Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହାତରେ ଏହି ଚିହ୍ନ ଥିଲେ ପ୍ରେମିକା ଠାରୁ ମିଳିଥାଏ ଧୋକା

27/08/2020 at 5:15 PM

ଭୁବନେଶ୍ୱର ୨୭/୦୮ : ହସ୍ତରେଖାରେ ତ୍ରିଭୁଜକୁ ବିଶେଷ ଚିହ୍ନ ବୋଲି କୁହାଯାଏ | ସ୍ଥିତି ଅନୁସାରେ ଶୁଭ ଅଶୁଭ ଫଳ ପ୍ରଦାନ କରିଥାଏ | ହସ୍ତରେଖା ବିଜ୍ଞାନ ଅନୁସାରେ ଯଦି ତ୍ରିଭୁଜ ଆୟୁଷ ରେଖା ଉପରେ ଥାଏ ତାହେଲେ ସେହି ବ୍ୟକ୍ତିଙ୍କ ଆୟୁଷ ବହୁତ ବୋଲି କୁହାଯାଏ | ଏହିଭଳି ବ୍ୟକ୍ତି ଶତାୟୁ ପୁରା କରିବାର ସମ୍ଭାବନା ଥାଏ | ଯଦି ତ୍ରିଭୁଜ ମସ୍ତିସ୍କ ରେଖାରେ ଥାଏ ତାହେଲେ ସେହି ବ୍ୟକ୍ତିଙ୍କୁ ଉଚ୍ଚ ଶିକ୍ଷା ଏବଂ ବୁଦ୍ଧି ପ୍ରଦାନ କରିଥାଏ | ହୃଦୟ ରେଖାରେ ତ୍ରିଭୁଜ ବ୍ୟକ୍ତିଙ୍କ ବୃଦ୍ଧ ସମୟରେ ଭାଗ୍ୟ ଉଦୟ ହେବାର ସଂକେତ ଦେଇଥାଏ | ସ୍ୱାସ୍ଥ୍ୟ ରେଖାରେ ତ୍ରିଭୁଜ ଥିଲେ ବ୍ୟକ୍ତିଙ୍କୁ ଭଲ ସ୍ୱାସ୍ଥ୍ୟ ପ୍ରଦାନ କରିଥାଏ |

ଯଦି ଏହି ତ୍ରିଭୁଜ ସୂର୍ଯ୍ୟ ରେଖାରେ ଥାଏ ତାହେଲେ ବ୍ୟକ୍ତିଙ୍କୁ ଅନ୍ତର୍ଜାତୀୟ ସ୍ଥରରେ ଯଶ, ସମ୍ମାନ ଓ ସଫଳତା ମିଳିଥାଏ | ଯଦି ତ୍ରିଭୁଜ ସହ ମଝିରେ କୌଣସି ବିଶେଷ ଚିହ୍ନ ଥାଏ ତାହେଲେ ଏହାର ଫଳ ବଦଳି ଯାଇଥାଏ | ଯଦି ତ୍ରିଭୁଜ ମଝିରେ କ୍ରସ ଚିହ୍ନ ଥାଏ ତାହେଲେ ସେହି ବ୍ୟକ୍ତି ଅନ୍ୟମାନଙ୍କୁ ଦୁଃଖ ଦେଇଥାଏ | ତ୍ରିଭୁଜ ମଝିରେ ତାର ଭଳି ଚିହ୍ନ ଥିଲେ ଏହିଭଳି ବ୍ୟକ୍ତି ପ୍ରେମରେ ବଦନାମ ହୋଇଥାଏ | ତ୍ରିଭୁଜ ମଝିରେ ବୃତ୍ତ ଚିହ୍ନ ଥିଲେ ବ୍ୟକ୍ତିକୁ ପ୍ରେମିକା ଠାରୁ ଧୋକା ମିଳିଥାଏ |

ଶନି ପର୍ବତରେ ତ୍ରିଭୁଜ ଥିଲେ ବ୍ୟକ୍ତି ତନ୍ତ୍ର-ମନ୍ତ୍ରରେ ଅଧିକ ରୁଚି ରଖିଥାଏ | ଯଦି ଏହି ତ୍ରିଭୁଜ ଦୂଷିତ ହୋଇଯାଏ ତାହେଲେ ବ୍ୟକ୍ତି ଠକ ଓ ପ୍ରତାରଣା ପ୍ରବୃତିର ହୋଇଥାଏ | ଯଦି ବ୍ୟକ୍ତିଙ୍କ ବୁଧ ପର୍ବତରେ ତ୍ରିଭୁଜ ଥାଏ ତାହେଲେ ବ୍ୟକ୍ତି ସଫଳ ବୈଜ୍ଞାନିକ ହୋଇଥାଏ | ଏହିଭଳି ବ୍ୟକ୍ତି ବ୍ୟବସାୟ କ୍ଷେତ୍ରରେ ମଧ୍ୟ ସଫଳତା ପ୍ରାପ୍ତ କରିଥାଏ | ଯଦି ଏହି ସ୍ଥାନରେ ଦୋଷାଯୁକ୍ତ ତ୍ରିଭୁଜ ଥାଏ ତାହେଲେ ବ୍ୟକ୍ତି ନିଜର ଜମାପୁଞ୍ଜି ଶେଷ କରିଦେଇଥାଏ | ଏହିଭଳି ବ୍ୟକ୍ତି ବ୍ୟବସାୟରେ ଦେବାଳିଆ ହୋଇଯାଇଥାଏ ଏବଂ ସମାଜରେ ବଦନାମ ମଧ୍ୟ ହୋଇଥାଏ |

   Related Posts