୨୦୧୨ ମସିହାରେ ହୋଇଥିବା ସର୍ଭେ ଦ୍ବାରା ଜଣା ପଡିଥିଲା ଯେ, ୨.୬୧ ପ୍ରତିଶତ ମହିଳା ଦେହଜୀବୀ ଏଡ୍ସ ଆକ୍ରାନ୍ତ। ତେବେ ପୁରୁଷ ଦେହଜୀବୀଙ୍କ ସହ ଯୌନ ସଂପର୍କ ରଖିଥିବା ୫.୦୧ ପ୍ରତିଶତର ପୁରୁଷମାନେ ଏଡ୍ସ ରୋଗରେ ପୀଡିତ। ନିଶା କରୁଥିବା ୫.୯୧ ପ୍ରତିଶତ ଲୋକଙ୍କୁ ମଧ୍ୟ ଏଡ୍ସ ହୋଇଥାଏ।
{"id":117323,"width":556,"height":370}୧୮.୮୦ ପ୍ରତିଶତ ସମଲିଙ୍ଗୀଙ୍କୁ ଏଡ୍ସ ହୋଇଥାଏ। ଏଡ୍ସ ଏମିତି ରୋଗ ଯାହା ଶରୀରକୁ ଦୁର୍ବଳ କରିଦିଏ। ଜ୍ବର ହେବା, ଦେହ ଦୁର୍ବଳ ହେବା, ବାନ୍ତି ହେବା, ହଠାତ୍ ଓଜନ କମିବା, ନିଶ୍ବାସ ନେବାରେ ସମସ୍ୟା ହେବା ଭଳି ସମସ୍ୟା ହେଲେ ଏହା ଏଡ୍ସର ଲକ୍ଷଣ ବୋଲି ଜଣା ପଡିଥାଏ। ଏଚଆଇଭି ପଜିଟିଭ୍ ହେଲେ ଶରୀରରେ ଅନେକ ରୋଗ ହୋଇଥାଏ।