କୁମ୍ଭରେ ସୂର୍ଯ୍ୟଙ୍କ ପ୍ରବେଶ ଯୋଗୁଁ ଏହି ରାଶିର ଲୋକଙ୍କ ଭାଗ୍ୟରେ ଆସିବ ପରିବର୍ତ୍ତନ … କିନ୍ତୁ ୩ ରାଶି ସାବଧାନ!

Published By : Prameya-News7 Bureau | February 13, 2020 IST

ଆଜି ସୂର୍ଯ୍ୟ ଦେବତା କୁମ୍ଭ ରାଶିରେ ପ୍ରବେଶ କରିବେ। ଏହି ରାଶିରେ ସୂର୍ଯ୍ୟଙ୍କ ସ୍ଥିତି ମଧ୍ୟମ ବୋଲି କୁହାଯାଏ। ଏହି ପରିବର୍ତ୍ତନ ଯୋଗୁଁ ସୂର୍ଯ୍ୟ ଓ ଶନିଙ୍କର ଗତି ବଦଳିବ। ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ସମୟରେ କର୍କଟ, କନ୍ୟା ଓ ମାନ ରାଶିର ଲୋକଙ୍କୁ ସାବଧାନ ହେବାକୁ ପଡିବ। ତେବେ ଏହି ପରିବର୍ତ୍ତନ ଯୋଗୁଁ ଅନ୍ୟ ରାଶିର ଲୋକଙ୍କର କଣ ପ୍ରଭାବ ରହିବ ଜାଣନ୍ତୁ।

{"id":223896,"width":552,"height":559,"sizeSlug":"large"}

୧- ମେଷ ରାଶି- ମେଷ ରାଶିର ଲୋକଙ୍କର ଏହି ଚଳନ ଯୋଗୁଁ କ୍ୟାରିଅରରେ ପରିବର୍ତ୍ତନ ହେବ। ଅନେକ ସଫଳତା ହାସଲ କରିବେ ମୋଷ ରାଶିର ଲୋକେ। ସନ୍ତାନ ଖୁସି ମିଳିପାରେ। ଏମାନଙ୍କ ପାଇଁ ଏହି ଚଳନ ଶୁଭ ହେବ। ଆକାଶୀ ରଂଗ ଏହି ରାଶିର ଲୋକଙ୍କ ପାଇଁ ଶୁଭ।

{"id":223897,"width":543,"height":372,"sizeSlug":"large"}

୨- ବୃଷ ରାଶି- ଏହି ଚଳନ ଯୋଗୁଁ ବୃଷ ରାଶିର ଲୋକଙ୍କ ଜୀବନରେ ଭଲ ପରିବର୍ତ୍ତନ ହେବ। ଏମାନଙ୍କର ବିଦେଶ ଯାତ୍ରା ଯୋଗ ରହିଛି। ଧନ ଲାଭ କରିବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଏମାନଙ୍କ ପାଇଁ ଶୁଭ ରଂଗ ହେଉଛି ଲାଲ।

{"id":223898,"width":564,"height":319,"sizeSlug":"large"}

୩- ମିଥୁନ ରାଶି- ଏହି ଚଳନ ଯୋଗୁଁ ମିଥୁନ ରାଶିର ଲୋକଙ୍କର ବାଦ-ବିବାଦ ଶେଷ ହେବ। ପରିବାର ଲୋକଙ୍କ ସହ ସୃଷ୍ଟି ହୋଇଥିବା କଳହର ସମାଧାନ ହେବ। କମଳା ରଂଗ ଏମାନଙ୍କ ପାଇଁ ଶୁଭ ରହିବ।

{"id":223899,"sizeSlug":"large"}

୪- କର୍କଟ ରାଶି- କର୍କକ ରାଶିର ଲୋକଙ୍କୁ ନିଜ ଦାମ୍ପତ୍ୟ ଜୀବନ ଓ ବ୍ୟବସାୟ ଉପରେ ଧ୍ୟାନ ଦେବା ଜରୁରୀ। ସୂର୍ଯ୍ୟଙ୍କୁ ପ୍ରତିଦିନ ସକାଳେ ପୂଜା କରିବା ଉଚିତ୍‌। ଧଳା ରଂଗ କର୍କଟ ରାଶିର ଲୋକଙ୍କ ପାଇଁ ଶୁଭ ରହିବ।

{"id":223900,"width":584,"height":330,"sizeSlug":"large"}

୫- ସିଂହ ରାଶି- ଏହି ଚଳନ ଯୋଗୁଁ ସିଂହ ରାଶିର ଲୋକଙ୍କ ଭାଗ୍ୟରେ ଅନେକ ପରିବର୍ତ୍ତନ ହେବ। ଧନ ଲାଭ ହେବାର ଯୋଗ ରହିଛି। ପରିବାରରେ ମଙ୍ଗଳ କାର୍ଯ୍ୟ ହେବ। ଘିଅ ରଂଗ ଏମାନଙ୍କ ପାଇଁ ଶୁଭ।

{"id":223901,"sizeSlug":"large"}

୬- କନ୍ୟା ରାଶି- କନ୍ୟା ରାଶିର ଲୋକଙ୍କୁ ନିଜ ଜୀବନସାଥୀ ତଥା ସ୍ବାସ୍ଥ୍ୟର ଧ୍ୟାନ ରଖିବା ଜରୁରୀ।ସକାଳେ ଉଠି ହନୁମାନଙ୍କ ଚାଳିଶା ଜପ କରିବା ଉଚିତ୍‌। ଏମାନଙ୍କ ଶୁଭ ରଂଗ ହେଉଛି ହଳଦିଆ।

{"id":223902,"width":570,"height":376,"sizeSlug":"large"}

୭- ତୁଳା ରାଶି- ତୁଳା ରାଶିର ଲୋକଙ୍କୁ ନିଜ ପରିବାର ଉପରେ ଧ୍ୟାନ ଦେବା ଜରୁରୀ। ଧନ କ୍ଷତି ହେବାର ଯୋଗ ରହିଛି। ଶୁଭ ରଂଗ ହେଉଛି ସବୁଜ।

{"id":223903,"width":568,"height":384,"sizeSlug":"large"}

୮- ବିଚ୍ଛା ରାଶି- କ୍ୟାରିଅରରେ ଥିବା ସମସ୍ୟା ଦୂର ହେବ। ଏହି ଚଳନ ଯୋଗୁଁ ବିଚ୍ଛା ରାଶିର ଲୋକଙ୍କୁ ଅନେକ ଲାଭ ହେବ। ସୁନେଲି ରଂଗ ଏମାନଙ୍କ ପାଇଁ ଶୁଭ ରହିବ।

{"id":223904,"width":582,"height":413,"sizeSlug":"large"}

୯- ଧନୁ ରାଶି- ଧନୁ ରାଶିର ଲୋକଙ୍କର ବିଦେଶ ଯାତ୍ରାର ଯୋଗ ରହିଛି। ହଜିଯାଇଥିବା ଜିନିଷ ଫେରି ପାଇବେ। ପରିବାରରେ ମଙ୍ଗଳ କାର୍ଯ୍ୟ ହେବ। ଗୋଲାପି ହେଉଛି ଶୁଭ ରଂଗ।

୧୦- ମକର ରାଶି- ଏହି ଚଳନ ଯୋଗୁଁ ମକର ରାଶିର ଲୋକଙ୍କର ଅନେକ ପରିବର୍ତ୍ତନ ହେବ। କ୍ୟାରିଅରରେ ସଫଳତା ମିଳିବା ସହ ଧନ ପ୍ରାପ୍ତ ହେବ। ଶୁଭ ରଂଗ ହେଉଛି ନୀଳ।

{"id":223905,"width":534,"height":359,"sizeSlug":"large"}

୧୧-କୁମ୍ଭ ରାଶି- ଏହି ଚଳନ ଯୋଗୁଁ କୁମ୍ଭ ରାଶିର ଲୋକଙ୍କର ବ୍ୟବସାୟରେ ଫାଇଦା ହେବ। ସମସ୍ୟାରୁ ଦୂରେଇ ରହିବା ଭଲ ହେବ।  ବାଇଗଣି ରଂଗ ଏମାନଙ୍କ ପାଇଁ ଶୁଭ ରହିବ।

{"id":223906,"width":575,"height":418,"sizeSlug":"large"}

୧୨-ମୀନ ରାଶି- ମୀନ ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଘରେ ସମସ୍ତଙ୍କର ମନୋସ୍କାମନା ପୂରଣ ହେବ। ହନୁମାନ ଚାଲିଶା ଜପ କରିବା ଏମାନଙ୍କ ପାଇଁ ଖୁବ ଭଲ। କଳା ଓ ନାଳ ରଂଗ ମୀନ ରାଶିର ଲୋକଙ୍କ ପାଇଁ ଶୁଭ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.