ଶ୍ରୀରାମ ମନ୍ଦିର ଲାଗି ଶିଳାନ୍ୟାସ ନିମନ୍ତେ ଦଳମତ ନିର୍ବିଶେଷରେ ସବୁ ନେତା ଆସିଲେ ଆଗକୁ,ଦେଶବାସୀଙ୍କୁ ଦେଲେ ଅଭିନନ୍ଦନ

Published By : Prameya-News7 Bureau | August 05, 2020 IST

ନୂଆଦିଲ୍ଲୀ ୫।୮: ଅଯୋଧ୍ୟା ରାମ ଜନ୍ମଭୂମିରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭୂମି ପୂଜା କରିଛନ୍ତି। ଏହି ଅବସରରେ ବିଭିନ୍ନ ରାଜନୈତିକ ଦଳର ନେତା ମନ୍ଦିର ନିର୍ମାଣ ଲାଗି ଶିଳାନ୍ୟାସକୁ ସ୍ୱାଗତ କରିଥିବା ବେଳେ ଶ୍ରୀରମ ମନ୍ଦିର ଜାତୀୟ ଏକତା ଓ ସମାନତାର ମାର୍ଗକୁ ପ୍ରଶସ୍ତ କରିବ ବୋଲି କହିଛନ୍ତି।

wp:html /wp:html

ଶ୍ରୀରାମ ମନ୍ଦିର ନିର୍ମାଣ ଲାଗି ଶିଳାନ୍ୟାସ ଉତ୍ସବ ଅବସରରେ ମମତା ବାନାର୍ଜୀ  ଟ୍ୱିଟ୍‌ କରିଛନ୍ତି। ଏଥିରେ ବିବିଧତାରେ ଏକତା ନିମନ୍ତେ ଭାରତର ବର୍ଷପ୍ରାଚୀନ ପରମ୍ପରାରେ ଯେପରି ଭଟ୍ଟା ନପଡେ ସେଥିଲାଗି ଦେଶବାସୀଙ୍କୁ ଅପିଲ କରିଛନ୍ତି। ସେ ତାଙ୍କ ପୋଷ୍ଟରେ ‘ହିନ୍ଦୁ, ମୁସଲମାନ, ଶିଖ, ଇଶାୟୀ ଆପସ ମେଁ ହୈ ଭାଇ ଭାଇ‘ ଉଲ୍ଲେଖ କରିବା ସହ ପରମ୍ପରାର ନିର୍ବାହ ଲାଗି ନିବେଦନ କରିଛନ୍ତି।

wp:html /wp:html

ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ମଧ୍ୟ ରାମ ମନ୍ଦିର ଶିଳାନ୍ୟସ ଉତ୍ସବର ଅଭିନନ୍ଦନ ଜଣାଇଛନ୍ତି। ସେ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ଦେଶବାସୀଙ୍କ ଉପରେ ଭଗବାନ ଶ୍ରୀରାମଙ୍କ ଆଶିର୍ବାଦ ରହୁ ଦେଶ ଅଶିକ୍ଷା, ଅନାହାର ମୃତ୍ୟୁ ଓ ଦାରିଦ୍ର୍ୟତାରୁ ମୁକ୍ତି ମିଳୁ ବୋଲି କାମନା କରିବା  ସହ ଭାରତ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ହେଉ ବୋଲି କାମନା କରିଛନ୍ତି।

wp:html /wp:html

ସେହିପରି ଜାତୀୟ କଂଗ୍ରେସ ମୁଖପାତ୍ର ରନ୍ଦୀପ ସୂରଜେୱାଲା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ପ୍ରମୁଖ  ଏହି ଐତିହାସିକ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିବା ସହ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୂରଜେୱାଲା ତ୍ୟାଗ, କର୍ତ୍ତବ୍ୟ, କରୁଣା, ଉଦାରତା, ଏକତା, ବନ୍ଧୁତ୍ୱ. ସଦଭାବ ଓ ସଦାଚାରର ରାମବାଣ ମୂଲ୍ୟ ଭାରତୀୟଙ୍କ ଜୀବନ ପଥର ରାସ୍ତା ହେଉ ବୋଲି ଆଶାବ୍ୟକ୍ତ କରିଛନ୍ତି।

wp:html /wp:html wp:html /wp:html wp:html /wp:html wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.