Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ପୂର୍ବ ଲଦ୍ଦାଖରୁ ଗିରଫ ଚୀନ୍ ସୈନିକ ନିକଟରୁ ମିଳିଥିଲା ଏହି ସବୁ ସାମଗ୍ରୀ, ସୂଚନା ଜାରି କଲା ସେନା

23/10/2020 at 5:46 PM

ଲେହ ୨୩।୧୦: ପୂର୍ବ ଲଦ୍ଦାଖରେ ଭାରତୀୟ ସେନା ଗିରଫ କରିଥିବା ଚୀନ୍‌ ସୈନିକ ନିକଟରୁ କିଛି ସାମଗ୍ରୀ ଜବତ ହୋଇଥିଲା।  ଏହି ସବୁ ଜବତ ସାମଗ୍ରୀ ସମ୍ପର୍କରେ ଭାରତୀୟ ସେନା ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଚୀନ୍‌ ସୈନିକ ନିକଟରୁ ଏକ ସ୍ଲିପିଙ୍ଗ ବ୍ୟାଗ୍‌ ସମେତ ଷ୍ଟୋରେଜ ଡିଭାଇସ, ପରିଚୟ ପତ୍ର ସାଙ୍ଗକୁ ଏକ ମୋବାଇଲ ଫୋନ ଜବତ ହୋଇଥିଲା।

ଚୀନ୍‌ ପ୍ୟୁପିଲସ ଲିବରେସନ ଆର୍ମି(ପିଏଲଏ)ର ଏହି ସୈନିକ ପଶୁଚରାଳୀଙ୍କ ସହାୟତା କରୁଥିବା ବେଳେ ଅଜାଣତରେ ଭାରତୀୟ ସୀମା ଭିତରକୁ ପଶି ଆସିଥିବାର ସଫେଇ ଦେଇଥିଲେ। ତେବେ ତାଙ୍କଠାରୁ ଜବତ ସାମଗ୍ରୀରୁ ସେ ତଥ୍ୟ ଲୁଚାଉ ଥିବାର ସନ୍ଦେହ କରାଯାଉଥିଲା। ତେବେ ତା ନିକଟରୁ ମିଳିଥିବା ଷ୍ଟୋରେଜ ଡିଭାଇସ୍ ସମ୍ପୂର୍ଣ୍ଣ ଖାଲିଥିବାବେଳେ ମୋବାଇଲ ଫୋନରୁ ସେପରି କିଛି ସନ୍ଦିଗ୍ଧ ମିଳି ନଥିଲା। ଅପରପକ୍ଷରେ ଭାରତୀୟ ସେନା ପକ୍ଷରୁ ଚୀନ୍‌ ସୈନିକକୁ ଚିକିତ୍ସକୀୟ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା।

ସଘନ ପଚରାଉଚରା ଓ ଯାଞ୍ଚ ପରେ ଚୀନ୍ ସୈନିକଙ୍କୁ ପିଏଲଏକୁ ହସ୍ତାନ୍ତରିତ କରାଯାଇଛି। ଚୀନ୍‌ ସହ ସୀମାକୁ ନେଇ ଉଭୟ ଦେଶଙ୍କ ମଧ୍ୟରେ ଜାରି ସୈନ୍ୟ ଆଲୋଚନା ପରିପ୍ରେକ୍ଷୀରେ ଭାରତୀୟ ସେନାର ପଦକ୍ଷେପକୁ ଗ୍ଲୋବାଲ ଟାଇମସ ଉଚ୍ଚ ପ୍ରଶଂସା କରିବା ସହ ଏକ ସକରାତ୍ମକ ପଦକ୍ଷେପ ବୋଲି କହିଛି। ଦରାପଡିଥିବା ଚୀନ୍‌ ସୈନିକକୁ କର୍ପୋରାଲ ୱାଙ୍କ ଅଥବା ଲାଙ୍ଗ ଭାବେ କରାଯାଇଛି। ଯାହାକୁ ଭାରତୀୟ ସେନା ୨୧ ଅକ୍ଟୋବର ସକାଳେ ଚୀନ୍‌ ସେନାକୁ ହସ୍ତାନ୍ତରିତ କରିଛି। ତେବେ ଏହି ସୈନିକ ଜଣକ ପଶୁ ଚରାଳୀଙ୍କ ସହାୟତା କରୁ କରୁ ଭାରତ ସୀମାକୁ ଚାଲିଯାଇଥିବାର ଚୀନ୍‌ ପ୍ରତିରକ୍ଷାମନ୍ତ୍ରାଳୟ ଆଶଙ୍କା ବ୍ୟକ୍ତ କରିଥିଲେ।     

   Related Posts