୨୦୧୯ ବିଶ୍ବ କପ୍ : ଏହି ୪ଜଣ ବ୍ୟାଟସମ୍ୟାନ୍ ହେଉଛନ୍ତି ପ୍ରକୃତରେ ଗୋଲଡେନ ବ୍ୟାଟ୍ ପାଇବାର ହକଦାର , ଜାଣନ୍ତୁ କିଏ?
14/07/2019 at 11:37 AM

ଲଣ୍ଡନ ୧୪/୭: ଆଜି ୨୦୧୯ଓ୍ବାଲର୍ଡ଼ କପର ଫାଇନାଲ ମ୍ୟାଚ୍ ଖେଳାଯିବ,ଆଜି ଆମେ ଆପଣଙ୍କୁ ୪ଜଣ ଏପରି ବ୍ୟାଟସମ୍ୟାନଙ୍କ ନାଁ କହିବା ଯିଏ ୨୦୧୯ ଓ୍ବାଲର୍ଡ଼ କପରେ ଗୋଲଡେନ୍ ବ୍ୟାଟର ସବୁଠୁ ବଡ଼ ହକଦାର୍ ଅଟନ୍ତି।

୧.ଜୋ ରୁଟ (ଇଂଲଣ୍ଡ) : ଇଂଲଣ୍ଡ ଟିମର ସବୁଠୁ ଅନୁଭବୀ ବ୍ୟାଟସମ୍ୟାନ ୨୦୧୯ ଓ୍ବାଲର୍ଡ଼ କପରେ ୧୦ଟି ମ୍ୟାଚରେ ୬୮.୬୨ ରନରେଟରେ ୫୪୯ରନ୍ କରିଥିଲେ। ଜୋ ରୁଟ ଫାଇନାଲରେ ବଡ଼ ଇନିଂସ ଖେଳିବା ପାଇଁ ସକ୍ଷମ ହୋଇଥିଲେ। ସେ ୨୦୧୯ ଓ୍ବାଲର୍ଡ଼ କପରେ ସବୁଠୁ ଅଧିକ ରନ୍ କରିଥିବା ବ୍ୟାଟସମ୍ୟାନ୍ ହୋଇପାରନ୍ତି,ସେ ୨୦୧୯ ଓ୍ବାଲର୍ଡ଼ କପରେ ଗୋଲଡେନ ବ୍ୟାଟର ସବୁଠୁ ବଡ଼ ହକଦାର ହୋଇପାରନ୍ତି।

୨.ରୋହିତ ଶର୍ମା (ଭାରତ) : ଭାରତୀୟ ଟିମର ବିପଦଜନକ ଓପନର ଏବଂ ଓ୍ବାଲର୍ଡ଼ କପ ୨୦୧୯ର ସବୁଠୁ ବଡ଼ ବ୍ୟାଟସମ୍ୟାନ୍ ରୋହିତ ଶର୍ମା ୯ଟି ମ୍ୟାଚ ଖେଳି ୮୧.୦୦ ରନରେଟରେ ୬୪୮ ରନ କରିବାରେ ସଫଳ ହୋଇଥିଲେ। ସେ ୨୦୧୯ ଓ୍ବାଲର୍ଡ଼ କପରେ ଗୋଲଡେନ୍ ବ୍ୟାଟର ଦ୍ବିତୀୟ ହକଦାର ହୋଇପାରନ୍ତି।

୩.କେନ ଓ୍ବିଲିୟମସନ୍(ନ୍ୟୁଜିଲାଣ୍ଡ) : ନ୍ୟୁଜିଲାଣ୍ଡ ଟିମର କ୍ୟାପଟେନ୍ ଏବଂ ସବୁଠୁ ଧୁରନ୍ଧର ବ୍ୟାଟସମ୍ୟାନ୍ କେନ ଓ୍ବିଲିୟମସନ୍( ୨୦୧୯ ଓ୍ବାଲର୍ଡ଼ କପରେ ୯ଟି ମ୍ୟାଚରେ ୯୧.୩୩ରନରେଟରେ ୫୪୮ରନ କରିଥିଲେ। ଯଦି କେନ ଫାଇନାଲରେ ଶତକ କରିବାରେ ସଫଳ ହେଲେ ତେବେ ସେ ଏହି ଓ୍ବାଲର୍ଡ଼ କପରେ ସବୁଠୁ ଅଧିକ ରନ୍ କରିଥିବା ବ୍ୟାଟସମ୍ୟାନ ହୋଇଯିବେ। ସେ ଗୋଲଡେନ ବ୍ୟାଟ୍ ପାଇବାର ତୃତୀୟ ହକଦାର ମଧ୍ୟ ହୋଇପାରନ୍ତି।

୪.ଜନି ବେୟାରଷ୍ଟୋ ( ଇଂଲଣ୍ଡ) : ଇଂଲଣ୍ଡ ଟିମର ବିପଦଜନକ ଓପନର ଜନି ବେୟାରଷ୍ଟୋ ୨୦୧୯ ଓ୍ବାଲର୍ଡ଼ କପରେ ୧୦ଟି ମ୍ୟାଚରେ ୪୯.୬୦ ରନରେଟରେ ୪୯୬ରନ କରିଛନ୍ତି। ଯଦି ଜନି ୨୦୧୯ ଫାଇନାଲରେ ଶତକ କରିବାରେ ସଫଳ ହେଲେ ତେବେ ସେ ୨୦୧୯ ଓ୍ବାଲର୍ଡ଼ କପରେ ସବୁଠୁ ଅଧିକ ରନ୍ କରିଥିବା ବ୍ୟାଟସମ୍ୟାନ ସୂଚୀରେ ସବୁଠୁ ଉପରେ ପହଞ୍ଚିବେ। ସେ ଗୋଲଡେନ ବ୍ୟାଟ୍ ପାଇବାର ଚତୁର୍ଥ ହକଦାର ମଧ୍ୟ ହୋଇପାରନ୍ତି।