ କମ କରି ୩ ହଜାର କରିବାକୁ ଯାଉଛି । ସହରମାନଙ୍କରେ ସର୍ବନିମ୍ନ ବାଲାନ୍ସ ନ ରଖିଲେ ଶୁଳ୍କ ଦେବାକୁ ହେବ । ୭୫ ପ୍ରତିଶତରୁ କମ ରାଶି ଥିଲେ ଯେଉଁଠି ପୂର୍ବରୁ ୮୦ ଟଙ୍କା ଜିଏସଟି ଲାଗୁଥିଲା ବର୍ତ୍ତମାନ ୧୫ ଟଙ୍କା ଦେବାକୁ ହେବ । ୫୦ ରୁ ୭୫ ପ୍ରତିଶତ ରାଶି କମ ହେଲେ ୧୨ ଟଙ୍କା ଜିଏସଟି ଲାଗିବ ।

{"id":336728,"sizeSlug":"large"}

ସାରା ଦେଶରେ ଡ୍ରାଇଭିଙ୍ଗ ଲାଇସେନ୍ସ, ବାହାନ ପଞ୍ଜିକରଣ ପ୍ରମାଣପତ୍ର ରଙ୍ଗ, ଡିଜାଇନ୍ ଓ ସୁରକ୍ଷା ଫିଚର୍ ଏକାଭଳି ହେବ । ସ୍ମାର୍ଟ ଡ୍ରାଇଭିଙ୍ଗ୍ ଲାଇସେନ୍ସ ଓ ଆର୍‌ସିରେ ମାଇକ୍ରୋଚିପ କ୍ୟୁଆର୍ କୋଡ଼୍ ରହିବ । ଯାହାଫଳରେ ପୁରୁଣା ରେକର୍ଡ ଲୁଚାଇ ହେବନାହିଁ । କ୍ୟୁ ଆର୍ କୋଡ଼୍ ରିଡ଼୍ କରିବାକୁ ଟ୍ରାଫିକ ପୋଲିସକୁ ହ୍ୟାଣ୍ଡି ଟ୍ରାକିଙ୍ଗ୍ ଡିଭାଇସ୍ ଦିଆଯିବ । ଡ୍ରାଇଭିଙ୍ଗ ସମୟରେ ଡିଏଲ ଓ ଆର୍‌ସି ପାଖରେ ରଖିବା ଆବଶ୍ୟକ ନାହିଁ ।

୫ କୋଟିରୁ ଅଧିକ ଟର୍ଣ୍ଣ ଓଭର୍ ଥିବା ବ୍ୟବସାୟୀଙ୍କ ପାଇଁ ଜିଏସଟି ରିଟର୍ନ ଫର୍ମ ବଦଳିଯିବ । ଏମାନଙ୍କୁ ଅନିବାର୍ଯ୍ୟ ଭାବେ ଜିଏସଟି ଏଏନଏକ୍ସ-୧ ଫର୍ମ ଭରିବାକୁ ପଡିବ ।

କରୋନା କାଳରେ ଏପ୍ରିଲ ମାସରୁ ଅଭାବୀ ପରିବାର ପାଇଁ ଉଜ୍ଜ୍ଵଳା ଯୋଜନାରେ ଫ୍ରିରେ ଗ୍ୟାସ ସିଲିଣ୍ଡର ଦିଆଯାଉଥିଲା ଯାହାର ସମୟସୀମା ସେପ୍ଟେମ୍ବର ୩୦ ତାରିଖରେ ଶେଷ ହୋଇଛି | ଅର୍ଥାତ କାଲିଠାରୁ ଉଜ୍ଜ୍ଵଳା ଯୋଜନାରେ ଫ୍ରି ଗ୍ୟାସ ସିଲିଣ୍ଡର ନ ମିଳିପାରେ |

{"id":336729,"sizeSlug":"large"}

ଆର୍ଥିକ ବର୍ଷ ୨୦୧୮-୧୯ ଆୟକର ରିଟର୍ନ ଭରିବାର ଶେଷ ତାରିଖ ସେପ୍ଟେମ୍ବର ୩୦ ତାରିଖ | କରୋନା ମହାମାରୀ ଯୋଗୁଁ ଏହାର ସମୟସୀମା ଦୁଇଥର ବଢ଼ାଇ ଦିଆଯାଇଛି | ଯଦି ଆଗକୁ ସମୟସୀମା ନ ବଢ଼ାଯାଏ ତାହାଲେ ସମସ୍ୟା ହୋଇପାରେ |

ଅଟଳ ପେନସନ ଯୋଜନା ହିତାଧିକାରୀଙ୍କୁ ଖାତା ନିୟମିତ କରାଇନେବା ଜରୁରୀ | ଯଦି ଏଭଳି ନ କରନ୍ତି ତାହେଲେ ଆଗକୁ ଜରିମାନା ଦେବାକୁ ପଡିପାରେ | ୨୦୨୦ ଜୁନ ଯାଏଁ ଅଟୋ-ଡେବିଟ୍ ସୁବିଧା ବନ୍ଦ କରିଦିଆଯାଇଥିଲା | 

ଖାଦ୍ୟ ମନ୍ତ୍ରାଳୟ କରୋନା ମହାମାରୀ ସମୟରେ ରାସନ କାର୍ଡକୁ ଆଧାର କାର୍ଡ ସହ ଯୋଡିବାକୁ ସମୟସୀମା ସେପ୍ଟେମ୍ବର ୩୦ ତାରିଖ ଯାଏଁ ବଢାଇଥିଲେ | ରାସନ କାର୍ଡକୁ ଆଧାର କାର୍ଡ ସହ ବୁଧବାର ସୁଦ୍ଧା ଲିଙ୍କ କରାଇ ପାରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.