Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

ନବରାତ୍ରରର ଅନ୍ତିମ ଦିନରେ ଅଚାନକ ଚମକିବ ଏହି ୪ ରାଶିଙ୍କ ଭାଗ୍ୟ, ଦୂର ହେବ ଅର୍ଥ ସଂକଟ

4/10/2019 at 5:45 PM

ନବରାତ୍ରୀ ସମୟ ବର୍ଷର ସବୁଠାରୁ ପବିତ୍ର ସମୟ ବୋଲି ମନେ କରାଯାଏ। କୈଳାଶରୁ ମା ଦୁର୍ଗା ଧରାବତରଣ କରିବା ସହ ଭକ୍ତଙ୍କ ମନବାଞ୍ଛା ପୂରଣ କରିଥାନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି। ତେବେ ଚଳିତବର୍ଷ ନବରାତ୍ରର ଶେଷ ଦିନଟି ସବୁଠୁ ଖାସ୍ ଦିନ। ସୋମବାର ସର୍ବାର୍ଥ ସିଦ୍ଧି ଯୋଗରେ ମହାନବମୀ ପାଳିତ ହେଉଥିବାରୁ ଭକ୍ତଙ୍କ ମନୋରଥ ମା ନିଶ୍ଚିତ ପୂରଣ କରିବେ ବୋଲି କୁହାଯାଉଛି। ତେବେ ଏହି ଦିନ ୪ଟି ରାଶିଙ୍କ ଲାଗି ଖାସ ସଂଯୋଗ ସୃଷ୍ଟି ହେବ। ତେବେ ଆସନ୍ତୁ ଜାଣିବା  କେଉଁ ରାଶି ଜାତକଙ୍କୁ ମିଳିବ ମାଙ୍କ ଖାସ ଅନୁକମ୍ପା।

ମୀନ ରାଶିଜାତଙ୍କ ଲାଗି ନବରାତ୍ରର ନବମୀ ତିଥି ଅନେକ ଶୁଭ ଫଳ ନେଇ ଆସୁଛି। ଏହି ଦିନଟି କେବଳ ଆପଣ ନୁହଁନ୍ତି ଆପଣଙ୍କ ପରିବାର ଲାଗି ମଧ୍ୟ ଖୁସି ନେଇ ଆସୁଛି। ମାଙ୍କ ନବରାତ୍ର ଶେଷ ହେବ ସହ ପରିବାରର ଆର୍ଥିକ ଅନଟନ ସବୁଦିନ ଲାଗି ଦୂର ହୋଇଯିବ। ଅର୍ଥାଭାବ ଯୋଗୁ ଯେଉଁ କାମ ଏପର୍ଯ୍ୟନ୍ତ କରିବାକୁ ଆପଣ ସାହାସ କରିପାରୁନଥିଲେ ତାହା ଏବେ କରିପାରିବେ। ଆପଣଙ୍କ ଉପରେ ଗୁରୁ ଓ ଗୁରୁଜନଙ୍କ ଆଶିର୍ବାଦ ରହିବ। ଅନେକ ଦିନରୁ ଚାଲି ଆସିଥିବା ସମସ୍ୟାର ମଧ୍ୟ ସମାଧାନ ହୋଇଯିବ।  ସମାଜରେ ଆପଣଙ୍କ ପ୍ରତି ସମ୍ମାନ ବୃଦ୍ଧି ହେବ।

କେବଳ ମୀନ ନୁହଁନ୍ତି କନ୍ୟା ରାଶି ଜାତଙ୍କ ଉପରେ ମଧ୍ୟ ମାଙ୍କ ଖୁବ ଆଶିର୍ବାଦ ବର୍ଷିବ। ଦୀର୍ଘ ବର୍ଷ ପରେ ଏହି ରାଶି ଜାତଙ୍କ ଉପରେ ମାଙ୍କ ଦୃଷ୍ଟି ପଡିଛି। ଏଣୁ କନ୍ୟା ରାଶି ଜାତକଙ୍କ ସମସ୍ତ  ଅଭିଷ୍ଟ ମାଙ୍କ ଆଶିର୍ବାଦରେ ପୂରଣ ହେବ। ଜୀବନର ସମସ୍ୟା ଉଭେଇ ଯିବା ସହ ପରିବାରରେ ସୁଖ ଶାନ୍ତି ବିରାଜମାନ କରିବ। ଏହା ଛଡା ମିଥୁନ, ମକର ଓ ବିଛା ରାଶି ଜାତକଙ୍କୁ ମଧ୍ୟ ମାଙ୍କ କରୁଣା ମିଳିବ।

   Related Posts