Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||
  • କେନ୍ଦ୍ରାପଡ଼ା : ରାମଚଣ୍ଡୀ ମନ୍ଦିରରୁ ଚୋରି, ତାଲା ଭାଙ୍ଗି ସୁନା ଅଳଙ୍କାର ଲୁଟ୍
  • ||

ଦେଶର ଏହି ସବୁ ସ୍ଥାନରେ ଖେଳାଯାଏନି ହୋଲି, କେହି କାହାକୁ ଲଗାନ୍ତି ରଙ୍ଗ

8/03/2020 at 6:06 PM

ରଙ୍ଗର ପର୍ବ ହୋଲି ଲାଗି ସାରା ଦେଶରେ ଏବେ ଉତ୍ସାହ। ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ବି ଆରମ୍ଭ ହୋଇଗଲାଣି। ତେବେ ଚଳିତବର୍ଷ କରୋନା ସଂକ୍ରମଣ ଲାଗି ବଡବଡ ନେତାମାନେ ନିଜକୁ ଉତ୍ସବରୁ ଦୂରେଇ ନେଇଥିବାର ଘୋଷଣା କରିଛନ୍ତି। ହେଲେ ଜାଣନ୍ତିକି ସାରା ଦେଶରେ ପାଳିତ ହେଉଥିବା ଏହି ପର୍ବକୁ କେଉଁଠାରେ ୨ଶହ ବର୍ଷରୁ ଅଧିକ ସମୟ ହେଲା ପାଳନ କରାଯାଉନଥିବା ବେଳେ କେଉଁଠି ଲୋକେ ଦେଢ ଶହ ବର୍ଷ ହେଲା ଖେଳିନାହାନ୍ତି ହୋଲି। ତେବେ ଆସନ୍ତୁ ଜାଣିବା କେଉଁଠି ।

ଝାରଖଣ୍ଡ ବୋକାରୋ ଜିଲ୍ଲା କସମାର ବ୍ଲକ୍‌ର ଦୁର୍ଗାପୁର ଗାଁ ଲୋକେ ଗତ ୧୦୦ ବର୍ଷ ହେଲା ହୋଲି ଖେଳି ନାହାନ୍ତି। ଏଠାରେ ରଙ୍ଗ ଖେଳ ହେଲେ ମହାମାରୀ ବ୍ୟାପୀଯିବ ବୋଲି ଲୋକଙ୍କ ଧାରଣା ରହିଛି। ଏଣୁ ଲୋକେ ରଙ୍ଗ ଖେଳନ୍ତିନି କି କେହିକାହାକୁ ଶୁଭେଚ୍ଛା ବି ଜଣାନ୍ତିନି। ଲୋକ କଥା ଅନୁସାରେ ଏଠାରେ ପୂର୍ବରୁ ରାଜାଙ୍କ ରାଜୁତି ଥିଲା। ରାଜାଙ୍କ ପୁଅର ମୃତ୍ୟୁ ହୋଲି ଦିନ ମହାମହାରିରେ ହୋଇଥିଲା। ଏହା ପରେ ଯେବେବି ଗାଁରେ ହୋଲିର ଆୟୋଜନ କରାଯାଇଛି ସେତେବେଳେ ମହାମାରୀ ବ୍ୟାପୀବା ଯୋଗୁ ଲୋକେ ନିଜକୁ ହୋଲିଠୁ ଦୂରେଇ ନେଇଛନ୍ତି।

ସେହିପରି ଛତିଶଗଡ କୋରବା ଜିଲ୍ଲା ମୁଖ୍ୟାଳୟଠାରୁ ମାତ୍ର ୩୫ କିଲୋମିଟର ଦୂର ଖରହରି ଗାଁର ଲୋକେ ବି ଗତ ୨୦୦ ବର୍ଷ ହେଲା ହୋଲି ଖେଳୁନାହାନ୍ତି। ଲୋକ କଥା ଅନୁସାରେ ଏଠାରେ ଏକଦା ହୋଲି ଦିନ ଗାଁରେ ନିଆଁ ଲାଗିଯାଇଥିଲା। ଫଳରେ ସବୁ ଘରଦ୍ୱାର ଜଳି ପାଉଁଶ ହୋଇଯାଇଥିବା ବେଳେ ଲୋକେ ବେସାହାରା ହୋଇପଡିଥିଲେ। ଏଥିରେ ଗାଁରେ ମହାମାରି ବ୍ୟାପୀବା ପରିସ୍ଥିତିକୁ ଅଧିକ ଦୁର୍ବିସହ କରିପକାଇଥିଲା। ଗାଁର ହକିମଙ୍କୁ ଦେବୀ ସ୍ୱପ୍ନାଦେଶ କରି ଆଗକୁ ହୋଲି ନଖେଳିବାକୁ ବାରଣ କରିଥିଲେ। ସେବେଠାରୁ ଗାଁରେ କେବେ ହୋଲି ଖେଳାଯାଇନି।

ମଧ୍ୟପ୍ରଦେଶ ବୈତୁଲ ଜିଲ୍ଲା ମୁଲତାଇ ତହସିଲ ଅନ୍ତର୍ଗତ ଡଡୁଆ ଗାଁରେ ଗତ ୧୨୫ ବର୍ଷ ହେଲା ହୋଲି ଖେଳ ହେଉନି। ହୋଲି ଦିନ ଗାଁ ପ୍ରଧାନ କୂଅରେ ବୁଡି ପ୍ରାଣ ହରାଇଥିଲେ। ଯାହା ଗ୍ରାମବାସୀଙ୍କୁ ବ୍ୟଥିତ କରିଥିଲା ଓ ଲୋକେ ହୋଲି ଖେଳିବେ ନାହିଁ ବୋଲି ପ୍ରତିଜ୍ଞା କରିଥିଲେ। ସେବେଠାରୁ ଗାଁରେ ହୋଲି ଉତ୍ସବ ପାଳିତ ହେଉନି।

Gulal powder flying in the air

ହରିୟାଣା କୈଥଲର ଗୁହଲ୍ଲା ଚିକ୍କା ନିକଟରେ ଏକ ଗାଁର ଲୋକେ ଅଭିଶାପ ଯୋଗୁ ଗତ ଦେଢଶହ ବର୍ଷ ହେଲା ହୋଲି ଖେଳୁନାହାନ୍ତି। ଏହି ଗାଁରେ ଜଣେ ଦିବ୍ୟାଙ୍ଗ ସାଧୁ ରହୁଥିଲେ। ଲୋକେ ତାଙ୍କୁ ମଜାରେ ଚିଡାନ୍ତି। ଗାଁରେ ହୋଲି ପର୍ବ ପାଳନ ବେଳେ ଏଭଳି ଏକ ଘଟଣାରେ ବାବା ନିଆଁକୁ ଡେଇଁ ଆତ୍ମହତ୍ୟା କରିଥିଲେ। ତେବେ ଆତ୍ମହତ୍ୟା କରିବା ପୂର୍ବରୁ ସେ ଗାଁର ଯେଉଁ ଲୋକ ହୋଲି ଖେଳିବ ତାର ବଂଶ ନିବଂଶ ହେବ ବୋଲି ଅଭିଶାପ ଦେଇଥିଲେ। ତେବେ ।ଦି ହୋଲି ଦିନ କାହା ଘରେ ପୁତ୍ର ସନ୍ତାନ ସନ୍ମ ହୁଏ ଓ ସେହି ଦିନ ଗାଁରେ ଗାଈ ଶାବକ ଜନ୍ମକରେ ତେବେ ଗାଁ ଶାପ ମୁକ୍ତ ହେବ ବୋଲି କହିଥିଲେ। ହେଲେ ସେବେଠାରୁ ଗାଁରେ କେବେ ହୋଲିରେ କାହାର ପୁଅ ଜନ୍ମ ହୋଇ ନାହିଁ। ଏଣୁ ଅଭିଶାପ ଡରରେ ଗାଁ ଲୋକେ ହୋଲି ବି ଖେଳୁନାହାନ୍ତି।

   Related Posts