Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ଭାରତର ଏହି ସବୁ ସ୍ଥାନରେ ବେଶ୍ୟାବୃତ୍ତିକୁ ମିଳିଛି ଖୋଲା ଛୁଟ

24/04/2019 at 5:28 PM

ଜୟପୁର ୨୪।୪: ସାରା ବିଶ୍ବରେ ଶହ ଶହ ବର୍ଷରୁ ଚଳି ଆସୁଛି ବେଶ୍ୟାବୃତ୍ତି ଅର୍ଥାତ ଦେହ ବେପାର । ସଭ୍ୟତାର ବିକାଶ ସହିତ ଅନେକ ପରିବର୍ତ୍ତନ ହେଲାଣି। ଶିକ୍ଷା ଲୋକଙ୍କ ଜୀବନାଦର୍ଶ ବଦଳାଇ ଦେଇଛି । ହେଲେ ଅନେକ ସ୍ଥାନରେ ବଦଳିନି ପ୍ରଥା । ପ୍ରଥା ଓ ପରମ୍ପରା ନାମରେ ବେଶ୍ୟାବୃତ୍ତି ଖୋଲାଖୋଲି ଚାଲିଥିବା ବେଳେ କେତେକ ସ୍ଥାନରେ ପରିବାର ଲୋକେ ଏଭଳି କୁତ୍ସିତ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି । ବିଶ୍ବର ଅନ୍ୟ କେଉଁଠି ନୁହେଁ ଭାରତର ଅନେକ ସ୍ଥାନରେ ପ୍ରଥା ପରମ୍ପରା ନାମରେ ଖୋଲାଖୋଲି ହେଉଛି ଏଭଳି କୁତ୍ସିତ କାର୍ଯ୍ୟ। ଏଥିପାଇଁ ଦେଶରେ କଡା ଆଇନ ମଧ୍ୟ ରହିଛି, ହେଲେ ପ୍ରଥା ଆଗରେ ହାର ମାନିଛି ଆଇନ।

ଅବାଧରେ ବେଶ୍ୟାବୃତ୍ତି ଚାଲିଥିବା ସ୍ଥାନମଧ୍ୟରେ ଉତ୍ତରପ୍ରଦେଶର ନଟପୂରବା କୁଖ୍ୟାତ । ଏଠାରେ ନେଟ ଜାତିର ଲୋକେ ବସବାସ କରନ୍ତି । ଦେହ ବେପାର ଏହିଜାତିର ଲୋକଙ୍କ କୌଳିକ ବୃତିତି। ସହସହ ବର୍ଷରୁ ଗ୍ରାମର ଯୁବତୀ ଓ ମହିଳା ଦେହ ବ୍ୟବସାୟ କରି ଆସୁଥିବା ବେଳେ ସେମାନଙ୍କର କୁତ୍ସିତ କାର୍ଯ୍ୟକୁ ପରିବାରର ମଧ୍ୟ ସମର୍ଥନ ରହିଛି । ଶିକ୍ଷାର ବିକାଶ ସହ ଗ୍ରାମର ଲୋକେ କେବଳ ଶିକ୍ଷିତ ନୁହଁନ୍ତି ଉଚ୍ଚଶିକ୍ଷିତ ମଧ୍ୟ ହେଲେଣି । ହେଲେ ଏଠାରେ ବଦଳି ପାରୁନି ବର୍ଷ ବର୍ଷର ପ୍ରଥା।

କେବଳ ନଟପୂରବା ନୁହେଁ ପ୍ରାଚୀନ ଦେବଦାସୀ ପ୍ରଥା ଅନୁକରଣରେ ଏବେବି କର୍ଣ୍ଣାଟକରେ ନାବାଳିକାଙ୍କୁ ଦେବୀ କରି ବିବାହ କରି ଦିଆଯାଉଛି । ପରେ ସେମାନଙ୍କୁ ବେଶ୍ୟାବୃତ୍ତିରେ ଜଡିତ କରାଯାଉଛି। ଏଥିପାଇଁ ବାଳିକାଙ୍କ ପରିବାରକୁ ମୋଟା ଅଙ୍କର ଅର୍ଥ ଦିଆଯାଉଛି। କର୍ଣ୍ଣାଟକରେ ବେଶ୍ୟାବୃତ୍ତି ନିରୋଧ ଆଇନ ମଧ୍ୟ ରହିଛି । ହେଲେ ଦେବଦାସୀ ପ୍ରଥା ରୋକିବାରେ ଆଇନ ଦୀର୍ଘ ବର୍ଷ ପରେ ବି ସଫଳ ହୋଇନି। 

   Related Posts