ବଢିଲା ଟ୍ରାଫିକ୍‌ ଡେଡ୍‌ଲାଇନ୍‌ - କଡାକଡି ହେବ ଏହି ନିୟମ, ଉଲ୍ଲଘଂନ କଲେ କଟିବ ଚାଲାଣ

Published By : Prameya-News7 Bureau | November 28, 2019 IST

ଭୁବନେଶ୍ୱର ୨୮।୧୧ - ବିଭିନ୍ନ ଲୋକ ଏବେ ବି ଗାଡିର କାଗଜପତ୍ର ଠିକ୍‌ କରିପାରି ନଥିବାରୁ ଏବେ ଯାନବାହାନ କାଗଜପତ୍ର ଯାଞ୍ଚ ନିୟମକୁ ୩ ମାସ କୋହଳ କରାଯାଇଛି । ବିଧାନସଭାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏ ବିଷୟରେ ସୂଚନା ଦେଇଛନ୍ତି । ନଭେମ୍ବର ୩୦ ତାରିଖରେ ଏହାର କଣ୍ଟ ପୁରୁଥିବାବେଳେ ଏବେ ପୁଣି ୩ ମାସ ପାଇଁ ଏହାକୁ ବୃଦ୍ଧି କରାଯାଇଛି । ମାତ୍ର କେତକ ନିୟମକୁ କଡା କଡି କରାଯାଇଛି । ଏହାକୁ ଉଲ୍ଲଘଂନ କଲେ ଚାଲାଣ କଟିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହି ନିୟମ ଗୁଡିକ ହେଲା -(ଉଲ୍ଲଘଂନ କଲେ କଟିବ ଚାଲାଣ)


ହେଲେମେଟ୍‌ ନ ପିନ୍ଧି ଦୁଇ ଚକିଆ ଯାନ ଚଳାଇଲେ


ଚାରି ଚକିଆ ଯାନରେ ସିଟ୍‌ ହେଲ୍ଟ ନ ବାନ୍ଧିଲେ


ମଦ ପିଇ ଗାଡି ଚଳାଇଲେ


ଟ୍ରାଫିକ୍‌ ସିଗନାଲ୍‌ ନମାନିଲେ


ଟ୍ରାଫିକ୍‌ ନିୟମ ଉଲ୍ଲଘଂନ କଲେ


ଦ୍ରୁତ ଗତିରେ ଗାଡି ଚଳାଇଲେ


ଆବଶ୍ୟକତାରୁ ଅଧିକ ଲୋକଙ୍କୁ ଗାଡିରେ ବସାଇଲେ

ଏହି ସବୁ ନିୟମ ଖିଲାପ କଲେ କିମ୍ବା ଉଲ୍ଲଘଂନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ କାଗଜପତ୍ର ଯାଞ୍ଚ ହେବ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ପରିବର୍ତ୍ତିତ ମୋଟର ପରିବହନ ଆଇନକୁ ତିନିମାସ ତଳେ ରାଜ୍ୟ କଡାକଡା ଭାବେ ଲାଗୁ କରିଥିଲେ । ତେବେ ବାହାନ ଚାଳକମାନେ ପ୍ରସ୍ତୁତ ନଥିବାରୁ ନାନା ଅସୁବିଧା ସୃଷ୍ଟି ହୋଇଥିଲା । ବିଭିନ୍ନ ସ୍ଥାନରେ ପୋଲିସ ଓ ପବ୍ଲିକ୍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ବିଶେଷକରି ଚାଲାଣ କାଟିବା ପ୍ରସଙ୍ଗରେ ଭୁବନେଶ୍ବର ରାଜମହଲ ଛକକରେ ପୋଲିସ ଓ ପବ୍ଲିକ୍ ମଧ୍ୟରେ ଖଣ୍ଡ ଯୁଦ୍ଧ ସୃଷ୍ଟି ହୋଇଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଗାଡି ଚାଳକମାନଙ୍କୁ କାଗଜପତ୍ର ଠିକ୍ କରିବା ଲାଗି ୩ମାସ ସମୟ ଦେଇଥିଲେ ।

ବିଶେଷକରି ଚାଲାଣ କାଟିବା ପ୍ରସଙ୍ଗରେ ଭୁବନେଶ୍ବର ରାଜମହଲ ଛକକରେ ପୋଲିସ ଓ ପବ୍ଲିକ୍ ମଧ୍ୟରେ ଖଣ୍ଡ ଯୁଦ୍ଧ ସୃଷ୍ଟି ହୋଇଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଗାଡି ଚାଳକମାନଙ୍କୁ କାଗଜପତ୍ର ଠିକ୍ କରିବା ଲାଗି ୩ମାସ ସମୟ ଦେଇଥିଲେ । ଡିସେମ୍ବର ୧ ତାରିଖକୁ ଏହି କଣ୍ଟ ପୂରିଥିଲା । ଫଳରେ ଡିସେମ୍ବର ୧ ତାରିଖରୁ ପୁଣି ଏହି ଆଇନକୁ କଡାକଡି କରାଯିବ ବୋଲି ଆଲୋଚନା ହେଉଥିଲା । ମାତ୍ର ପୁଣି ଏହାକୁ ତିନିମାସ ପାଇଁ କୋହଳ କରାଯାଇଛି । ତିନିମାସ ମଧ୍ୟରେ ଅଧିକ ଲୋକ ଲଗାଇ ସମସ୍ତ କାଗଜପତ୍ର ଯୋଗାଇ ଦିଆଯିବ ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ତେବେ ରାଜ୍ୟରେ ଥିବା ବିଭିନ୍ନ ପରିବହନ କାର୍ଯ୍ୟାଳୟରେ ଲୋକଙ୍କ ଭିଡକୁ ଦେଖିଲେ ଲାଗୁଛି ଯେ ଏହି ତିନି ମାସ ମଧ୍ୟରେ ଲୋକଙ୍କର କାଗଜପତ୍ର କାମ ସରିନାହିଁ ।

ମାତ୍ର ନିଶାଗ୍ରସ୍ତ ଭାବେ ଗାଡି ଚଳାଇଲେ , ହେଲମେଟ୍‌ ନପିନ୍ଧିଲେ ଟ୍ରାଫିକ୍‌ ଆଇନ ଉଲ୍ଲଘଂନ କଲେ ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.