କେବଳ ମୁଠାଏ ଚାଉଳ ବଦଳାଇଦେବ ଭାଗ୍ୟ, କରନ୍ତୁ ଏହି ଉପାୟ

Published By : Prameya-News7 Bureau | April 05, 2021 IST

ଭୁବନେଶ୍ୱର ୦୫/୦୪: ଅନେକ ସମୟରେ, କଠିନ ପରିଶ୍ରମ ସତ୍ତ୍ୱେ ଆପଣ ଚାହୁଁଥିବା ଫଳାଫଳ ପାଆନ୍ତି ନାହିଁ । ଏହି କାରଣରୁ, ଜୀବନରେ ଅସ୍ଥିରତା ଏବଂ ଅର୍ଥ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରାଶିରେ ଗ୍ରହର ଦୁର୍ବଳତା ମଧ୍ୟ ଏହିପରି ସମସ୍ୟା ସୃଷ୍ଟି କରିଥାଏ । ତେଣୁ ଏଥିଲାଗି କିଛି ଉପାୟ କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ତେବେ ଚାଲନ୍ତୁ ଜାଣିବା ଚାଉଳ ମାଧ୍ୟମରେ କିଛି ଏମିତି ଉପାୟ ଯାହା ଆପଣଙ୍କୁ ଏ ସମସ୍ତ ସମସ୍ୟାରୁ ମୁକ୍ତି ଦେବ ।

{"width":635,"height":409}
PunjabKesari

ଦରିଦ୍ରତା ହେବ ଦୂର :

ପୂଜା କିମ୍ବା କୌଣସି ଧାର୍ମିକ କାର୍ଯ୍ୟରେ ଚାଉଳର ବିଶେଷ ମହତ୍ତ୍ୱ ରହିଛି । ଏଥିସହିତ ଏହା ଚନ୍ଦ୍ର ସହିତ ମଧ୍ୟ ଜଡିତ । ତେଣୁ ପ୍ରତିଦିନ କପାଳରେ ଚାଉଳ ତିଳକ ଲଗାନ୍ତୁ । ଏହାଦ୍ୱାରା ରାଶିଫଳରେ ଚନ୍ଦ୍ର ଶକ୍ତିଶାଳୀ ହୋଇଥାନ୍ତି । ଯାହା ଫଳରେ ଅର୍ଥ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

{"width":649,"height":485}
Laxmi Ji Ki Aarti: Om Jai Laxmi Mata, मां लक्ष्मीजी की आरती, Maha Lakshmi  Ji Ki Aarti | Maha Laxmi Maa Diwali Aarti Puja: लक्ष्मी माता की आरती, ओम जय  लक्ष्मी माता,

ଦେବୀ ଲକ୍ଷ୍ମୀ ହୋଇଥାନ୍ତି ପ୍ରଶନ୍ନ :

ପୂର୍ଣ୍ଣିମା କିମ୍ବା ଯେକୌଣସି ଶୁଭ ସମୟରେ, ଲାଲ ରଙ୍ଗର ଏକ ରେଶମ କପଡ଼ାରେ ୨୧ ଗୋଟି ଚାଉଳକୁ ହଳଦିରେ ରଙ୍ଗ କରି ବାନ୍ଧନ୍ତୁ । ଏହାପରେ ଦେବୀ ଲକ୍ଷ୍ମୀଙ୍କ ଆଗରେ ସେହି କପଡାକୁ ରଖନ୍ତୁ । ଦେବୀଙ୍କୁ ପୂଜା କରିବା ସହିତ କନକଧାରା ସ୍ତୋତ୍ର ପାଠ କରନ୍ତୁ । ତା’ପରେ ସେହି କପାଟରୁ କିଛି ଚାଉଳ ତୁମ ପର୍ସରେ ବାକି ଚାଉଳକୁ ଧନ ରଖୁଥିବା ସ୍ଥାନରେ ରଖନ୍ତୁ । ଏହା ଦ୍ୱାରା ଅର୍ଥର ଅଭାବ ଦୂର ହେବା ସହିତ ଦେବୀ ଲକ୍ଷ୍ମୀଙ୍କ କୃପା ରହିବ ।

{"width":642,"height":361}
A surging money supply is behind MPC's status quo

ଧନ ପ୍ରାପ୍ତ ହେବ :

ସୋମବାର ଅଧା କିଲୋ ଚାଉଳ ନିଅନ୍ତୁ । ଯେପରି ସେହି ଚାଉଳ ଭଙ୍ଗା ନଥିବ ।  ତା’ପରେ ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ଶିବଲିଙ୍ଗ ଉପରେ ୧ ମୁଷ୍ଟି ଅର୍ପଣ କରନ୍ତୁ ।  ଅବଶିଷ୍ଟ ଚାଉଳକୁ ଗରିବ ଏବଂ ଅସହାୟ ଲୋକଙ୍କୁ ଦାନ କରନ୍ତୁ । କ୍ରମାଗତ ୫ ସୋମବାରରେ ଏହି ପ୍ରତିକାର କରନ୍ତୁ । ଏହାଦ୍ୱାରା ଧନ ପ୍ରାପ୍ତ ହେବ ।

{"width":645,"height":362}
Top 5 Hindu Daily Prayers - YouTube

ମନକାମନା ପୂରଣ ହେବ :

ଶୁକ୍ରବାର ରାତି ୧୦ ଟାରେ, ଘରର ଉତ୍ତର ଦିଗରେ ଏକ ଚୌକି ରଖି ସେଥିରେ କଳସ ସ୍ଥାପିତ କରନ୍ତୁ । କଳସରେ ସ୍ୱସ୍ତିକ୍ ଚିହ୍ନ କରି ସେଥିରେ ପାଣି, ଦୁବ, ଚାଉଳ, ୧ ଟଙ୍କା ମୁଦ୍ରା ରଖନ୍ତୁ । ତା’ପରେ ଚାଉଳକୁ ଏକ ଛୋଟ ଥାଳିରେ ଭର୍ତ୍ତି କରି କଳସ ଉପରେ ରଖନ୍ତୁ । ଏହାପରେ ଶ୍ରୀଯନ୍ତ୍ର ସ୍ଥାପନ କରି ଚୌମୁଖି ଦୀପ ଜାଳି ଏହାକୁ ସିନ୍ଦୁର ଏବଂ ଚାଉଳରେ  ପୂଜା କରି ଲକ୍ଷ୍ମୀ ସ୍ତୋତ୍ର ପାଠ କରନ୍ତୁ । ଏହା ଦ୍ୱାରା, ଇଚ୍ଛା ପୂରଣ ହେବା ସହିତ ଆର୍ଥିକ ସମସ୍ୟା ମଧ୍ୟ ଦୂର ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.