Wednesday, June 26, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍ବାଦିଷ୍ଟ ହୋଇଥିଲେ ବି ଖାଆନ୍ତୁ ନାହିଁ ପଣଷ, ଜାଣନ୍ତୁ କାହିଁକି

ବାସ୍ତବିକ ପଣଷର ସ୍ବାଦ ବଢିଆ। କଞ୍ଚା ହେଉ କି ପାଚଲା ପଣଷକୁ ସବୁପ୍ରକାରେ ଖିଆଯାଇପାରେ। କଞ୍ଚା ଅବସ୍ଥାରେ  ଭଜା, ତରକାରୀ, କଷା ଓ ଛାଣିକରି ଖିଆଯାଏ। ପାଚଲା ପଣଷ କଥା ଆଉ ପଚାରେ ବା କିଏ। ପଣଷ ଏକ ଉଷ୍ଣ କଟିବନ୍ଧିୟ ଫଳ। ଦେଶର ପୂର୍ବଘାଟ ପର୍ବତମାଳା ଓ ପୂର୍ବାଞ୍ଚଳରେ  ପ୍ରଚୁର ପରିମାଣରେ ମିଳିଥାଏ। ଗ୍ରୀଷ୍ମ ଋତୁର ଏହି ଫଳକୁ ଲୋକେ ଉଭୟ ପରିବା ଓ ଫଳ ଭାବେ ଉପଯୋଗ କରିଥାନ୍ତି। ବେଶ ସ୍ବାଦିଷ୍ଟ ଏହି ଫରିବା ଓ ଫଳରେ ଭରି ରହିଛି ପ୍ରଚୁର ଫାଇବର ସମେତ ମିନେରାଲସ ଓ ଭିଟାମିନ୍ । ହେଲେବି କିଛି ଲୋକଙ୍କ ପାଇଁ ଏହି ଫଳ ଓ ପରିବା ଖାଇବା ମନା। ତେବେ କେଉଁମାନେ ଏହାକୁ ଖାଇପାରିବେନି ଆସନ୍ତୁ ଜାଣିବା ।

ପ୍ରଥମତଃ ଗର୍ଭବତୀ ମହିଳାଙ୍କ ପାଇଁ ଏହା ବର୍ଜନୀୟ। ଏକ୍ସପର୍ଟମାନେ ଏଭଳି ମହିଳାଙ୍କୁ କଞ୍ଚା ହେଉ କି ପାଚଲା ପଣଷ ଖାଇବାକୁ ବାରଣ କରିଥାନ୍ତି । ଏମିତିରେ ବି ସାଧାରଣ ଗାଁ ଗହଳରେ ଗର୍ଭବତୀଙ୍କୁ  ପଣଷ ଖାଇବାକୁ ଦିଆ ଯାଇନଥାଏ। କାରଣ ହାଇଫାଇବର ଡାଏଟ ଯୋଗୁ ଗର୍ଭପାତର ସମ୍ଭାବନା ଅଧିକ ଥାଏ। ଖୀର ପିଇବା ପରେ ସୁସ୍ଥ ଲୋକ ବି ପଣଷ ଖାଇବା କଥା ନୁହେଁ।

ସେହିପରି ଯେଉଁମାନଙ୍କର ବ୍ଲଡ ଡିଜଅର୍ଡର ରହିଛି ସେମାନେ ପଣଷ ଖାଇଲେ ରକ୍ତ କ୍ଲଟ କରିବାର ଅନେକ ସମ୍ଭାବନା ଥାଏ। ପଣଷ ତନ୍ତୁ ଯୋଗୁ ଏଭଳି ସମସ୍ୟା ଗୁରୁତର ହୋଇପାରେ। ଏହା ଛଡା ପେଟରେ ସମସ୍ୟା  ଥିବେ ଲୋକେ ମଧ୍ୟ ପଣଷ ଖାଇବା କଥା ନୁହେଁ। ପେଟ ଗ଼ବଡଥିଲେ ତ ପଣଷ ଖାଇବା କଥା ହିଁ ନୁହେଁ। ସେହିଭଳି ଯେଉଁମାନେ ଡାୟବେଟିଜ୍ ଓ ବ୍ଲଡ ସୁଗାରରେ ପୀଡିତ ସେମାନେ ପଣଷ ଖାଇଲେ ସୁଗର ବଢିବାର ସମ୍ଭାବନା ଅଧକ ରହେ । ଏଣପ ପଣଷ ସେବନ କରିବା କଥା ନୁହେଁ। ତା ଛଡା ପାଚଲା ପଣଷ ଖାଇସାରିବା ପରେ ପାନ ଖାଇବା ମନା। ପାନରେ ଥିବା ଚୁନ ଯଦି ପେଟକୁ ଚାଲିଯାଏ ପେଟ ଫାମ୍ପେବା ନିଶ୍ଚିତ

170 Views

   ସମ୍ବନ୍ଧିତ ଖବର