ଦ୍ବିତୀୟ ଟି-୨୦ରେ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା, କୃଣାଲଙ୍କ ସହ ଦଳରୁ ବାଦ ପଡ଼ିଲେ ଏହି ସବୁ ଖେଳାଳି

Published By : Prameya-News7 Bureau | July 28, 2021 IST

ନୂଆଦିଲ୍ଲୀ ୨୮/୭: କୃଣାଲ ପାଣ୍ଡ୍ୟା କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛି। କୃଣାଲଙ୍କ ରିପୋର୍ଟ ଆସିବା ପରେ ତାଙ୍କୁ ଆଇସୋଲେଟ୍‌ କରିଦିଆଯାଇଛି। ତାଙ୍କ ସମ୍ପର୍କରେ ଆସିଥିବା ଅନ୍ୟ ୮ ଖେଳାଳି ପୃଥକବାସରେ ଅଛନ୍ତି। ସେମାନଙ୍କୁ ଟି-୨୦ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାଇବାକୁ ଅନୁମତି ମିଳିନାହିଁ।

ଦ୍ବିତୀୟ ମ୍ୟାଚ୍‌ ଆଜି କଲୋମ୍ବୋର ପ୍ରେମଦାସା  ଷ୍ଟାଡିୟମରେ ଖେଳାଯାଉଛି। ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ଟି-୨୦ ଜିତି ଭାରତ ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଦ୍ଵିତୀୟ ଟି-୨୦ରେ ଭାରତୀୟ ଦଳରେ ବଡ ଧରଣର ଅଦଳବଦଳ ହୋଇଛି। ଦଳରେ ୪ ଖେଳାଳି ଦେବଦତ୍ତ ପାଡିକଲ, ଋତୁରାଜ ଗାଏକ୍ଵାଡ, ନୀତୀଶ ରାଣା ଓ ଚେତନ ସକାରିଆ ଟି-୨୦ରେ ପଦାର୍ପଣ କରିଛନ୍ତି ।  

ଅନ୍ୟପଟେ କୃଣାଲଙ୍କ ସମ୍ପର୍କରେ ଆସିଥିବା ଖେଳାଳିଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଥିଲେ ହେଁ ସେମାନଙ୍କୁ ଖେଳିବାକୁ ଅନୁମତି ଦିଆଯାଇନାହିଁ। ପିଟିଆଇ ରିପୋର୍ଟ ଅନୁସାରେ, ହାର୍ଦ୍ଦିକ ପାଣ୍ଡ୍ୟା, ପୃଥ୍ବୀ ଶ, ସୂର୍ଯ୍ୟକୁମାର ଯାଦବ, ଯୁଜବେନ୍ଦ୍ର ଚହଲ, କୃଷ୍ଣାପ୍ପା ଗୌତମ, ଇଶାନ କିଶନ ଏବଂ ମନୀଷ ପାଣ୍ଡେ କରୋନା ନେଗେଟିଭ୍‌ ଥିବା ଜଣାପଡ଼ିଛନ୍ତି।

ଏହା ସହ ସେମାନଙ୍କୁ ଦ୍ବିତୀୟ ଏବଂ ତୃତ୍ୟୟ ଟି-୨୦ ମ୍ୟାଚ୍‌ରେ ଖେଳାଯିବାକୁ ଅନୁମତି ଦିଆଯାଇନାହିଁ। ସେପଟେ ରାହୁଲ ଚହରଙ୍କୁ ଦଳରେ ସାମିଲ କରାଯାଇଛି ।

ଭାରତୀୟ ଦଳ
ଶିଖର ଧାଓ୍ଵନ(ଅଧିନାୟକ), ଋତୁରାଜ ଗାଏକଓ୍ଵାଡ, ଦେବଦତ୍ତ ପାଡିକଲ, ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ନୀତୀଶ ରାଣା, ଭୁବନେଶ୍ଵର କୁମାର, କୁଲଦୀପ ଯାଦବ, ରାହୁଲ ଚହର, ନବଦୀପ ସାଇନି, ଚେତନ ସକାରିଆ, ବରୁଣ ଚକ୍ରବର୍ତ୍ତୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.