Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ପିଲାଦିନେ କାହିଁକି ନାଁ ବଦଳାଇ ସ୍କୁଲ୍ ଯାଉଥିଲେ ଏହି ହଟ୍ ଅଭିନେତ୍ରୀ

28/01/2020 at 11:22 AM

ମୁମ୍ବାଇ ୨୮/୧: ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର କମଲ ହାସନଙ୍କ ବଡ଼ ଝିଅ ଶ୍ରୃତି ହାସନ ବଲିଉଡରେ ଅଧିକ ସଫଳତା ପାଇପାରିନଥିଲେ ସୁଦ୍ଧା ତାଙ୍କ ପରିଚୟ ସମସ୍ତଙ୍କୁ ଭଲ ଭାବେ ଜଣା। ଶ୍ରୃତି ବଲିଉଡରେ ଅନେକ ଫିଲ୍ମ କରିଛନ୍ତି କିନ୍ତୁ ତାଙ୍କ ଫିଲ୍ମ ଖାସ୍ କମାଲ୍ ଦେଖାଇ ପାରିନାହିଁ। କିନ୍ତୁ ତାମିଲ ଏବଂ ତେଲୁଗୁ ଫିଲ୍ମରେ ତାଙ୍କ ଅଭିନୟର ପ୍ରଶଂସା କରାଯାଏ। ଶ୍ରୃତି ହାସନଙ୍କ ଜନ୍ମ ୧୯୮୬ମସିହାରେ ଜାନୁୟାରୀ ୨୮ତାରିଖରେ ତାମିଲନାଡ଼ୁର ଚେନ୍ନାଇରେ ହୋଇଥିଲା। ଆଜି ଶ୍ରୃତିଙ୍କ ଜନ୍ମଦିନ ଅବସରରେ ତାଙ୍କ ବିଷୟରେ କିଛି ଖାସ୍ କଥା

ମାତ୍ର ୬ବର୍ଷ ବୟସରେ ଶ୍ରୃତି ହାସନ ବାପାଙ୍କ ଫିଲ୍ମ ‘ଚାଚି ୪୨୦’ରେ ପ୍ରଥମ ଥର ଗୀତ ଗାଇଥିଲେ। ଅଭିନେତ୍ରୀ ଏବଂ ଗାୟିକା ହେବା ସହ ଶ୍ରୃତି ହାସନ ଜଣେ ମଡେଲ୍,ମ୍ୟୁଜିକ୍ କମ୍ପୋଜର ଏବଂ ଲେଖିକା ମଧ୍ୟ। ୧୪ବର୍ଷ ବୟସରୁ ହିଁ ସେ ଫିଲ୍ମର ସ୍କ୍ରିପ୍ଟ ଲେଖିବା ଆରମ୍ଭ କରି ଦେଇଥିଲେ। ଏହା ସହ ଶ୍ରୃତି ଅନେକ ଭାଷା କହି ଜାଣିଛନ୍ତି। ଶ୍ରୃତି ହାସନ ହିନ୍ଦୀ,ଇଂରାଜୀ,ତାମିଲ,ତେଲୁଗୁ,ମାଲାୟାଲମ୍ ଏବଂ କନ୍ନଡ଼ ଭାଷା କହି ଜାଣନ୍ତି।

ଶ୍ରୃତି ହାସନ୍ ପିଲାଦିନେ ସ୍କୁଲକୁ ନିଜ ନାଁ ବଦଳାଇ ଯାଉଥିଲେ। ଏହା ପଛର କାରଣ ଥିଲା ଯେ ସେ ଚାହୁଁନଥିଲେ ଯେ ତାଙ୍କୁ କେହି ସୁପରଷ୍ଟାରଙ୍କ ଝିଅ ବୋଲି ଜାଣନ୍ତୁ। ସେଥିପାଇଁ ସେ ତାଙ୍କ ନାଁ ବଦଳାଇ ସ୍କୁଲକୁ ଯାଉଥିଲେ।

ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବା ଯଦି ଦିନେ ତାଙ୍କର ଭାରତୀୟ କ୍ରିକେଟର ସୁରେଶ ରୈନାଙ୍କ ସହ ଆଫେୟାର ଖବର ଶୁଣାଯାଇଥିଲା। ସୁରେଶ ତାଙ୍କୁ ଭଲ ପାଇ ବସିଥିଲେ। କିନ୍ତୁ କଥା ଆଗେଇ ପାରିନଥିଲା। ଏହା ପରେ ସୁରେଶ ବିବାହ କରିଥିଲେ। ଶ୍ରୃତି ହାସନ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନରେ ବହୁତ ଆଗକୁ ବଢ଼ିଯାଇଥିଲେ। ସେ ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡ ମାଇକେଲ୍ କୋର୍ସଲଙ୍କଠୁ ମଧ୍ୟ ଅଲଗା ହୋଇଯାଇଛନ୍ତି। ମାଇକେଲ୍ ଲଣ୍ଡନର ଜଣେ ଥିଏଟର ଅଭିନେତା। ୨୦୧୬ମସିହା ପରଠୁ ସେମାନେ ରିଲେସନଶିପରେ ଥିଲେ କିନ୍ତୁ ୨୦୧୯ରେ ଶ୍ରୃତି ଏବଂ ମାଇକେଲଙ୍କ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।

   Related Posts