ନବୀନଙ୍କ ନୂଆ ଟିମରେ ଏହି ବିଧାୟକମାନେ ହେବେ ସାମିଲ ! ନବୀନ ନିବାସରୁ ଗଲା କଲ, ସୂର୍ଯ୍ୟ ନାରାୟଣ ପାତ୍ର ହେବେ ବାଚସ୍ପତି

Published By : Prameya-News7 Bureau | May 28, 2019 IST

ଭୁବନେଶ୍ବର୨୮|୫: ଆସନ୍ତାକାଲି ନବୀନଙ୍କ ଶପଥ ଗ୍ରହଣ ଉତ୍ସବ । ତାପୂର୍ବରୁ ଆଜି ମନ୍ତ୍ରୀ ତାଲିକା ପ୍ରସ୍ତୁତ ହୋଇଛି । ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର ବାଚଲ୍ପତି ହେବେ ବୋଲି ଜଣାପଡିଛି । ସେହିଭଳି ପ୍ରମିଳା ମଲ୍ଲିକ ହେବେ ଶାସକ ଦଳର ମୁଖ୍ୟ ସଚେତକ ।

{"id":117081,"width":581,"height":284}

ନବୀନଙ୍କ ନୁଆ ଟିମରେ ଅରୁଣ ସାହୁ, ପ୍ରଫୁଲ୍ଲ ମଲ୍ଲିକ, ଦିବ୍ୟ ଶଙ୍କର ମିଶ୍ର, ପଦ୍ମନାଭ ବେହାରା, ଟୁକୁନି ସାହୁ, ବିକ୍ରମ ଆରୁଖ, ସମୀର ଦାସ, ନବ କିଶୋର ଦାସ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସୁଶାନ୍ତ ସିଂହ, ପ୍ରତାପ ଜେନା, ଅଶୋକପଣ୍ଡା, ଜଗନ୍ନାଥ ସାରକା, ସୁଦାମ ମାରାଣ୍ଡି, ରଘୁନନ୍ଦନ ଦାସ, ନିରଞ୍ଜନ ପୂଜାରୀ, ପଦ୍ମିନୀ ଦିଆନ, ତୁଷାରକାନ୍ତି ବେହେରା, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ,ପ୍ରେମାନନ୍ଦ ନାଏକ ଆଦି ୧୯ଜଣଙ୍କ ପାଖକୁ ନବୀନ ନିବାସରୁ ଟେଲିଫୋନ କଲ୍ ଆସିଥିବା ସୂଚନା ମିଳିଛି ।

{"id":117082,"width":579,"height":311}

ଆସନ୍ତାକାଲି ସକଳେ ନବୀନ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ ନୁଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବ । ୨୧ଟି ବିଭାଗ ପାଇଁ ମନ୍ତ୍ରୀ ତାଲିକା ପ୍ରସ୍ତୁତି ହୋଇ ସାରିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ଏହି ବିଧାୟକଙ୍କ ପାଖକୁ କଲ ଆସିଛି । ଅନ୍ୟ ମାନଙ୍କ ପାଖକୁ ମଧ୍ୟ ଖୁବ ଶୀଘ୍ର କଲ ଯିବ ବୋଲି ଜଣାପଡିଛି ।

{"id":117080,"width":579,"height":252}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.