Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||

ସେପ୍ଟେମ୍ବର ୧ ତାରିଖରୁ ଦେଶରେ ବଦଳିବ ଏହି ସବୁ ନିୟମ, ପ୍ରଭାବିତ ହୋଇପାରେ ଆପଣଙ୍କ ପକେଟ ଓ ସ୍ୱାସ୍ଥ୍ୟ

25/08/2019 at 5:02 PM

ନୂଆଦିଲ୍ଲୀ :  ସେପ୍ଟେମ୍ବର ୧ ତାରିଖରୁ ଦେଶରେ ଅନେକ ନୀତି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଏଥିରେ ଘର କ୍ରୟ କରିବା ପୂର୍ବାପେକ୍ଷା ଶସ୍ତା ହେବାକୁ ଯାଉଥିବା ବେଳେ ବେପରୁଆ ବାହନ ଚାଳକଙ୍କ ଲାଗି ଏଣିକି ସାବଧାନତାର ସହ ବାହନ ପ୍ରୟୋଗ କରିବା ଜରୁରି ହୋଇପଡିବ। ଏବେ ଆପଣଙ୍କ ସ୍ୱାସ୍ଥ୍ୟର ସୂଚନା ବି ଆପଣଙ୍କୁ ସରକାର ଦେବେ। ତେବେ ଆସନ୍ତୁ ଜାଣିବା ସେପ୍ଟେମ୍ବର ମାସରୁ ଲାଗୁ ହେବାକୁ ଯାଉଥିବା ଖାସ୍ ନିୟମ ସମ୍ପର୍କରେ ଯାହା ଆପଣଙ୍କ ପକେଟ୍ ଓ ସ୍ୱାସ୍ଥ୍ୟ ଉପରେ ପଡିବାକୁ ଯାଉଛି।

ଏଥିରେ ପ୍ରଥମ କଥା ହେଲା ୧ ସେପ୍ଟେମ୍ବରରୁ ଦେଶରେ ଟ୍ରାଫିକ ନିୟମ ଉଲ୍ଲଂଘନ ଲାଗି ଆଗ ଭଳି ପୋଲିସ ଆଉ ଧମକଚମକ୍ ଦେଇ ଛାଡି ଦେବନି। ଏବେ ମୋଟା ରକମର ଜରିମାନା ବି ଆଦାୟ କରିବ। ସେପ୍ଟେମ୍ବର ୧ ତାରିଖରୁ ସରକାର ମୋଟର ଯାନ (ସଂଶୋଧନ) ଅଧିନିୟମରେ ଉପବନ୍ଧ ୬୩ ଲାଗୁ କରିବେ। ଏଣୁ ଟ୍ରାଫିକ ନିୟମରେ ଅନେକ ପରିବର୍ତ୍ତନ ହେବାକୁ ଥିବା ବେଳେ ଦେଶର ୩୦ ବର୍ଷ ପୁରୁଣା ଟ୍ରାନ୍ସପୋର୍ଟେସନ ଲ ବଦଳିଯିବ। ପ୍ରତ୍ୟେକ ସଡକ ବ୍ୟବହାରକାରୀଙ୍କ ବୀମା ଅନିବାର୍ଯ୍ୟ ହେବାକୁ ଥିବା ବେଳେ ଖରାପ ସଡକ ଲାଗି ସଡକ ନିର୍ମାଣକାରୀ କମ୍ପାନୀ ଦାୟି ହେବେ। ଟ୍ରାଫିକ ନିୟମ ଭାଙ୍ଗିଲେ ମୋଟା ରକମର ଜରିମାନା ମଧ୍ୟ ଆଦାୟ ହେବ। ସେହିପରି ବୀମାକମ୍ପାନୀମାନେ ସେପ୍ଟେମ୍ବର ମାସରୁ ସବୁ ପ୍ରକାର ବାହନର ଅନଲାଇନ ଡ୍ୟାମେଜ ବୀମା ବ୍ୟବସ୍ଥା ଆରମ୍ଭ କରିବେ। ଏଥିରେ ବନ୍ୟା, ବାତ୍ୟା, ଭୂମିକମ୍ପ, ଦଙ୍ଗା ଆଦିରେ କ୍ଷତିଗ୍ରସ୍ତ ହେଉଥିବା ଯାନବାହନ ଲାଗି ପୃଥକ ବୀମା କରିବେ।

ଏଣିକି ଫଟାଫଟ ହେବ ଶୁଲ୍କସମ୍ବଦ୍ଧିତ ସମସ୍ୟାର ସମାଧାନ ହେବ। ସେପ୍ଟେମ୍ବର ମାସରୁ ସରକାର ପୁରୁଣା ଶୁଳ୍କ ସମ୍ବଦ୍ଧିତ ମାମଲାଗୁଡିକର ତୁରନ୍ତ ଫୈସଲା ନିମନ୍ତେ ମାଫି ଯୋଜନା କାର୍ଯ୍ୟକାରୀ କରିବେ। ୪ ମାସ ପାଇଁ କାର୍ଯ୍ୟକାରୀ ହେବାକୁ ଯାଉଥିବା ଯୋଜନାରେ ବକେୟା ଶୁଳ୍କ ପୈଠ କରିହେବ। ସେହିପରି ଶୁଳ୍କ ପୈଠ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ବି ହେବନି ବରଂ ପେନାଲ୍ଟିରୁ ରିହାତି ମିଳିବ। ଏହା ଛଡା ତମ୍ବାଖୁ ଓ ସିଗାରେଟ ଆଦି କମ୍ପାନୀମାନେ ସେମାନଙ୍କ ଉତ୍ପାଦ ଲାଗି ବ୍ୟବହାର କରୁଥିବା ପ୍ୟାକେଟ ବଦଳାଇବେ।  ସେପ୍ଟେମ୍ବର ୧ ତାରିଖରୁ ଏଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଟୋଲ ଫ୍ରି ନମ୍ବର ବି ରହିବ। ଯେଉଁମାନଙ୍କୁ ଏଭଳି ସାମଗ୍ରୀର ଅଭ୍ୟାସ ହୋଇଯାଇଛି ସେମାନେ ଟୋଲ ଫ୍ରି ନମ୍ବରରେ ଫୋନ କେଲ ସେମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ମାର୍ଗଦର୍ଶନ କରାଯିବ।

ସେପ୍ଟମ୍ବର ପହିଲାରୁ ଦେଶରେ କିଶାନ କ୍ରେଡିଟ କାର୍ଡ କରିବା ଆହୁରି ବି ଶରଳ ହେବ। ସର୍ବାଧିକ ୧୫ ଦିନ ମଧ୍ୟରେ ବ୍ୟାଙ୍କମାନେ କିସାମ କ୍ରେଡିଟ କାର୍ଡ ଉପଲବ୍ଧ କରାଇବେ। ଏହା ଛଡା ସେପ୍ଟେମ୍ବର ୧ ତାରିଖରୁ ଏସବିଆଇ ହୋମ ଲୋନ   ପାର୍ଟନରେ ନୂତନ ପରିବର୍ତ୍ତନ ଲାଗୁ କିରେବେ। ଫଳରେ ଗୃହଋଣ ଅଧିକ ଶସ୍ତା ହେବ।

   Related Posts