Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଗଷ୍ଟ ମାସରେ ୪ଟି ଗ୍ରହ ବଦଳିବେ ନିଜ ଗତି : ଜାଣନ୍ତୁ କେଉଁ କେଉଁ ରାଶିରେ କରିବେ ପ୍ରବେଶ

31/07/2020 at 6:35 PM

ଅଗଷ୍ଟ ମାସରେ ୪ଟି ଗ୍ରହ ନିଜ ଗତି ବଦଳାଇ ଭିନ୍ନ ଭିନ୍ନ ରାଶିରେ ପ୍ରବେଶ କରିବେ। ଅଗଷ୍ଟ ୧ତାରିଖରେ ଶୁକ୍ର ଗ୍ରହ ମିଥୁନ ରାଶିରେ ଯିବ। ସେହିପରି ବୁଧ ଗ୍ରହ ଅଗଷ୍ଟ ୨ତାରିଖରେ କର୍କଟ ରାଶିରେ ଏବଂ ଅଗଷ୍ଟ ୧୭ତାରିଖରେ ସିଂହ ରାଶିରେ ଯିବ। ମଙ୍ଗଳ ଗ୍ରହ ଅଗଷ୍ଟ ୧୬ତାରିଖରେ ମେଷ ରାଶିରେ ଯିବ ଏବଂ ଏହି ଦିନ ସୂର୍ଯ୍ୟ ମଧ୍ୟ ନିଜ ରାଶିରେ ପ୍ରବେଶ କରିବ।

ଶୁକ୍ର : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଗ୍ରହ ସୌନ୍ଦର୍ଯ୍ୟ,କଳା,କାମୁକତା,ଧନ-ଦୌଲତ,ପ୍ରତିଷ୍ଠା ଆଦିର କାରକ ହୋଇଥାଏ। ଶୁକ୍ର ଗ୍ରହ ଅଗଷ୍ଟ ୧ତାରିଖରେ ମିଥୁନ ରାଶିରେ ଯିବ। ଏହି ରାଶିରେ ଶୁକ୍ର ଗ୍ରହ ସେପ୍ଟେମ୍ବର ୧ଯାଏଁ ରହିବ। ମିଥୁନ ବୁଧ ଗ୍ରହର ରାଶିରେ ରହିଛି। ଏହି ରାଶିରେ ବୁଧ ଏବଂ ରାହୁ ପୂର୍ବରୁ ରହିଛନ୍ତି। ଅଗ​‌ଷ୍ଟ ୨ତାରିଖରେ ବୁଧ ନିଜ ସ୍ବରାଶିରୁ କର୍କଟ ରାଶିରେ ପ୍ରବେଶ କରିବେ।

ବୁଧ : ବୁଧ ଗ୍ରହ ବୁଦ୍ଧି,ବାଣୀ,ସଞ୍ଚାର,ସମ୍ବାଦ ଆଦିର କାରକ ହୋଇଥାଏ। ଅଗଷ୍ଟ ୨ତାରିଖରେ ବୁଧ କର୍କଟ ରାଶିରେ ପ୍ରବେଶ କରିବେ। ବୁଧ ଅଗଷ୍ଟ ୧୬ତାରିଖ ଯାଏଁ ଏଠାରେ ସୂର୍ଯ୍ୟ ଗ୍ରହ ସହ ଯୁତି କରିବେ। ଅଗଷ୍ଟ ୧୬ତାରିଖରେ ସୂର୍ଯ୍ୟ ନିଜ ସ୍ବରାଶି ସିଂହରେ ଚାଲି ଯିବେ। ବୁଧ କର୍କଟ ରାଶିରେ ଅଗଷ୍ଟ ୧୭ତାରିଖ ଯାଏଁ ରହିବେ ଏବଂ ପରେ ସିଂହ ରାଶିରେ ଚାଲି ଯିବେ।

ମଙ୍ଗଳ : ମଙ୍ଗଳ ଗ୍ରହକୁ ଜ୍ୟୋତିଷ ଶାସ୍ତ୍ରରେ ଭୂମି,ସେନା,ସାହସ,ପରାକ୍ରମ,ଯୁଦ୍ଧ ଆଦିର କାରକ କୁହାଯାଇଥାଏ। ମଙ୍ଗଳ ଗ୍ରହ ଅଗଷ୍ଟ ୧୬ତାରିଖରେ ମେ​‌ଷ ରାଶିରେ ପ୍ରବେଶ କରିବେ। ଏହି ରାଶି ମଙ୍ଗଳର ରାଶି। ମେଷ ରାଶିରେ ମଙ୍ଗଳ ଉଚ୍ଚ ହୋଇଥାଏ ଏବଂ ଜାତକକୁ ଭଲ ଫଳ ପ୍ରାପ୍ତି ହୋଇଥାଏ।

ସୂର୍ଯ୍ୟ : ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଗ୍ରହକୁ ସବୁ ଗ୍ରହର ରାଜା କୁହାଯାଇଥାଏ। ସୂର୍ଯ୍ୟ ସିଂହ ରାଶିର ସ୍ବାମୀ ହୋଇଥାଏ। ସୂର୍ଯ୍ୟ ଗ୍ରହକୁ ଆତ୍ମା,ଉର୍ଜା,ମାନ-ସମ୍ମାନ,ରାଜା,ନେତୃତ୍ବକର୍ତ୍ତା ଆଦିର କାରକ କୁହାଯାଇଥାଏ। ସୂର୍ଯ୍ୟ ଦେବତା ଅଗଷ୍ଟ ୧୬ତାରିଖରେ ନିଜ ସ୍ବରାଶିରେ ଯିବେ। ଏଠାରେ ସୂର୍ଯ୍ୟ ଉଚ୍ଚ ଭାବରେ ରହିବେ। ସୂର୍ଯ୍ୟ ଗ୍ରହ ଏହି ରାଶିରେ ବୁଧ ଗ୍ରହ ସହ ବୁଦ୍ଧାଦିତ୍ୟ ଯୋଗର ନିର୍ମାଣ କରିବେ।

   Related Posts