କ୍ରିକେଟ୍ ବିଶ୍ବକପ୍ ୨୦୨୩ରେ ଭାରତୀୟ ଟିମ୍‌ରେ ଏହି ଖେଳାଳିଙ୍କୁ ଦେଖିବାକୁ ମିଳିପାରେ…

Published By : Prameya-News7 Bureau | July 12, 2019 IST

ନୂଆଦିଲ୍ଲୀ ୧୨|୭: ୨୦୧୯ ବିଶ୍ବକପ୍ କ୍ରିକେଟ୍ ର ଫାଇନାଲ ମ୍ୟାଚ୍ ରେ ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ । ଏହାପରେ ୨୦୨୩ ମସିହାରେ ପରବର୍ତ୍ତି ବିଶ୍ବକପ୍ ଅନୁଷ୍ଠିତ ହେବ । ଭାରତ ଏହାକୁ ଆୟୋଜନ କରିବ । ଏହା ଭାରତୀୟ ଟିମ୍ ପାଇଁ ଗର୍ବର ବିଷୟ । ଭାରତରେ ବିଶ୍ବକପ୍ ଅନୁଷ୍ଠିତ ହେବା ଦ୍ବାରା ଏହା ଭରତ ପାଇଁ ଲାଭଦାୟକ ହେବ । ତେବେ ୨୦୨୩ ବିଶ୍ବକପ୍ ପାଇଁ ସମ୍ଭାବ୍ୟ ଭାରତୀୟ ଟିମ୍ ସମ୍ବନ୍ଧରେ ଆସନ୍ତୁ ଜାଣିବା ।

{"id":132937,"width":578,"height":388}

ଭାରତୀୟ ଦଳର ସମ୍ଭାବ୍ୟ ଓପନିଂ ବ୍ୟଟ୍ସମ୍ୟାନ୍ :

୨୦୨୩ ବିଶ୍ବକପ୍ କ୍ରିକେଟ୍ ପାଇଁ ସମ୍ଭାବ୍ୟ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ରୋହିତ ଶର୍ମା ଏବଂ ରିଷଭ ପନ୍ତଙ୍କୁ ମଇଦାନରେ ଓହ୍ଲାଇବ ଭାରତୀୟ ଟିମ୍ । ବର୍ତ୍ତମାନ ରୋହିତ ଏବଂ ରିଷଭ ଧୂଆଁଧାର ବ୍ୟାଟିଂ କରୁଛନ୍ତି । ସେଥିପାଇଁ ଉଭୟଙ୍କୁ ୨୦୨୩ ବିଶ୍ବକପ୍ ରେ ସମ୍ଭାବ୍ୟ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ଦେଖିବାକୁ ମିଳିପାରେ ।

{"id":132938}

ସମ୍ଭାବ୍ୟ ଦ୍ରୁତ ବୋଲର :

ବିଶ୍ବକପ୍ ୨୦୨୩ରେ ଦ୍ରୁତ ବୋଲର ଭାବେ କମଲେଶ ନଗରକୋଟି, ଖଲ୍ଲିଲ ଅହମ୍ମଦ ଏବଂ ସ୍ବିଙ୍ଗ୍ ବାଦଶାହା ଭୁବନେଶ୍ବର କୁମାରଙ୍କୁ ମଧ୍ୟ ମୌକା ମିଳିପାରେ । କମଲେଶ ନଗରକୋଟି ଦ୍ରୁଲ ଗତିରେ ବୋଲିଂ କରିବାରେ ପାରଙ୍ଗମ । ସେହିଭଳି ଖଲ୍ଲିଲ ଅହମ୍ମଦ ବାମହାତୀ ବୋଲର ହୋଇଥିବାବେଳେ ଭୁବନେଶ୍ବର କୁମାର ଅଭିଜ୍ଞ ବୋଲର ଅଟନ୍ତି । ସେଥିପାଇଁ ଏହି ୩ଜଣଙ୍କୁ ୨୦୨୩ ବିଶ୍ବକପ୍ ରେ ଦେଖିବାକୁ ମିଳିପାରେ ।

{"id":132939}

ସମ୍ଭାବ୍ୟ ଭାରତୀୟ ଟିମ୍ :

୨୦୨୩ ବିଶ୍ବକପ୍ ରେ ସମ୍ଭାବ୍ୟ ଭାରତୀୟ ଟିମ୍ ରେ ରୋହିତ ଶର୍ମା, ଶିଖର ଧାଓ୍ବନ, ପୃଥ୍ବୀ ସା, ରିଷଭ ପନ୍ତ, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, କମଲେଶ ନଗରକୋଟି, ଭୁବନେଶ୍ବର କୁମାର, ଖଲ୍ଲିଲ ଅହମ୍ମଦ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.