ଧନ, ସମ୍ପତ୍ତି ମାମଲାରେ ଏହି ଝିଅମାନେ ହୋଇଥାନ୍ତି ଭାଗ୍ୟଶାଳୀ, ଯେଉଁଠିକୁ ଯାଆନ୍ତି ଲକ୍ଷ୍ମୀ କୃପା କରନ୍ତି

Published By : Prameya-News7 Bureau | June 19, 2021 IST

ଭୁବନେଶ୍ବର ୧୯।୬: ସମୁଦ୍ର ଶାସ୍ତ୍ରରେ ମହିଳା ଏବଂ ପୁରୁଷଙ୍କ ବିଷୟରେ କିଛି କଥା କୁହାଯାଇଛି, ଯାହାକୁ ଆଧାର କରି ସେହି ଝିଅ/ମହିଳା ଏବଂ ପୁରୁଷଙ୍କ ଚିନ୍ତା କରିବା, ବୁଝିବା ଏବଂ ସେମାନଙ୍କ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ ଅନୁମାନ ଲଗାଯାଇପାରିବ । ସାମୁଦ୍ର ଶାସ୍ତ୍ରରେ ଝିଅମାନଙ୍କର ଏମିତି କିଛି ଅଙ୍ଗ ବିଷୟରେ ମଧ୍ୟ ଚର୍ଚ୍ଚା କରାଯାଇଛି ଯାହା ଆଧାରରେ ସେମାନଙ୍କର ଭାଗ୍ୟ ସଂପର୍କରେ ଆକଳନ କରାଯାଇପାରିବ । ଆସନ୍ତୁ ଜାଣିବା ଏହି ଝିଅମାନଙ୍କ ସମ୍ବନ୍ଧରେ, ସେମାନେ ଜୁଆଡେ ଯାଆନ୍ତି ସେଠାରେ ଧନର ଅଭାବ ରହିନଥାଏ ।

ସମୁଦ୍ର ଶାସ୍ତ୍ରରେ କୁହାଯାଏ ଯେ ଯେଉଁ ଝିଅମାନଙ୍କର କପାଳ ଚଉଡା, ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ବିଶ୍ବାସ କରାଯାଏ ଯେ, ଏହି ଝିଅମାନେ ଯେଉଁ ଘରକୁ ଯାଆନ୍ତି, ସେଠାରେ ଧନର ଅଭାବ ରୁହେନାହିଁ ।

ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ଝିଅମାନଙ୍କର ଶରୀରର ବାମ ପାର୍ଶ୍ବରେ ଅଧିକ କଳାଜାଇ ଥାଏ ସେମାନେ ପରିବାର ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି । ଏଭଳି ଝିଅମାନଙ୍କର ପରିବାର ଲୋକମାନେ ବହୁତ ଅଗ୍ରଗତି କରିଥାନ୍ତି । ପରିବାରରେ ସର୍ବଦା ସୁଖ ଏବଂ ସମୃଦ୍ଧି ବଜାୟ ରହିଥାଏ ।

ଯେଉଁ ମହିଳାମାନଙ୍କର ପାଦ ତଳେ ଶଙ୍ଖ, ଚକ୍ର ଅଥବା ପଦ୍ମ ଚିହ୍ନ ଥାଏ ସେମାନେ ଏକ ବଡ ପଦବୀରେ ନିୟୋଜିତ ହୋଇଥାନ୍ତି । ସେମାନଙ୍କୁ କେବେବି ଧନର ଅଭାବ ରହିନଥାଏ ।

ଯେଉଁ ଝିଅମାନଙ୍କର ଲମ୍ବା ଆଙ୍ଗୁଠି ଥାଏ, ସେମାନେ ବହୁତ ବୁଦ୍ଧିମାନ ଏବଂ ଚତୁର ଥାଆନ୍ତି । ବିଶ୍ବାସ କରାଯାଏ ଯେ, ଏମିତି ଝିଅମାନେ ସେମାନଙ୍କ ସ୍ବାମୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ ପ୍ରମାଣିତ ହୋଇଥାନ୍ତି ।

ଯେଉଁ ଝିଅମାନଙ୍କର ବେକ ସାଧାରଣଠାରୁ ଅଧିକ ଲମ୍ବା ସେମାନେ ଧନ ସମ୍ପତ୍ତି ମାମଲାରେ ବହୁତ ଭାଗ୍ୟବାନ । ସେମାନେ ଯେଉଁଆଡେ ଯାଆନ୍ତି, ସେଠାରେ ସୁଖ ଏବଂ ସମୃଦ୍ଧି ନେଇଥାନ୍ତି । ସେମାନଙ୍କ ସ୍ବାମୀମାନଙ୍କର ଉନ୍ନତି ହୁଏ । ପରିବାରଲୋକଙ୍କର ମଧ୍ୟ ଅଗ୍ରଗତି ହୋଇଥାଏ ।

ଯେଉଁ ଝିଅମାନଙ୍କର ପାଦ ଆଙ୍ଗୁଠି ଚଉଡା, ଗୋଲାକାର ଏବଂ ନାଲି, ସେମାନେ ଜୀବନର ସମସ୍ତ ସୁଖ ପାଆନ୍ତି । କିନ୍ତୁ ଯେଉଁ ଝିଅମାନଙ୍କର ଲମ୍ବା ଆଙ୍ଗୁଠି ଥାଏ ସେମାନଙ୍କୁ ଜୀବନରେ ସଂଘର୍ଷ କରିବାକୁ ପଡେ ।

ଝିଅମାନଙ୍କର ପାଦ ତଳ ସାପ ପରି ଆକୃତିର, ସେମାନେ ଜୀବନରେ ସବୁକିଛି ସହଜରେ ପାଇଥାନ୍ତି । ବିଶ୍ବାସ କରାଯାଏ ଯେ, ଏମିତି ମହିଳାମାନେ ଭଗବାନଙ୍କ ଦ୍ବାରା ଆଶୀର୍ବାଦ ପ୍ରାପ୍ତ ହୋଇଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.