Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||

ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି କି: ତେବେ ଖାଆନ୍ତୁ ଏହି ୪ଟି ଜିନିଷ

22/02/2019 at 9:29 AM

କ୍ୟାଲସିୟମ୍ କେବଳ ହାଡ଼କୁ ମଜବୁତ କରିନଥାଏ ବରଂ ରକ୍ତ ଧମନୀ ଆଖପାଖରେ ଥିବା ମାଂସପେଶୀର ଚାପକୁ କମ୍ କରିଥାଏ। ଯେତେବେଳେ ଶରୀରରେ କ୍ୟାଲସିୟମର ଇନଟେକ୍ କମ୍ ହୋଇଯାଇଥାଏ ସେତେବେଳେ ଆପଣଙ୍କ ମାଂସପେଶୀରେ ଚାପ ପଡ଼ିଥାଏ। ଯାହା ଫଳରେ ଆପଣଙ୍କ ରକ୍ତଚାପ ବଢ଼ିବାକୁ ଲାଗିଥାଏ। ଯଦି ଏହି ସମସ୍ୟା ଦୀର୍ଘ ଦିନ ପର୍ଯ୍ୟନ୍ତ ଲାଗି ରହେ ତେବେ ହୃଦଘାତ ଏବଂ କିଡନି ରୋଗ ହେବାର ସମ୍ଭାବନା ଥାଏ। ଆଜି ଆମେ ଜାଣିବା କ୍ୟାଲସିୟମ ଭରପୂର ଥିବା ୭ଟି ଖାଦ୍ୟ ବିଷୟରେ ଯାହା ଖାଇବା ଦ୍ବାରା ଆପଣଙ୍କ ରକ୍ତଚାପ ନିୟନ୍ତ୍ରିତ ରହିବ।

୧.କ୍ୟାଲସିୟମରେ ଭରପୂର କ୍ଷୀର: ଆପଣଙ୍କ କ୍ୟାଲସିୟମ୍ ଇନଟେକ୍ କରିବାର ସବୁଠୁ ଭଲ ଉପାୟ ହେଉଛି କ୍ଷୀର। କ୍ୟାଲସିୟମ୍ ବ୍ୟତୀତ କ୍ଷୀରରେ ପୋଟାସିୟମ୍ ମଧ୍ୟ ରହିଥାଏ ଯାହା ରକ୍ତଚାପ କମ୍ କରିବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ଗୋଟିଏ ଗ୍ଲାସ୍ କ୍ଷୀର ନିଶ୍ଚୟ ପିଅନ୍ତୁ। କିନ୍ତୁ ବେଶୀ କ୍ଷୀର ପିଅନ୍ତୁ ନାହିଁ କାରଣ ଅତି ମଧ୍ୟ କ୍ଷତିକାରକ ହୋଇଥାଏ।

୨.ହାଇପରଟେନସନରୁ ବଞ୍ଚାଇବ ସିଫୁଡ୍: ସାର୍ଡ଼ିନ୍,ସାଲମନ୍ ଏବଂ ଚିଙ୍ଗୁଡ଼ି ମଧ୍ୟ କ୍ୟାଲସିୟମର ଉତ୍ତମ ଉତ୍ସ ଅଟେ। ଏହି ସିଫୁଡ୍ ଖାଇବା ଦ୍ବାରା କେବଳ ଆପଣଙ୍କର ହାଇପରଟେନସନ ଦୂର ହୋଇନଥାଏ ବରଂ ଆପଣ ହୃଦଘାତରୁ ମଧ୍ୟ ରକ୍ଷା ପାଇପାରିବେ। କେବଳ ଏତିକି ନୁହେଁ ସିଫୁଡ୍ ଆପଣଙ୍କ ତ୍ବଚା ପାଇଁ ମଧ୍ୟ ଉପାଦେୟ ଅଟେ। ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇ ଏହା ସବୁପ୍ରକାର ରୋଗରୁ ଆପଣଙ୍କୁ ଦୂରରେ ରଖିଥାଏ।

୩.ସବୁଜ ପନିପରିବା : ମିନେରାଲ ଏବଂ ନ୍ୟୁଟ୍ରିଏଣ୍ଟସରେ ଭରି ରହିଥିବା ସବୁଜ ପତ୍ରଥିବା ପରିବା ଶକ୍ତିର ଗନ୍ତାଘର ହୋଇଥାଏ। ସବୁଜ ପନିପରିବାରେ ଲୈାହ ବ୍ୟତୀତ କ୍ୟାଲସିୟମ୍ ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ। ଯାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ। ଖାସ୍ କରି ପାଳଙ୍ଗ,ବ୍ରୋକୋଲି,ଭେଣ୍ଡି,ବନ୍ଧାକୋବି ଆଦି ନିଜ ଖାଦ୍ୟରେ ସାମିଲ କରନ୍ତୁ।

୪.ଅଙ୍ଗୁର : ଅଙ୍ଗୁର ପୋଟାସିୟମ୍ ଏବଂ ଫସଫରସର ଉତ୍ତମ ସ୍ରୋତ ହୋଇଥାଏ ଯାହା ଉଚ୍ଚ ରକ୍ତଚାପ ନିମନ୍ତେ ଫଳପ୍ରଦ ହୋଇଥାଏ।      

   Related Posts