ଭାରତୀୟ ସିନେମାରେ ରିୟଲ ଥିଲା ଏହି ସବୁ ଅନ୍ତରଂଗ ମୂହୁର୍ତ୍ତର ଦୃଶ୍ୟ

Published By : Prameya-News7 Bureau | August 09, 2019 IST

ମୁମ୍ବାଇ୦୯|୮: ଆଜିକାଲି ସିନେମାରେ ବହୁତ ଅଧିକ ବୋଲ୍ଡ ସିନ୍‌ ଦେଖାଯାଏ। କିନ୍ତୁ ଅତୀତରେ ମଧ୍ୟ ଫିଲ୍ମ ଗୁଡିକରେ ସେକ୍ସ ଓ ନ୍ୟୁଡ୍‌ ସିନ୍‌ ଦେଖାଯାଉଥିଲା। ୯୦ ଦଶକର ଏମିତି ଅନେକ ଫିଲ୍ମରେ ବୋଲ୍ଡ ସିନ୍‌ ଅଛି ଯାହା ଅଧିକାଂଶ ଲୋକେ ଜାଣିନାହାନ୍ତି। ଆମ ଦେଶରେ ସେକ୍ସ ଓ ନ୍ୟୁଡିଟି ବିଷୟରେ ବହୁତ କମ ଖୋଲା କଥା ବର୍ତ୍ତା ହୁଏ । ଏ ସମ୍ପର୍କରେ କଥା ହେଲେ ବି ଲୋକେ ଲାଜ ଓ ସଂକୋଚ କରନ୍ତି।

{"id":142596}

ଅପରପକ୍ଷରେ ଠିକ ତାର ବିପରୀତ ଭାରତୀୟ ଫିଲ୍ମରେ ଅଧିକ ମାତ୍ରାରେ ସେମି ସେକ୍ସ ସିନ୍‌ କୁ ଗୁରୁତ୍ବ ଦିଆଯାଇଥାଏ। ୯୦ ଦଶକ ପୂର୍ବରୁ ମଧ୍ୟ ଅନେକ ଫିଲ୍ମରେ ସେକ୍ସ ସିନ ଶୁଟ୍‌ ହୋଉଥିଲା। ଆଗରୁ ବହୁତ କଷ୍ଟରେ ଏହି ସିନ୍‌ ପାଇଁ ରାଜି ହେଉଥିଲେ କଳାକାର। କିନ୍ତୁ ଆଜିକାଲିର ଉନ୍ନତ ଟେକ୍ନୋଲଜି ଯୋଗୁଁ ଫିଲ୍ମରେ ରହୁଥାବା ସେକ୍ସ ସିନଗୁଡିକ ବାସ୍ତବ ହୋଇନଥାଏ । ସିନ୍‌କୁ ଅଲଗା ଭାବେ ତିଆରି କରାଯାଇଥାଏ। ଏହା ସହ ଆଜିକାଲିର ବୋଲ୍ଡ ଅଭିନେତ୍ରୀ ଏଭଳି ସିନ୍‌ ପାଇଁ ରାଜି ମଧ୍ୟ ହୋଇଯାଆନ୍ତି।

ଆସନ୍ତୁ ନଜର ପକାଇବା ଅତୀତର କେତୋଟି ପିଲ୍ମରେ ରହିଥିବା ସେକ୍ସ ସିନ୍‌ ଉପରେ , ଯାହା ସମ୍ପୂର୍ଣ୍ଣ ବାସ୍ତବ ଥିଲା ।

{"id":142597,"width":576,"height":461}

କସ୍ମିକ ସେକ୍ସ- ଏହି ଫିଲ୍ମର ନିର୍ଦ୍ଦେଶକ ଥିଲେ ଅମିତାଭ ଚକ୍ରବର୍ତ୍ତିୀ ।କସ୍ମିକ ସେକ୍ସ ଏକ ୨୦୧୪ ଆର୍ଟ-ହାଉସ ସ୍ବତନ୍ତ୍ର ବଙ୍ଗାଳି ଫିଲ୍ମ। ଏହି ଫିଲ୍ମରେ ଜଣେ ଯୁବକଙ୍କ କାହାଣୀ ଦେଖାଯାଇଛି।ଥରେ ରାତିରେ ଏହି ଯୁବକ ସେକ୍ସ ଓ ହିଂସା ପାଇଁ କୋଲକାତା ଛାଡି ପଳାଇଥିଲେ।  ପଳାୟନ ସମୟରେ ସେ ଜଣେ ସାଧ୍ବୀଙ୍କ ସହ ଭେଟିଥିଲେ। ସାଧ୍ବୀ  ଯୁବକଙ୍କୁ ଆଶ୍ରୟ ଦେଇଥିଲେ ଓ ତାଙ୍କୁ ସେକ୍ସ ମାଧ୍ୟମରେ ଯାତ୍ରା କରିବାକୁ ଶିଖାଇଥିଲେ। ସବୁ ଦେଶରେ  ସେକ୍ସ ଫ୍ରି ହେବା ଉଚିତ୍‌ ବୋଲି ଆଭିମୁଖ୍ୟ ନେଇ ଏହି ପିଲ୍ମ ନିର୍ମାଣ ହୋଇଥିବା ସୁସ୍ପଷ୍ଟ।  

{"id":142598,"width":564,"height":423}

ଛତ୍ରକ- ୨୦୧୧ ମସିହାରେ ଶ୍ରୀଲଙ୍କା ନିର୍ଦ୍ଦେଶକ ବିମକଥି ଜୟସୁନ୍ଦରାଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମ ଏକ ବଙ୍ଗାଳୀ ସିନେମା। ଏହି ଫିଲ୍ମରେ ବିଏ ପାସ ଫିଲ୍ମର ଅଭିନେତ୍ରୀ ପୋଲି ଡାମ୍‌ ଓ ଅନୁବ୍ରତା ବାସୁ ଅଭିନୟ କରିଛନ୍ତି। ସିନେମାରେ ଉଭୟଙ୍କର ସେକ୍ସ ସିନ୍‌ ଦେଖାଯାଇଛି। ଏହି ଫିଲ୍ମ ଭାରତରେ ବ୍ୟାନ୍‌ କରିଦିଆଯାଇଛି। ଚଳଚ୍ଚିତ୍ରରେ ପୋଲି ଓ ଅନୁବ୍ରତାଙ୍କ ମଧ୍ୟରେ ରିୟଲ ସେକ୍ସ ସିନ୍‌ ଦେଖାଯାଇଛି।  

{"id":142600}

ଗାଣ୍ଡୁ- ଏହା ଏକ ଏମିତି ବେଙ୍ଗଲି ଫିଲ୍ମ ଯାହା ରିଲିଜ ହେବା ପୂର୍ବରୁ ବ୍ୟାନ ହୋଇଥିଲା। କୌଶିକ ମୁଖର୍ଜି ଏହି ଫିଲ୍ମ ନିର୍ଦ୍ଦେଶନା ଦେଇଥିଲେ। ଭାଷା ଓ ଉଲଗ୍ନ ଦୃଶ୍ୟ ଯୋଗୁଁ ଏହି ସିନେମା ପାଇଁ ଅନେକ ବିବାଦ ସୃଷ୍ଟି ହୋଇଥିଲା।

{"id":142601,"width":587,"height":382}

ମାୟା ମେମସାବ- ୧୯୯୩ ମସିହାରେ ରିଲିଜ ହୋଇଥିବା ଫିଲ୍ମ ମାୟା ମେମସାବରେ ଅଭିନେତ୍ରୀ ଦୀପା ସାହି ଅଭିନେତା ଶାହରୁଖ ଖାନଙ୍କ ସହ ହଟ୍‌ ଓ ଅନ୍ତରଂଗ ସିନ୍ କରିଥିଲେ। ଏହା ମଧ୍ୟ ରିଅଲ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.