ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ସାଂସଦମାନଙ୍କ ପାଖକୁ ଆସିଲାଣି ଫୋନ କଲ୍ : ଜାଣନ୍ତୁ କିଏ ଏମାନେ

Published By : Prameya-News7 Bureau | May 30, 2019 IST

ନୁଆଦିଲ୍ଲୀ ୩୦/୫ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟା ସାଢେ ୪ଟା ସମୟରେ ସମ୍ଭାବିତ ମନ୍ତ୍ରୀଙ୍କ ସହ ବୈଠକ କରିବେ । ସନ୍ଧ୍ୟାରେ ସମ୍ଭାବ୍ୟ ମନ୍ତ୍ରୀଙ୍କ ସହ ଚାଏ ପେ ଚର୍ଚ୍ଚା କରିବେ । ଚା ଚର୍ଚ୍ଚାରେ ମୋଦି ମନ୍ତ୍ରୀଙ୍କୁ ନିଜ ଏଜେଣ୍ଡା ବୁଝାଇବେ । ଯେଉଁ ନେତାମାନେ ଆଜି ମନ୍ତ୍ରୀ ପଦ ପାଇଁ ଶପଥ ନେବେ ସେମାନଙ୍କୁ ବର୍ତ୍ତମାନ ଫୋନ କଲ୍ ଯିବା ଆରମ୍ଭ ହୋଇଗଲାଣି । ସାଢେ ୪ଟା ସମୟରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିବା ପାଇଁ ସମସ୍ତଙ୍କୁ ଫୋନରେ କୁହାଯାଇଛି ।  

ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ ରୂପରେଖ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ଏବେ ପର୍ଯ୍ୟନ୍ତ ଅର୍ଜୁନ ମେଘୱାଲ, ରାମଦାସ ଅଠାୱଲେ, ମୁଖ୍ତାର ଅବ୍ବାସ ନକବି, ପିୟୁଷ ଗୋୟଲ, ବାବୁଲ ସୁପ୍ରିୟୋ, ସ୍ମୃତି ଇରାନି, କିଶନ ରେଡ୍ଡୀ, ନିର୍ମଳା ସୀତାରମଣ, ସଦାନନ୍ଦ ଗୌଡ, ରବି ଶଙ୍କର ପ୍ରସାଦଙ୍କ ନିକଟକୁ ଫୋନ କଲ୍ ଯାଇସାରିଛି । ଏ ସମସ୍ତେ ଆଜି ମନ୍ତ୍ରୀ ପଦ ପୀଇଁ ଶପଥ ନେଇପାରନ୍ତି ।

ଓଡିଶାରୁ କାହାକୁ ମନ୍ତ୍ରୀ କରାଯିବ ତା ଉପରେ ସମସ୍ତଙ୍କ ନଜର ରହିଛି । ଧର୍ମେନ୍ଦ୍ର ପ୍ରଧାନ ପୁଣି ମନ୍ତ୍ରୀ ହେବା ସମ୍ଭାବନା ରହିଥିବାବେଳେ ନୂଆଁ ମୁହଁ ହିସାବରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଏବଂ ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କୁ ନେଇ ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଏମାନଙ୍କ ପାଖକୁ ଏଯାଏଁ ଫୋନ କଲ୍ ଆସିନଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.