Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଦୀପାବଳିରେ ଗ୍ରୀନ୍‌ ବାଣ ଫୁଟାଇବାକୁ ସରକାରଙ୍କ ଗ୍ରୀନ୍‌ ସିଗନାଲ୍‌, କିନ୍ତୁ ରହିଛି ଏହି ନିୟମ

26/10/2021 at 8:39 PM

ଚଣ୍ଡିଗଡ଼ ୨୬/୧୦: ପ୍ରଦୂଷଣକୁ ନଜରରେ ରଖି ଏଥର ଦୀପାବଳି​‌ରେ ବାଣ ଫୁଟାଇବା ଉପରେ କଟକଣା ଲାଗିଛି । ଅନେକ ରାଜ୍ୟ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ ଲଗାଇଥିବା ବେଳେ କିଛି ରାଜ୍ୟରେ ସ୍ବଳ୍ପ ସମୟ ପାଇଁ ଗ୍ରୀନ କ୍ରାକର୍ସ ଫୁଟାଇବାକୁ ଅନୁମତି ମିଳିଛି । ରାଜସ୍ଥାନ ପରେ ପରେ ଏବେ ପଞ୍ଜାବ ସରକାର ଦୀପାବଳି​‌ରେ ଦୁଇ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ଦେଇଥିବା ଜଣାପଡ଼ିଛି । ରାଜସ୍ଥାନରେ ସମସ୍ତ ଜିଲ୍ଲାରେ ରାତି ୮-୧୦ ଟା ଯାଏଁ ଲୋକେ ବାଣ ଫୁଟାଇ ଦୀପାବଳି ପାଳନ କରିପାରିବେ ଲୋକେ ।

ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଦୀପାବଳିରେ ଦୁଇ ଘଣ୍ଟା,  ନବବର୍ଷ ରାତି ୧୧.୫୫ରୁ ୧୨.୩୦, ଗୁରୁ ପର୍ବରେ ରାତି ୮-୧୦ ଏବଂ ଛଠ ପୂଜାରେ ସକାଳ ୬-୮ ଯାଏଁ ଲୋକେ ବାଣ ଫୁଟାଇପାରିବେ। ସେହିଭଳି ପଞ୍ଜାବ ସରକାର ମଙ୍ଗଳବାର ବାଣକୁ ନେଇ ବଡ଼ ଘୋଷଣା କରିଛନ୍ତି। ଦୀପାବଳିରେ ଲୋକେ ଦୁଇ ଘଣ୍ଟା ଗ୍ରୀନ୍‌ ବାଣ ଫୁଟାଇପାରିବେ। ବିଜ୍ଞାନ ଏବଂ ପ୍ରଜୁକ୍ତିବିଦ୍ୟା ବିଭାଗର ପରାମର୍ଶ କ୍ରମେ ପଞ୍ଜାବରେ ବାଣ ଉତ୍ପାଦନ, ବିକ୍ରି ଏବଂ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ ଲାଗିଥିଲା। ଏଥି​‌ରେ ସାମାନ୍ୟ କୋହଳ କରିଛନ୍ତି ସରକାର।

କିନ୍ତୁ ମଣ୍ଡି ଗୋବିନ୍ଦନଗର ଏବଂ ଜଳନ୍ଧର ଜିଲ୍ଳା​‌ରେ ୨୮-୨୯ ଅକ୍ଟୋବର ୨୦୨୧ରୁ ଡିସେମ୍ବର ୩୧  ଏବଂ ଜାନୁଆରୀ ୧, ୨୦୨୨ରେ ବାଣ ଫୁଟିପାରିବ ନାହିଁ । ବାୟୁର ମାନକୁ ଦେଖି ଗ୍ରୀନ ଟ୍ରିବ୍ୟୁନାଲ୍‌ ନଭେମ୍ବର ୨୦୨୦ରେ ଏହି ନିର୍ଦେଶ ଦେଇଛନ୍ତି । ଅନ୍ୟ ଅଞ୍ଚଳରେ, ଗୁରୁ ପର୍ବ, କ୍ରିସମାସ୍‌ ଏବଂ ନୂଆବର୍ଷରେ ଗ୍ରୀନ ବାଣ ଫୁଟାଇବା ପାଇଁ ସରକାର ଅନୁମତି ଦେଇଛନ୍ତି।

ତେବେ ଦୀପାବଳିରେ ରାତି ୮-୧୦, ଗୁରୁ ପର୍ବରେ ଭୋର ୪-୫ରୁ ସକାଳ୯-୧୦ ଯାଏଁ, କ୍ରିସମାସ୍‌ରେ ରାତି ୧୧:୫୫ରୁ-୧୨.୩୦ ଏବଂ ନୂଆବର୍ଷ ପାଳନ ପାଇଁ ରାତି ୧୧.୫୫-୧୨.୩୦ ଯାଏଁ ବାଣ ଫୁଟାଇବାକୁ ସରକାର ଗ୍ରୀନ ସିଗନାଲ୍‌ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗ୍ରୀନ ବାଣ ଇ-କମର୍ସ ସାଇଟ ଆମାଜନ୍‌ ଏବଂ ଫ୍ଲିପ୍‌କାର୍ଟରେ ମଧ୍ୟ ଉପଲବ୍ଧ ହେବ।   

   Related Posts