ଜାଣିଲେ ଆଶ୍ଚର୍ଯ୍ୟ ହେବେ ନିଜ ଭଉଣୀଙ୍କୁ ବିବାହ କରିଛନ୍ତି ଏହି ପାକ୍ ସେଲିବ୍ରିଟିମାନେ

Published By : Prameya-News7 Bureau | June 21, 2019 IST

କେତେକ ଧର୍ମରେ ନିଜ ଜ୍ଞାତି ସମ୍ପର୍କରେ ବିବାହର ପ୍ରଥା ରହିଛି । ଏହି ପ୍ରଥା ଅନୁସାରେ ପାକିସ୍ତାନର ଏହି ସେଲିବ୍ରିଟି ଓ କ୍ରିକେଟରମାନେ ସେମାନଙ୍କ ନିଜ ସମ୍ପର୍କିୟ ଭଉଣୀଙ୍କୁ ବିବାହ କରିବା କଥା ଆଶ୍ଚର୍ଯ୍ୟ  ହେଲେ ବି ସତ। ଏପରି ଜଣେ ହେଉଛନ୍ତି ଜଣାସୁଣା କ୍ରିକେଟର ସାହିଦ ଆଫ୍ରିଦି। ପାକିସ୍ତାନ କ୍ରିକେଟ୍ ଟିମର ଏହି ବ୍ୟାଟ୍ସମ୍ୟାନ୍ ତାଙ୍କ ଦାଦାଝିଅ ଭଉଣୀ ନାଦିଆଙ୍କୁ ବିବାହ କରିଛନ୍ତି। ନାଦିଆ ଓ ଆଫ୍ରିଦିଙ୍କ ବିବାହକୁ ୧୮ ବର୍ଷ ପୁରିଛି। ସେମାନଙ୍କର ୪ଟି ଝିଅ ଅକ୍ସା, ଅଂଶା, ଅଜ୍ୱା ଓ ଅସ୍ମରା ଅଛନ୍ତି । ବେଶ ଶୁଖଶାନ୍ତିରେ ଚାଲିଛି ଆଫ୍ରିଦିଙ୍କ ପରିବାର ।   

{"id":125591}

ତେବେ କେବଳ ଆଫ୍ରିଦି ନୁହଁନ୍ତି ପୂର୍ବତନ ପାକ୍ କ୍ରିକେଟର ତଥା ରାଜନେତା ଇମ୍ରାନ ଖାନଙ୍କ ପତ୍ନୀ ରେହମ ଖାନ ମଧ୍ୟ ଇମ୍ରାନଙ୍କ ପୂର୍ବରୁ ତାଙ୍କ କକାପୁଅ ଭାଇ ଏଜାଜ ଉଲ ରହେମାନଙ୍କୁ ବିବାହ କରିଥିଲେ। ପାକ୍ ଟେଲିଭିଜନର ଏହି ଜଣାସୁଣା ଚେହେରା ପରେ ଇମ୍ରାନଙ୍କ ଠାରୁ ମଧ୍ୟ ତଲାକ୍ ନେଇଛନ୍ତି। ସେହିପରି ପାକ୍ ଟେଲିଭିଜନରେ ମର୍ଣ୍ଣିଂ ସୋ ଆଙ୍କର ସାଇସ୍ତା ଲୋଧି ମଧ୍ୟ ତାଙ୍କ କଜିନ ବ୍ରଦରଙ୍କୁ ବିବାହ କରିଥିବା ଜଣାପଡିଛି। ସାଇସ୍ତା ପ୍ରଥମେ ବାହିଦୀ ନାମକ ଜନୈକ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ତେବେ ବିବାହ ବିଚ୍ଛେଦ ପରେ ସେ ବ୍ୟବସାୟ କରୁଥିବା ତାଙ୍କ ସମ୍ପର୍କିୟ ଭାଇ ଅଦନାନଙ୍କ ସହ ବିବାହ କରିଛନ୍ତି।

{"id":125592}

୨୦୦୩ ବିଶ୍ୱକପ୍ କ୍ରିକେଟରେ ପାକ୍ ଟିମର ସଫଳ ବ୍ୟାଟ୍ସମ୍ୟାନ ଥିବା ସଇଦ ଅନୱର ଡା. ଲୁବନାଙ୍କୁ ବିବାହ କରିଛନ୍ତି। ଡା. ଲୁବନା ଅନୱରଙ୍କ କକାଝିଅ ଭଉଣୀ। ପାକିସ୍ତାନୀ ଲୋକଗୀତ ଗାୟିକା ସନମାରବୀ ମଧ୍ୟ ତାଙ୍କ ଦାଦାପୁଅ ବାଇ ହମିଦ ଅଲ୍ଲୀ ଖାନଙ୍କୁ ବିବାହ କରିଥିଲେ। ସେହିପରି ପ୍ରସିଦ୍ଧ ପାକ୍ ଅଭିନେତା ବାବର ଖାନ ତାଙ୍କ ପତ୍ନୀଙ୍କ ମୃତ୍ୟୁପରେ ତାଙ୍କ ସମ୍ପର୍କିୟ ଭଉଣୀ ସନା ଖାନଙ୍କୁ ବିବାହ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.