କରୋନା କାଳରେ ମଧ୍ୟ ଏହି ଯୋଜନାରେ ମିଳୁଛି ଅଧିକ ସୁଧ, ପାଆନ୍ତୁ ମୋଟା ରିଟର୍ଣ୍ଣ

Published By : Prameya-News7 Bureau | September 21, 2020 IST

ମୁମ୍ବାଇ ୨୧।୯: ଏବେ ନିବେଶ ଲାଗି ଲୋକେ ଆଗପରି ବେଧଡକ ନିଷ୍ପତ୍ତି ନେଇ ପାରୁନାହାନ୍ତି। ଏଥିଲାଗି ନିବେଶ ପୂର୍ବରୁ ଲୋକେ ହିତାକାଙକ୍ଷୀଙ୍କୁ ପଚରାଉଚରା କରିବା ପରେ ନିବେଶ ଦିଗକୁ ଗୋଡ ବଢାଉଛନ୍ତି। ଏହା ସତ୍ୱେ ମଧ୍ୟ ଇଛାମୁତାବକ ରିଟର୍ଣ୍ଣ ମିଳିପାରୁନଥିବାରୁ ଅନେକ ନିବେଶକ ନିରାଶ ହେଉଛନ୍ତି। ତେବେ ଏଠାରେ ଆମେ କିଛି ସ୍କିମ୍‌ ସମ୍ପର୍କରେ ସୂଚନା ଦେଉଛୁ ଯେଉଁଥିରେ ନିବେଶ କରି ବ୍ୟାଙ୍କ ଅପେକ୍ଷା ନିଶ୍ଚିତ ଅଧିକ ଲାଭବାନ ହୋଇପାରିବେ।

{"id":332683,"sizeSlug":"large"}

ସମସ୍ତଙ୍କର ଗୋଟିଏ ଇଛା ତାଙ୍କ ନିବେଶର  ସୁରକ୍ଷା ଓ ସର୍ବାଧିକ ଲାଭ । ଏଥିରେ ଭାରତୀୟ ଡାକ ବିଭାଗଙ୍କ ଯୋଜନା ନିବେଶକଙ୍କୁ ଉଭୟ ଗ୍ୟାରେଣ୍ଟି ଦେଉଛନ୍ତି। ଡାକବିଭାଗଙ୍କ ଏହି ସବୁ ସ୍କିମରେ ଜମା କରି କେବଳ ମୋଟା ଲାଭ ନୁହେଁ ଜମାର ସୁରକ୍ଷା ଗ୍ୟାରେଣ୍ଟି ମଧ୍ୟ ମିଳୁଛି। ଏହାବ୍ୟତୀତ ଆୟକର ରିହାତି ଭଳି ମଧ୍ୟ ସୁବିଧା ମିଳିପାରୁଛି। ତେବେ ଆସନ୍ତୁ ଜାଣିବା ଡାକଘର ଜମା ସମ୍ପର୍କରେ।

{"id":332684,"sizeSlug":"large"}

ସ୍ମଲ ସେଭିଂ ସ୍କିମ୍‌ ଆରଡି
ଯଦି ସଞ୍ଚୟ ସ୍ୱଳ୍ପ ତେବେ ସୁରକ୍ଷିତ ନିବେଶ ହିଁ ବୁଦ୍ଧିମତାର କାମ। ଏଣୁ ଏଭଳି ନିବେଶକ ସେୟାର ମାର୍କେଟରୁ ଦୂରରେ ରହନ୍ତି। ଏଣୁ ଏଭଳି ନିବେଶକଙ୍କ ଲାଗି ସ୍ମଲ ସେଭିଂ ସ୍କିମ ରେକରିଂ ଡିପୋଜିଟ ସବୁଠୁ ସୁବିଧାଜନକ। ଏଭଳି ଜମା ଯୋଜନା ବାଣିଜ୍ୟିକ ବ୍ୟାଙ୍କମାନଙ୍କର ମଧ୍ୟ ରହିଛି। ହେଲେ ଡାକଘର ସଞ୍ଚୟ ଯୋଜନା ତୁଳନାରେ ସୁଧହାର କମ୍‌। ବ୍ୟାଙ୍କମାନେ ୧ ବର୍ଷରୁ ୫ ବର୍ଷ ଲାଗି ଏଭଳି ସ୍କିମରେ ବାର୍ଷିକ ୬.୫ ପ୍ରତିଶତରୁ ସର୍ବାଧିକ ୭ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେଉଛନ୍ତି। ତେବେ ଡାକଘର ସଞ୍ଚୟ ଯୋଜନାରେ ଏହି ସ୍କିମ୍‌ ୭.୧୦ ପ୍ରତିଶତ ସୁଧ ପ୍ରଦାନ କରୁଥିବା ବେଳେ ଶୁଲ୍କ ରିହାତି ସୁବିଧା ମଧ୍ୟ ମିଳୁଛି। ଏହି ଜମା ଯୋଜନାରେ ମାସିକ ନିଶ୍ଚିତ ରାଶି ଜମା କରି ଅବଧି ଶେଷରେ ମୋଟା ରକମର ରିଟର୍ଣ୍ଣ ଅର୍ଜନ କରନ୍ତୁ ଓ ତାହାବି ନିଶୁଳ୍କ।

{"id":332685,"sizeSlug":"large"}

କିସାନ ବିକାଶ ପତ୍ର
ଡାକଘର ସଞ୍ଚୟ ଜମା ଯୋଜନାରେ ଆଉ ଏକ ଲାଭଜନକ ନିବେଶ ସୁବିଧା ମଧ୍ୟ ରହିଛି। ତାହା ହେଉଛି କିସାନ ବିକାଶ ପତ୍ର। ଏହି ନିବେଶ ଯୋଜନାରେ ଏବେ ୬.୯ ପ୍ରତିଶତ ସୁଧ ମିଳୁଛି। ବର୍ତ୍ତମାନର ସୁଧ ଯୋଜନାରେ ୨୪ ମାସରେ ଏହା ଦୁଇଗୁଣା ହୋଇଯାଇପାରୁଛି। ଏହା ଡାକଘର ସଞ୍ଚୟ ଯୋଜନା ହୋଇଥିବାରୁ ପ୍ରତି ୩ ମାସରେ ସୁଧ ହିସାବ ହୋଇଥାଏ। ଅର୍ଥାତ ପ୍ରତି ୩ ମାସରେ ସୁଧହାର ଧାର୍ଯ୍ୟ ହୋଇଥାଏ। ଗତ ମାର୍ଚ୍ଚ ମାସରେ ଏହି ଜମା ଯୋଜନାରେ ସୁଧହାର ୭.୭ ପ୍ରତିଶତ ଥିଲା। ଏହି ସମୟରେ ସୁଧ ୧୨ ମାସରେ ଦୁଇଗୁଣା ହେଉଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.