ମଙ୍ଗଳରେ ରାଶି ପରିବର୍ତ୍ତନ- ଅନେକ ରାଶି ପାଇଁ ଶୁଭ ସଂକେତ

Published By : Prameya-News7 Bureau | August 06, 2019 IST

ଭାଗ୍ୟ କେତେବେଳେ କାହାର ବଦଳିବ ତାହା କାହାକୁ ଜଣାନଥାଏ। ଜୀବନର କୌଣସି ମୂହୁର୍ତ୍ତରେ ଭଲ ବା ଖରାପ ଖବର ଶୁଣିବାକୁ ମିଳିପାରେ। ଏହି ଖବର ପରିବାର,ବ୍ୟବସାୟ ବା ଜୀବନରେ ହାସଲ କରିଥିବା ସଫଳତା କିମ୍ବା କ୍ଷତି ଜଡିତ ହୋଇପାରେ । ଏମିତି ଅନେକ ଥର ଅଦ୍ଭୁତ ଘଟଣା ଅନେକ ଲୋକଙ୍କ ସହ ହୁଏ ଯାହା ସେମାନଙ୍କ ପାଇଁ ବେଶ ଖୁସିର ବିଷୟ ଥାଏ।

କେବେ କେବେ ହଠାତ୍‌ ଲୋକଙ୍କ ବ୍ୟବସାୟରେ ଲାଭ ହୋଇଥାଏ ତ କେବେ ପରିବାର ପାଇଁ ଖୁସି ଖବର ଥାଏ। ଏଭଳି ଖୁସି ଅବସରକୁ ଲୋକେ ଭାଗ୍ୟ ବା ଭଗବାନଙ୍କ ନାଁ ଦେଇଥାନ୍ତି।  ତେବେ ମଙ୍ଗଳରେ ରାଶି ପରିବର୍ତ୍ତନ ହୋଇଥିବାରୁ ଏହା କାହା ଭାଗ୍ୟରେ କଣ ପ୍ରଭାବ ପକାଏ ଜାଣନ୍ତୁ। କେଉଁ ରାଶିଗ ପାଇଁ ଏହା ଶୁଭ ଓ ଅଶୁଭ -

{"id":141316}

 କନ୍ୟା ରାଶି

ମଙ୍ଗଳ ରାଶି ପାଇଁ ମଙ୍ଗଳ ଦ୍ବାଦଶସ୍ଥ ହୋଇଛନ୍ତି । ଦ୍ବାଦଶ ଘରଟି ବ୍ୟୟ ଘର ହୋଇଥିବାରୁ କନ୍ୟା ରାଶି ପାଇଁ ଏହି ପରିବର୍ତ୍ତନ ଶୁଭ ନୁହେଁ। ଆଗକୁ କ୍ଷତିର ସମ୍ଭାବନା ରହିଛି। କନ୍ୟା ରାଶି ଲୋକଙ୍କୁ ସେଥିପାଇଁ ଆର୍ଥିକ ବ୍ୟାପାରରେ ସତର୍କ ରହିବା ଜରୁରୀ । କୌଣସି ମୂହୁର୍ତ୍ତରେ ଏହି ରାଶିର ଲୋକେ ସମସ୍ୟାର ସାମ୍ନା କରିପାରନ୍ତି। ଆର୍ଥିକବସ୍ଥାରେ ଅଭାବ ଦେଖାଯିବା ସହ ବ୍ୟବସାୟରେ ମଧ୍ୟ କ୍ଷତି ହେବାର ସମ୍ଭାବନା ରହିଛି।

{"id":141317,"width":568,"height":374}

 ତୁଳା ରାଶି

ତୁଳା ରାଶି ଲୋକଙ୍କ ପାଇଁ ମଙ୍ଗଳ ଏବେ ୧୧ ସ୍ଥାନରେ ଅବସ୍ଥାନ କରୁଛନ୍ତି।ଏକଦଶ ହେଉଛି ଲାଭ ସ୍ଥାନ । ତେଣୁ ଏହି ରାଶିର ଲୋକେ ଧନ ପ୍ରାପ୍ତି କରିବେ।ତେବେ କିଛି ନୂଆ କରିବା ପାଇଁ ଉତ୍ସାହିତ ରହିଲେ ମଧ୍ୟ କ୍ଷତି ହେବା ସୁନିଶ୍ଚିତ।

{"id":141318,"width":580,"height":392}

 ବିଚ୍ଛା ରାଶି

ବିଚ୍ଛା ରାଶି ପାଇଁ ମଙ୍ଗଳ ଦଶମସ୍ଥ ହେବେ।ଦଶମ ସ୍ଥାନ କର୍ମସ୍ଥାନ । ଏହି ରାଶିରେ ଲୋକଙ୍କ ପାଇଁ ଶୁଭ ସଂକେତ ଅଛି। ପ୍ରତି କାମରେ ଭଲ ପରିଣାମ ମିଳିବ।  

{"id":141319,"width":581,"height":413}

 ଧନୁ ରାଶି

ଧନୁ ରାଶି ପାଇଁ ମଙ୍ଗଳ ନବମସ୍ଥ ହେବେ।ନବମସ୍ଥାନକୁ ଭାଗ୍ୟ ସ୍ଥାନ ବୋଲି କୁହାଯାଏ ।  ରୋଜଗାରକ୍ଷମ ଧନୁ ରାଶି ଲୋକଙ୍କ ପାଇଁ ନୂଆ ପ୍ରସ୍ତାବ ଆସିବ। ଏହି ପରିବର୍ତ୍ତନ ଧନୁ ରାଶିର ଲୋକଙ୍କ ପାଇଁ ବେଶ ସୁଖ ସମୃଦ୍ଧି ଆଣିବ।

{"id":141320,"width":583,"height":400}

 ମକର ରାଶି

ମକର ରାଶିର ଅଷ୍ଟମସ୍ଥ ହେବେ ମଙ୍ଗଳ। ଅଷ୍ଟମସ୍ଥାନକୁ ରୋଗ, ଆୟୁଷ ଏବଂ ଦାମ୍ପତ୍ୟ ସ୍ଥାନ ବୋଲି ବିଚାର କରାଯାଏ । ମଙ୍ଗଳ ଅଷ୍ଟମସ୍ଥ ହେବା ଏହି ରାଶି ପାଇଁ ଶୁଭ ନୁହେଁ ।  ଜୀବନରେ ଅନେକ କ୍ଷତି ହେବାର ସଂକେତ ଦେଇଛି ଏହି ପରିବର୍ତ୍ତନ। ମକର ରାଶିର ଲୋକଙ୍କ ପାଇଁ ମଙ୍ଗଳ ପ୍ରବେଶ କରିବା ଅଶୁଭ।

{"id":141321,"width":582,"height":391}

 କୁମ୍ଭ ରାଶି

ଏହି ରାଶିର ଲୋକଙ୍କ ପାଇଁ ମଙ୍ଗଳ ସପ୍ତମସ୍ଥ ହେଉଛି। ସପ୍ତମଭାବକୁ ଦାମ୍ପତ୍ୟ ଭାବ ଓ ବ୍ୟବସାୟ ଭାବ ବୋଲି କୁହାଯାଏ ।  ଅବିବାହିତା ନାରୀଙ୍କ ପାଇଁ ବିବାହ ଯୋଗ ହେବାର ସମ୍ଭାବନା ରହିଛି। ଏହି ପରିବର୍ତ୍ତନ ବିବାହିତା ନାରୀଙ୍କ ପାଇଁ ବେଶ ଶୁଭ ହେବ। ସନ୍ତାନ ପ୍ରାପ୍ତ ହେବାର ସୁଖ ମଧ୍ୟ ମିଳିପାରେ।

{"id":141322,"width":584,"height":388}

 ମୀନ ରାଶି

ମୀନ ରାଶି ପାଇଁ ମଙ୍ଗଳଙ୍କ ସ୍ଥାନ ପରିବର୍ତ୍ତନ ଅଶୁଭ ହେବ। ଏହି ରାଶି ପାଇଁ ମଙ୍ଗଳ ଷଷ୍ଠସ୍ଥ। ଷଷ୍ଠ ସ୍ଥାନ ରୋଗ ଓ ଶତ୍ରୁଙ୍କ ଘର ବୋଲି କୁହାଯାଏ। ଏହି ରାଶିର ଲୋକଙ୍କ ପାଇଁ ଆର୍ଥିକ ଓ ମାନସିକ ଅସୁବିଧା ବଢିବାର ସମ୍ଭାବନା ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.