Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ଏହି ସବୁ ବଲିଉଡ ଅଭିନେତ୍ରୀଙ୍କୁ ଭଲ ପାଉଥିଲେ ପାକ୍‌ କ୍ରିକେଟର୍ସ

3/03/2019 at 4:18 PM

ମୁମ୍ୱାଇ ୩|୩: ବଲିଉଡ ଓ କ୍ରିକେଟର ସଂପର୍କ ବହୁତ ପୁରୁଣା। ବଲିଉଡ ଅଭିନେତ୍ରୀ ଓ କ୍ରିକେଟ ତାରକାଙ୍କ ରିଲେସନଶିପ ମଧ୍ୟ ବେଶ ଚର୍ଚ୍ଚାରେ ଥାଏ। ଏବେ କିଛି ଦିନ ହେବ ଭାରତ ପାକ ମଧ୍ୟରେ ଶୀତଳ ଯୁଦ୍ଧ ଲଗାତାର ଚାଲିଛି। ଦୁଇ ଦେଶ ମଧ୍ୟରେ ସଂପର୍କ ଯାହା ହେୁ ନା କାହିଁକି ପାକିସ୍ତାନୀ କ୍ରିକେଟର ଓ ବଲିଉଡ ଅଭିନେତ୍ରୀଙ୍କ ସଂପର୍କ କେବେ ଖରାପ ହୋଇନାହିଁ। ତେବେ ଜାଣନ୍ତୁ ଏମିତି ୫ଜଣ ପାକିସ୍ତାନୀ କ୍ରିକେଟରଙ୍କ  ବିଷୟରେ ଯିଏ ବଲିଉଡ ଅଭିନେତ୍ରୀଙ୍କ ପ୍ରେମରେ ମଗ୍ନ ଥିଲେ।
ସୁସ୍ମିତା ସେନ୍‌ ଓ ୱସିମ ଅକ୍ରମ
ପୂର୍ବତନ ମିସ ୟୁନିଭର୍ସ ସୁସ୍ମିତା ସେନ୍‌ ବଲିଉଡର ଜଣେ ଚର୍ଚ୍ଚିତା ଅଭିନେତ୍ରୀ। ପାକିସ୍ତାନୀ କ୍ରିକେଟର ୱସିମ ଅକ୍ରମ ସୁସମିତାଙ୍କ ସୌନ୍ଦର୍ଯ୍ୟତାରେ ପାଗଳ ହୋଇ ତାଙ୍କୁ ଭଲ ପାଇଥିଲେ। ଏକ ରିୟାଲିଟି ସୋରେ ଉଭୟଙ୍କ ଭେଟ ହୋଇଥିଲା। ଦୁହେଁ ୬ ମାସ ରିଲେସନଶିପରେ ରହିବା ପରେ, ଅଲଗା ହୋଇଥିଲେ।
ଇମ୍ରାନ ଖାନ ଓ ଜୀନତ ଅମାନ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜଣେ ପ୍ରତିଷ୍ଠିତ କ୍ରିକେଟର ଥିଲେ। ଇମ୍ରାନଙ୍କୁ ପାକିସ୍ତାନର ପ୍ଲେବଏ ମଧ୍ୟ କୁହାଯାଏ। ୩ ଥର ବିବାହ କରିଥିବା ଇମ୍ରାନଙ୍କ ଲଭ ଆଫେୟର ଲିଷ୍ଟ ବହୁତ ଲମ୍ୱା ଥିଲା। ୮୦ ଦଶକରେ ପାକିସ୍ତାନୀ ଟିମର କ୍ୟାପଟେନ ହୋଇ ଭାରତ ଆସିଥିଲେ ଇମ୍ରାନ। ସେତେବେଳେ ସେ ଜୀନତ ଅମାନଙ୍କୁ ଭେଟିଥିଲେ। ଇମ୍ରାନଙ୍କ ପୂର୍ବ ପତ୍ନୀ, ଜୀନତ ଓ ଇମ୍ରାନଙ୍କ ସଂପର୍କ ବିଷୟରେ ତାଙ୍କ ବହିରେ ଲେଖିଛନ୍ତି। ମୁମ୍ୱାଇରେ ହୁହିଁଙ୍କର ଭେଟ ହୋଇଥିଲା। କିଛି ଦିନ ଡେଟ କରିଲା ପରେ ଉଭୟ ପରସ୍ପରଠୁ ଅଲଗା ହୋଇଥିଲେ। ଏହା ପରେ ୧୯୮୫ ମସିହାରେ ଜୀନତ ମଜହର ଖାନଙ୍କୁ ବିବାହ କରିଥିଲେ।
ରିନା ରାୟ ଓ ମୋହଶିନ ଖାନ
ସମସ୍ତଙ୍କ ହୃଦୟରେ ରାଜ କରୁଥିବା ବଲିଉଡ ଅଭିନେତ୍ରୀ ରୀନା ରାୟଙ୍କର ଶତ୍ରୁଘ୍ନ ସିହ୍ନାଙ୍କ ସହ ଆଫେୟର ଚାଲିଥିଲା। ୧୯୮୦ ମସିହାରେ ଶତ୍ରୁଘ୍ନ ସିହ୍ନା ପୁନମଙ୍କୁ ବିବାହ କରିଥିଲେ। ରିନା ରାୟ ପାକିସ୍ତାନୀ କ୍ରିକେଟର ମୋହଶିନ ଖାନଙ୍କୁ ୧୯୮୩ ମସିହାରେ ବିବାହ କରିଥିଲେ। ୧୯୯୦ ମସିହାରେ ଉଭୟଙ୍କର ଛାଡପତ୍ର ହୋଇଥିଲା। ଛାଡପତ୍ର ହେଲା ପରେ ମୋହଶିନ ପୁଣି ଥରେ ବିବାହ କରିଥିଲେ।
ସୋନାଲି ବେନ୍ଦ୍ରେ ଓ ଶୋଏବ ଅଖତର
ସୋନାଲି ବେନ୍ଦ୍ରେ ତାଙ୍କ ସୌନ୍ଦର୍ଯ୍ୟତା ପାଇଁ ବେଶ ଚର୍ଚ୍ଚାରେ ରୁହନ୍ତି। ପାକିସ୍ତାନର ଶୋଏବ ଅଖତର ସୋନାଲିଙ୍କୁ ବହୁତ ପସନ୍ଦ କରୁଥିଲେ। ଯଦି ସୋନାଲି ତାଙ୍କ ପ୍ରେମ ପ୍ରସ୍ତାବ ଗ୍ରହଣ କରିବେନି ତାହେଲେ ସେ ତାଙ୍କର ଅପହରଣ କରିବେ ବୋଲି ମଧ୍ୟ କହିଥିଲେ । ଏହି ବିଷୟରେ ସୋନାଲି କେବେ କିଛି ମନ୍ତବ୍ୟ ରଖିନାହାନ୍ତି।
ତମନ୍ନା ଭାଟିଆ ଓ ଅବଦୁଲ ରଜ୍ଜାକ
ପାକିସ୍ତାନୀ କ୍ରିକେଟର ଅବଦୁଲ ରଜ୍ଜାକ ଓ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ରିଲେସନଶିପ୍‌ ବେଶ ଚର୍ଚ୍ଚାରେ ଥିଲା। ୨୦୧୩ ମସିହାରେ ଉଭୟଙ୍କୁ ଦୁବାଇରେ ଏକା ସହ ଦେଖିବାକୁ ମିଳିଥିଲା । କିଛି କାରଣ ଯୋଗୁଁ ହୁହିଁଙ୍କର ବ୍ରେକଅପ ହୋଇଥିଲା।

   Related Posts