Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଦାନ୍ତର ହଳଦିଆପଣ ପାଇଁ ଚିନ୍ତିତ ଅଛନ୍ତି କି : ତେବେ ଅବଲମ୍ବନ କରନ୍ତୁ ଏହି ଘରୋଇ ଚିକିତ୍ସା

20/01/2019 at 3:21 PM

ସମସ୍ତେ ଚାହଁନ୍ତି ତାଙ୍କ ଦାନ୍ତ ସଫା ଏବଂ ଚିକଚିକ୍ କରୁ। ସୁନ୍ଦର ଦାନ୍ତଠାରୁ ଆମ ଚେହେରା ମଧ୍ୟ ଆହୁରି ଆକର୍ଷଣୀୟ ଦେଖାଯାଇଥାଏ। ଯଦି ଦାନ୍ତରେ କଳା ଦାଗ ଲାଗିଯାଇଥାଏ କିମ୍ବା ଦାନ୍ତ ହଳଦିଆ ହୋଇଯାଇଥାଏ ତେବେ ଏହାଦ୍ବାରା ଆମ ବ୍ୟକ୍ତିତ୍ବରେ ନକରାତ୍ମକ ପ୍ରଭାବ ପଡ଼ିଥାଏ। ଦାନ୍ତ ସୁନ୍ଦର ଦେଖାଯିବା ପାଇଁ ଦାନ୍ତର ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ। ଆଜି ଆମେ ଜାଣିବା ପ୍ରାକୃତିକ ଉପାୟରେ କିପରି ଆମେ ଦାନ୍ତକୁ ସଫା ଏବଂ ସୁନ୍ଦର କରି ପାରିବା

ବେକିଙ୍ଗ୍ ସୋଡ଼ା: ଆଜି ଯାଏଁ ଆପଣ ବେକିଙ୍ଗ୍ ସୋଡ଼ାକୁ କେବଳ ଖାଇବା ପାଇଁ ବ୍ୟବହୃତ କରିଥିବେ,କିନ୍ତୁ ଏହା ଦାନ୍ତକୁ ବ୍ଲିଚ୍ କରିବାରେ ସାହାଯ୍ୟ କରିଥାଏ। ଏହା ଦ୍ବାରା ଆମ ଦାନ୍ତ ସଫା ଏବଂ ଚିକ୍ ଚିକ୍ କରିଥାଏ। ପ୍ରତିଦିନ ବେକିଙ୍ଗ୍ ସୋଡ଼ା ଦ୍ବାରା ନିଜ ଦାନ୍ତକୁ ୪-୫ମିନିଟ୍ ସଫା କରନ୍ତୁ।

ଅୟେଲ୍ ପୁଲିଙ୍ଗ୍: ଏହା ମୈାଖିକ ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ଅଟେ। ଯଦି ଆପଣଙ୍କୁ କ୍ୟାବିଟି,ଶ୍ବାସପ୍ରଶ୍ବାସରେ ଦୁର୍ଗନ୍ଧ ଏବଂ ଦାନ୍ତସନ୍ଧିରୁ ରକ୍ତ ବାହାରୁଥିବାର ସମସ୍ୟା ରହିଛି ତେବେ ତେଲକୁ ପାଟିରେ ରଖି କୁଳି କରନ୍ତୁ। ଏହା ଆପଣଙ୍କ ଦାନ୍ତକୁ ସଫା କରିବା ସହ ଅନ୍ୟାନ୍ୟ ଦାନ୍ତରୋଗ ଭଲ କରିଥାଏ।

ଆପଲ୍ ସିଡାର ଭିନେଗାର: ଏଥିପାଇଁ ଆପଣଙ୍କୁ ଏକ କପ୍ ପାଣିରେ ସେଓ ରସ ମିଶାଇବାକୁ ପଡ଼ିବ ଏବଂ ଏହାକୁ ସେତେବେଳ ଯାଏଁ ବ୍ରସ୍ କରନ୍ତୁ ଯେତେବେଳ ଯାଏଁ ଆପଣଙ୍କ ଦାନ୍ତ ସଫା ହୋଇନାହିଁ। ଏହା କେବଳ ଆପଣଙ୍କ ଦାନ୍ତକୁ ଦାଗମୁକ୍ତ କରିନଥାଏ ବରଂ ଏହାକୁ ମଜବୁତ ମଧ୍ୟ କରିଥାଏ।

ଫଳ: ଫଳ ଯେପରି ଆପଣଙ୍କ ଶରୀର ପକ୍ଷେ ସ୍ବାସ୍ଥ୍ୟପ୍ରଦ ହୋଇଥାଏ ସେହିପରି ଦାନ୍ତ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଫଳ ମଧ୍ୟରେ ସପୁରୀ ଏବଂ ଷ୍ଟ୍ରବେରୀକୁ ଦାନ୍ତରୁ ଦାଗ ଏବଂ ମଇଳାକୁ ସଫା କରିବା ପାଇଁ ବ୍ୟବହାର କରାଯାଇଥାଏ। ସପ୍ତାହକୁ ଥରେ ଷ୍ଟ୍ରବେରୀ ଏବଂ ସପୁରୀର ମିଶ୍ରଣ କରି ଏଥିରେ ବ୍ରସ୍ କରନ୍ତୁ। ଏହା ଆପଣଙ୍କ ଦାନ୍ତର ହଳଦିଆପଣକୁ ଦୂର କରିବ।   

   Related Posts