ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଲୋକଙ୍କୁ ମିଳିଥାଏ ପ୍ରଚୁର ଧନ ଓ ସମ୍ମାନ

Published By : Prameya-News7 Bureau | October 22, 2019 IST

ମଣିଷ ହାତରେ ବହୁ ରେଖା ରହିଛି। ଏହି ରେଖାମାନଙ୍କର ମହତ୍ବ ଭିନ୍ନ ଭିନ୍ନ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହାତ ପାପୁଲିରେ ଥିବା ରେଖା ମଣିଷର ଭାଗ୍ୟ ନିର୍ଦ୍ଧାରଣ କରିଥାଏ। ଏପରିକି ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ବାସ ରଖୁଥିବା ବ୍ୟାକ୍ତି ପାପୁଲିରେ ଥିବା ରେଖା ସଂପର୍କରେ ଜାଣିବା ପାଇଁ ବ୍ୟାକୁଳ ହୋଇଥାନ୍ତି। ପଣ୍ଡିତ ଅଭି ଭରଦ୍ବାଜଙ୍କ କହିବା ଅନୁସାରେ ହାତ ପାପୁଲିର ରେଖା ଜୀବନ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇଥାଏ। ହାତ ପାପୁଲି ରେଖାର ଏପରି ଯୋଗ ରହିଛି ଯେଉଁଥି ପାଇଁ ଅନେକ ବ୍ୟକ୍ତିଙ୍କ ଭାଗ୍ୟରେ ସୁଖ, ଶାନ୍ତି, ଧନ ଓ ସମୃଦ୍ଧି ଭରିଯିବ। କେଉଁ କେଉଁ ବ୍ୟକ୍ତିଙ୍କ ଭାଗ୍ୟରେ ଧନ ପ୍ରାପ୍ତିର ଯୋଗ ରହିଛି ଜାଣିବା।

୧- ଯେଉଁ ବ୍ୟକ୍ତିଙ୍କ ହାତରେ ଜୀବନ ରେଖା ଗୋଲାକାର ଓ ମସ୍ତିଷ୍କ ରେଖା ଦୁଇ ଭାଗରେ ବିଭାଜନ ହୋଇଥିବା ବ୍ୟକ୍ତିଙ୍କୁ ଅଚନାକ ଧନପ୍ରାପ୍ତିର ଯୋଗ ରହିଛି।

୨- ଭାଗ୍ୟ ରେଖା ମଣିବନ୍ଧରୁ ଶନି ପର୍ବତ ପର୍ଯ୍ୟନ୍ତ ଲାଗିଥିବା ବ୍ୟକ୍ତି ବ୍ୟବସାୟରେ ସଫଳତା ଲାଭ କରିବେ।

୩- ଜୀବନ, ମସ୍ତିଷ୍କ ଓ ଭାଗ୍ୟ ତିନୋଟି ରେଖା ଏକ ସରଳ ରେଖାରେ ଥିବା ବ୍ୟକ୍ତିଙ୍କୁ ଧନପ୍ରାପ୍ତିର ଯୋଗ ରହିଛି।

୪- ହସ୍ତରେଖା ଓ ଆଙ୍ଗୁଳି ଛଡ଼ାଛଡ଼ା ରହିଥିବା ବ୍ୟକ୍ତିଙ୍କୁ ସମାନ ପରିମାଣର ଧନପ୍ରାପ୍ତିର ଯୋଗ ରହିଛି।

୫- ପାପୁଲିରେ ଗୋଟିଏରୁ ଅଧିକ ଭାଗ୍ୟ ରେଖା ଥିବା ବ୍ୟକ୍ତିଙ୍କୁ ଧନ ପ୍ରାପ୍ତିର ଯୋଗ ରହିଛି।

୬- ହୃଦୟ ରେଖା ସିଧା ଲମ୍ବି ବୃହସ୍ପତି ପୂର୍ବତର ତଳେ ଶେଷ ହୋଇଥିବା ବ୍ୟକ୍ତିଙ୍କୁ ଧନ ପ୍ରାପ୍ତିର ଯୋଗ ରହିଛି।

୭- ଯେଉଁ ବ୍ୟକ୍ତିଙ୍କ ପାପୁଲିରେ ଜୀବନ ରେଖା ସହ ମଙ୍ଗଳ ରେଖା ଅନ୍ତ ନିୟମିତ ଚାଲିଥାଏ ସେହି ବ୍ୟକ୍ତିଙ୍କୁ ଧନ ପ୍ରାପ୍ତିର ଯୋଗ ରହିଛି।

୮-ପାପୁଲିରେ ଏକରୁ ଅଧିକ ଭାଗ୍ୟ ରେଖା ଥିଲେ କିମ୍ବା ଶନି ଗ୍ରହ ଉତ୍ତର ଥିଲେ ଏହି ବ୍ୟକ୍ତି ନିଜ ପୈତୃକ ସମ୍ପତ୍ତିରୁ ଅଧିକ ଲାଭବାନ ହେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.