Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||
  • ରାଜ୍ୟର ୪ ବରିଷ୍ଠ ଆଇଏଏସଙ୍କୁ ପ୍ରମୋସନ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି
  • ||
  • କୋଟିଆରେ ହେବ ପଞ୍ଚାୟତ ନିର୍ବାଚନ, ୧୩ଟି ବୁଥରେ ମତଦାନ
  • ||

ଅକ୍ଟୋବର ୧ରୁ ଦେଶରେ ଲାଗୁହେବ ଏହି ସବୁ ନୂଆ ନିୟମ, ସାଧାରଣ ଲୋକେ ହେବେ ପ୍ରଭାବିତ

28/09/2019 at 5:18 PM

ନୂଆଦିଲ୍ଲୀ : ଅକ୍ଟୋବର ୧ ତାରିଖରୁ ଦେଶରେ ଅନେକ ନିୟମ ବଦଳି ଯିବ। ଯାହାର ସିଧା ପ୍ରଭାବ ଏବେ ସାଧାରଣ ଲୋକଙ୍କ ଉପରେ ବି ପଡିବ। ବ୍ୟାଙ୍କିଙ୍ଗ, ପରିବହନ, ଜିଏସଟି ଓ ପ୍ଲାଷ୍ଟିକର ବ୍ୟବହାର ନେଇ ସରକାର ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି। ତେବେ ଆସନ୍ତୁ ଜାଣିବା ୧ ଅକ୍ଟୋବରରୁ ବଦଳିବାକୁ ଯାଉଥିବା ଏହି ସବୁ ନିୟମ ସମ୍ପର୍କରେ।

ଡ୍ରାଇଭିଂ ଲାଇସେନ୍ସ ଲାଗି ହେବ ନୂଆ ନିୟମ
୧ଅକ୍ଟୋବର ୨୦୧୯ରୁ ଦେଶରେ ନୂଆ ଡ୍ରାଇଭିଂ ଲାଇସେନ୍ସ ଲାଗି ନିୟମ ବଦଳିଯିବ। ନୂଆ ନିୟମ ଅନୁସାରେ ଆପଣଙ୍କୁ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସକୁ ଅପଡେଟ୍ କରିବାକୁ ହେବ। ତେବେ ଏଥିଲାଗି ସମସ୍ତ ପ୍ରକ୍ରିୟା ଅନ-ଲାଇନରେ ହେବ। ଏଥିରେ ଡ୍ରାଇଭିଂ ଲାଇସେନ୍ସ ସହ ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ବି ଜରୁରି ହେବ। ଏହି ନୂଆ ନିୟମ ଲାଗୁ ହେବା ସହ ରେଜିଷ୍ଟ୍ରେସନ ସାର୍ଟିଫିକେଟର ବି ରଙ୍ଗ ବଦଳିଯିବ। ଏପର୍ଯ୍ୟନ୍ତ ଦେଶରେ ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟର ରଙ୍ଗ ଅଲଗା ହେଉଛି। ହେଲେ ନୂଆ ନିୟମ ପରେ ସାରା ଦେଶରେ ଗୋଟିଏ ରଙ୍ଗର ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ହୋଇଯିବ। ନୂଆ ନିୟମରେ ଡ୍ରାଇଭିଡ ଲାଇସେନସ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟରେ ମାଇକ୍ରୋ ଚିପ୍ ସହ କ୍ୟୁଆର ନମ୍ବର ବି ରହିବ।

କ୍ୟାସ୍ ୱିଡ୍ରାଲ ଲାଗି ଏସବିଆ ଲାଗୁ କରିବେ ନୂଆ ନିୟମ
ଦେଶର ସର୍ବ ବୃହତ୍ତ ସରକାରୀ ବ୍ୟାଙ୍କ ଏସବିଆଇ ଅକ୍ଟୋବର ୧ ତାରିଖରୁ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି। ।ଯାହାର ପ୍ରଭାବ ବ୍ୟାଙ୍କର ୩୨ କୋଟି ଗ୍ରାହକଙ୍କ ଉପରେ ପଡିବ ବୋଲି ଏବେଠାରୁ ଆଶଙ୍କା କରାଗଲାଣି। ଅକ୍ଟୋବର ପହିଲାରୁ ବ୍ୟାଙ୍କ ଖାତାରେ ମନ୍ଥଲୀ ଏଭେରେଜ ବାଲାନ୍ସ ମେଣ୍ଟେନ ନ ହେଲେ ହେଉଥିବା ଜରିମାନା ୮୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହେବ। ମେଟ୍ରୋସିଟି ଓ ସହରାଞ୍ଚଳ ବ୍ୟାଙ୍କରେ ମନ୍ଥଲିଏଭରେଜ ବାଲାନ୍ସ ହ୍ରାସ ହୋଇ ୩ ହଜାର ଟଙ୍କା ହୋଇଯିବ। ଯଦି ଖାତାରେ ବାଲାନ୍ସ ମେଣ୍ଟେନ ହୋଇ ନ ପାରିଲା ତେବେ ଜରିମାନା ଭାବେ ୮୦ ଟଙ୍କା ଓ ଜିଏସଟି ଦେୟ ପୈଠ କରିବାକୁ ପଡିବ। ୫୦ ପ୍ରତିଶତରୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ବାଲାନ୍ସ ରଖୁଥିବା ଲୋକଙ୍କୁ ଜରିମାନା ବାବଦେ ୧୨ ଟଙ୍କା ଓ ଜିଏସଟି ଦେବାକୁପଡିବ। ତା ଠାରୁ ବି କମ୍ ବାଲାନ୍ସ ରଖୁଥିବା ଲୋକଙ୍କୁ ୧୦ ଟଙ୍କା ଓ ଜିଏସଟି ପୈଠ କରିବାକୁ ପଡିବ। ଏହା ବଦଳେ ବ୍ୟାଙ୍କ ଡେବିଟ୍ ଏଟିଏମ କାର୍ଡରେ ମାସିକ ୧୦ରୁ ୧୨ଟି ଟ୍ରାଞ୍ଜାକ୍ସନ ଫ୍ରି ଦେବେ।

କ୍ରେଡିଟ୍/ଡେବିଟ୍ କାର୍ଡରେ ପେଟ୍ରୋଲ ଡିଜେଲ କିଣିବା ଲାଗି ମିଳିବନି କ୍ୟାସ୍ ବ୍ୟାକ୍
ଡିଜିଟାଲ କାରବାରକୁ ପ୍ରୋତ୍ସାହିତକରିବା ଲାଗି ପ୍ରାୟ ୩ ବର୍ଷ ପୂର୍ବେ ସରକାର ଏଟିଏମ କାର୍ଡରେ ପେଟ୍ରୋଲ ପମ୍ପରୁ ଇନ୍ଧନ କିଣିଲେ ଦେଉଥିବା କ୍ୟାସବ୍ୟାକ୍ ୧ ଅକ୍ଟୋବରରୁ ପ୍ରତ୍ୟାହୃତ ହେବ। ଏଥିଲାଗି ତୈଳ କମ୍ପାନୀମାନେ ୦.୭୫ ପ୍ରତିଶତ ଅର୍ଥ କ୍ୟାସବ୍ୟାକ୍ କରୁଥିବା ବେଳେ କାର୍ଡ ବ୍ୟବହାର ଲାଗି କୌଣସି ଶୁଳ୍କ ଦେବାକୁ ପଡୁନଥିଲା। ହେଲେ ସୁବିଧା ଏବେ ଆଉ ମିଳିବ ନାହିଁ।

କିଛି କ୍ଷେତ୍ରରେ ଜିଏସଟି କମିବ ଓ କିଛି କ୍ଷେତ୍ରରେ ବଢିବ
ନିକଟରେ ଅନୁଷ୍ଠିତ ଜିଏସଟି କାଉନସିଲ ବୈଠକର ନିଷ୍ପତ୍ତି ଦେଶରେ ଅକ୍ଟୋବର ୧ ତାରିଖରୁ ଲାଗୁ ହେବ। ଏତଦ୍ୱାରା ହୋଟେଲରେ ମହଙ୍ଗା ରୁମ ଏବେ ଶସ୍ତା ହେବାକୁ ଯାଉଥିବା ବେଳେ ୧୦ରୁ ୧୩ ସିଟ୍ ବାହନ ଲାଗି ଆଦାୟ ହେଉଥିବା ସେସ୍ ବି ଛାଡ ହେବ। ଫଳରେ ହୋଟେଲରେ ୧ ହଜାର ଟଙ୍କା ପର୍ଯ୍ୟନ୍ତ ରୁମ ଭଡା ଉପରେ ଏବେ କୌଣସି ଶୁଳ୍କ ଲାଗୁ ହେଉନଥିବା ବେଳେ ୭ହଜାର ୫ଶହରୁ ଊର୍ଦ୍ଧ୍ୱମୂଲ୍ୟର ରୁମ ଉପରେ ୧୨ ପ୍ରତିଶତ ଜିଏସଟି ଅସୁଲ ହେବ। ସେହିପରି ରେଳଗାଡିର ଯାତ୍ରୀ ବଗି ଏବଂ ୱାଗନ ଉପରେ ଜିଏସଟି ୫ରୁ ୧୨ ପ୍ରତିଶତକୁ ବୃଦ୍ଧି ହୋଇଛି।

ବଦଳିଯିବ ପେନସନ୍ ନୀତି
ଅକ୍ଟୋବର ୧ ତାରିଖରୁ ଦେଶରେ ପେନସନ୍ ନୀତି ବି ବଦଳି ଯିବ। ନୂଆ ନିୟମରେ ଯଦି କୌଣସି କର୍ମଚାରୀ ୭ ବର୍ଷ ଚାକିରୀ କରିବା ପରେ ମୃତ୍ୟୁବରଣ କରେ ତାଙ୍କ ପରିବାରକୁ ବର୍ଦ୍ଧିତ ପେନସନର ଲାଭ  ମିଳିବ।

କମିବ କର୍ପୋରେଟ ଟ୍ୟାକ୍ସ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ପୋରେଟ୍ ଟ୍ୟାକ୍ସରେ କରିଥିବା ହ୍ରାସ ଘୋଷଣା ଦେଶରେ ଅକ୍ଟୋବର ୧ ତାରିଖରୁ ଲାଗୁ ହେବ। ଏହି ଟ୍ୟାକ୍ସକୁ ୩୦ ପ୍ରତିଶତରୁ ୨୨ ପ୍ରତିଶତକୁ ହ୍ରାସ କରାଯାଇଛି। ମେନୁଫେକ୍ଚରିଂ କମ୍ପାନୀ ସେଟପ ଲାଗି ୧ ଅକ୍ଟୋବରରୁ ୧୫ ପ୍ରତିଶତ ଶୁଳ୍କ ବିକଳ୍ପ ହେବ। 

ନିଷିଦ୍ଧ ହେବ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍
ଅକ୍ଟୋବର ୨ ତାରିଖରୁ ସରକାର ଦେଶରେ ପ୍ଲାଷ୍ଟିକ ଉତ୍ପାଦର ବିକାକିଣା ଉପରେ ପ୍ରତିବନ୍ଧକ ଲାଗୁ କରିବେ। ପ୍ରଦୂଷଣ ନିୟନ୍ତ୍ରଣ ଲାଗି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟାନ୍ ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।  

   Related Posts