ଫେବୃଆରୀ ୧ରୁ ହେବ ଏହିସବୁ ପରିବର୍ତ୍ତନ, ଜନତାଙ୍କ ପକେଟ୍ ଉପରେ ପଡିବ ସିଧା ପ୍ରଭାବ

Published By : Prameya-News7 Bureau | January 27, 2021 IST

ନୂଆଦିଲ୍ଲୀ ୨୭/୦୧ : ଫେବୃଆରୀ ୧ ତାରିଖରୁ କିଛି ପରିବର୍ତ୍ତନ ହେବ। ସବୁଠାରୁ ଗୁରୁତ୍ତ୍ୱପୂର୍ଣ ହେଲା ଫେବୃଆରୀ ୧ ତାରିଖରେ ସାଧାରଣ ବଜେଟ ପେଶ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମାନ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ବଜେଟ ପେଶ କରିବେ। ବଜେଟରେ ଅନେକ ବଡ ବଡ ଘୋଷଣା ହେବ। ଏହାର ସିଧା ପ୍ରଭାବ ଜନତାଙ୍କ ଉପରେ ପଡିବ। ବଜେଟ୍ ଛଡା ମଧ୍ୟ ଅନେକ ପରିବର୍ତ୍ତନ ହେବ।

୧. ବଦଳିବ ଗ୍ୟାସ ସିଲିଣ୍ଡର ଦାମ - ପ୍ରତି ମାସ ଏ ତାରିଖରେ ତୈଳ କମ୍ପାନୀ ରୋଷେଇ ଗ୍ୟାସ ସିଲିଣ୍ଡର ଓ କମର୍ସିୟାଲ ସିଲିଣ୍ଡର ଦାମ ଧାର୍ଯ୍ୟ କରିଥାନ୍ତି। ଫେବୃଆରୀ ୧ ତାରିଖରେ ଗ୍ୟାସ ସିଲିଣ୍ଡର ଦାମ ବଦଳିବ। ଜାନୁଆରୀ ମାସରେ ସିଲିଣ୍ଡର ଦାମ ବଢିନଥିଲା। କିନ୍ତୁ ଗତ ଡିସେମ୍ବର ମାସରେ ଗ୍ୟାସ ସିଲିଣ୍ଡର ଦାମ ଦୁଇଥର ବଢିଥିଲା।

୨. ଏହି ଏଟିଏମରୁ କାଢି ପାରିବେନି ଟଙ୍କା - ସାରା ଦେଶରେ ବୃଦ୍ଧି ପାଉଥିବା ଏଟିଏମ ଠକେଇକୁ ରୋକିବାକୁ ପିଏନବି ଏକ ବଡ ପଦକ୍ଷେପ ନେବାକୁ ଯାଉଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଗ୍ରାହକ ଫେବୃଆରୀ ୧ ତାରିଖରୁ ଅଣ ଇଏମଭି (EMV) ଏଟିଏମରୁ ଟଙ୍କା ଉଠାଇ ପାରିବେନି।

୩. ଆରମ୍ଭ ହେବ ଅନ୍ତରାଷ୍ଟ୍ରୀୟ ବିମାନ ସେବା - ଏୟାର ଇଣ୍ଡିଆ ଏକ୍ସପ୍ରେସ ନୂଆ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ବିମାନ ସେବା ଆରମ୍ଭ କରିବାକୁ ଘୋଷଣା କରିଛି। ଫେବୃଆରୀରୁ ମାର୍ଚ୍ଚ ୨୭ ତାରିଖ ମଧ୍ୟରେ ତ୍ରିଚି ଓ ସିଙ୍ଗାପୁର ମଧ୍ୟରେ ପ୍ରତିଦିନ ବିମାନ ଚଳାଚଳ ଆରମ୍ଭ କରିବ। ଏହି ରୁଟରେ ଅନ୍ୟ କନେକ୍ସନ ମଧ୍ୟ ରହିବ, ଯେଭଳି ବିଜୟବାଡା, ହାଇଦ୍ରାବାଦ, ମେଙ୍ଗାଲୁରୁ, କୋଝିକୋଡ଼, କୁନ୍ନୁର ଓ କୋଚି। ଏହା ପୂର୍ବରୁ ଜାନୁଆରୀରେ ମଧ୍ୟ ଏୟାର ଇଣ୍ଡିଆ ଏକ୍ସପ୍ରେସ କିଛି ବିମାନ ଚଳାଚଳ ଆରମ୍ଭ କରିଛି।

୪. କମ୍ ହୋଇପାରେ ଏହିସବୁ ଜିନିଷର ଦାମ - ଫେବୃଆରୀ ୧ ତାରିଖରୁ ମୋଦି ସରକାର ବଜେଟ ପେଶ କରିବେ। ସରକାର ଅନେକ ବସ୍ତୁରୁ ସୀମା ଶୁଳ୍କ (Custom duty) ରିହାତି ଦେଇପାରନ୍ତି। ଦୂର ସଂଚାର ଉପକରଣ, ରବର ତିଆରି ଉତ୍ପାଦ, ଚମଡା, ପଲିସ ହୀରା ଆଦିରୁ ଆମଦାନୀ ଶୁଳ୍କ ରିହାତି କରାଯାଇପାରେ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.