ସେପ୍ଟେମ୍ବର ୧ ତାରିଖଠାରୁ ବଦଳିବ ଆୟକର ବିଭାଗର ଏହି ନିୟମ, ବିବାହ ଉତ୍ସବରେ ବି କଟିବ ଟିଡିଏସ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

Published By : Prameya-News7 Bureau | August 31, 2019 IST

ନୂଆଦିଲ୍ଲୀ୩୧|୮: ସେପ୍ଟେମ୍ବର ୧ ତାରିଖରୁ ବ୍ୟାଙ୍କ ସମେତ ଆୟକର ବିଭାଗର କିଛି ନିୟମରେ ପରିବର୍ତ୍ତନ ହୋଇଛି। ଗତ ଏପ୍ରିଲ ମାସରେ କାମଚଳା ବଜେଟରେ ଘୋଷଣା କରାଯାଇଥିଲା। ସାଧାରଣ ନିର୍ବାଚନ ପ​‌ରେ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣ ବଜେଟ ସଂସଦରେ ଉପସ୍ଥାପନ କରାଯାଇଥିଲା। ଆୟକର ବିଭାଗରେ କିଛି ନିୟମ ପରିବର୍ତ୍ତନ କରାଯାଇଛି। ଏହି ନିୟମ ସଂପର୍କରେ ଜାଣନ୍ତୁ…

କ୍ୟାସ ଟ୍ରାଂଜାକ୍ସନ ସମୟରେ ଟିଡିଏସ ଆଦାୟ କରାଯିବ। କୋପୋରେଟିଭ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରୁ ଏକ କୋଟିରୁ ଅଧିକ ଟଙ୍କା ଉଠାଇଲେ ଟିଡିଏସ ଆଦାୟ କରାଯିବ। ବ୍ୟାଙ୍କରେ ଗ୍ରାହକ କିପରି ମୋଟା ଅଙ୍କର ଟ୍ରାଂଜାକ୍ସନ ନକରିବା ପାଇଁ ଏହିଭଳି ନିଷ୍ପତ୍ତି ନିଆଯାଇଛି।

ସମ୍ପତ୍ତି କିଣିବା ବେଳେ ଅତିରିକ୍ତ ସୁବିଧା ଲକ୍ଷ୍ୟକରି ଅଧିକ ଟଙ୍କା ପୈଠ କରିବା ସମୟରେ ମଧ୍ୟ ଟିଡିଏସ କଟିବ। ସମ୍ପତ୍ତି କିଣିବା ସମୟରେ କ୍ଲବ ମେମ୍ବର ସିପ୍, କାର ପାର୍କିଂ  ଓ ଇଲେକ୍ଟ୍ରି ବିଲ ଭଳି ସୁବିଧା ପାଇବା ପାଇଁ ଦିଆଯାଉଥିବା ଟଙ୍କାକୁ ହିସାବ କରି ତା ଉପରେ ମଧ୍ୟ ଟିଡିଏସ କଟିବ।

କଣ୍ଟ୍ରାକ୍ଟର କିମ୍ବା ଚାକିରି କରୁଥିବା ବ୍ୟକ୍ତି  ବାର୍ଷିକ ଆୟ ୫୦ ଲକ୍ଷ ଟଙ୍କା ରୁ ଅଧିକ ହୋଇଥାଏ ତେବେ ୫ ପ୍ରତିଶତ ହିସାବରେ ସେମାନଙ୍କ ଦରମାରୁ ଟିଡିଏସ କଟା ଯିବ। ସେହିପରି ବିବାହ ଉତ୍ସବ କିମ୍ବା କୌଣସି କାର୍ଯ୍ୟକ୍ରମରେ ଅଧିକ ଟଙ୍କା ବିନିଯୋଗ ହେଲେ ସେଥିମଧ୍ୟରୁ ଟିଡିଏସ କଟାଯିବ।

ଜୀବନ ବୀମାରେ(ଏଲଆଇସି) ରଖିଥିବା ଟଙ୍କା ମ୍ୟାଚ୍ୟୁରିଟି ହୋଇଥିବା ଟଙ୍କା ଯଦି ଟାକ୍ସ ପାଇଁ ଗ୍ରହଣୀୟ ସେଥିରୁ ମଧ୍ୟ ୫ ପ୍ରତିଶତ ହିସାବରେ ଟିଡିଏସ କଟିବ।୫୦ ହଜାରରୁ ଅଧିକା ଟଙ୍କା ବ୍ୟାଙ୍କରେ ଟ୍ରାଂଜାକ୍ସନ କଲେ ସେଥିପାଇଁ କୈଫତ ଦେବାକୁ ପଡିବ।

୨୦୧୯ ମସିହା ଜୁଲାଇ ମାସରେ ହୋଇଥିବା ବଜେଟ ଅଧିବେଶନ ପୂର୍ବରୁ ଆଧାରକୁ ପାନ କାର୍ଡ ସହିତ ସଂଯୋଗ କରିବାକୁ ପଡିବ । ଏହା ଏକ ନିର୍ଦ୍ଧିଷ୍ଟ ସମୟ ସୀମାରେ ହେବା ଆବଶ୍ୟକ ନହେଲେ ପାନ କାର୍ଡର ଅବଧି ଶେ​ଷ ହୋଇଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.