କାହାର ଶବଯାତ୍ରା ଦେଖୁଛନ୍ତି କି ? ତେବେ ତୁରନ୍ତ କରନ୍ତୁ ଏହି ୪ଟି କାମ: ମିଳିବ ପୁଣ୍ୟ

Published By : Prameya-News7 Bureau | September 26, 2019 IST

ଶ୍ରୀମଦ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ମନୁଷ୍ୟର ଶରୀର ନଶ୍ବର ଅଟେ,ଆତ୍ମା କେବଳ ଅମର। ଯେଉଁମାନେ ଜନ୍ମ ହୋଇଛନ୍ତି,ସେମାନଙ୍କର ମୃତ୍ୟୁ ସୁନିଶ୍ଚିତ।ଯେକୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରିବା ପୂର୍ବରୁ ଶବଯାତ୍ରା ବାହାରିଥାଏ। ଶବଯାତ୍ରା ସମ୍ବନ୍ଧରେ ଅନେକ ପ୍ରଥା ପ୍ରଚଳିତ ରହିଛି। ଯଦି କାହାର ଶବଯାତ୍ରା ଦେଖାଯାଏ ତେବେ ଆମକୁ ଏହି ୪ଟି ଶୁଭ କାମ ନିଶ୍ଚୟ କରିବା ଉଚିତ୍।

ପ୍ରଥମ ଶୁଭ କାମ : ଯଦି କୌଣସି ବ୍ୟକ୍ତି କାହାର ଅନ୍ତିମ ଯାତ୍ରାରେ ସାମିଲ ହୋଇଥାଆନ୍ତି ,ଶବକୁ କାନ୍ଧ ଦେଇଥାଆନ୍ତି ତେବେ ତାଙ୍କ ପୁଣ୍ୟ ବୃଦ୍ଧି ହୋଇଥାଏ। ଏହି ପୁଣ୍ୟର ପ୍ରଭାବରେ ପୁରୁଣା ପାପ ନଷ୍ଟ ହୋଇଯାଇଥାଏ। ଏହି ବିଶ୍ବାସ ଯୋଗୁଁ ଅଧିକାଂଶ ଲୋକେ ଶବଯାତ୍ରାରେ ସାମିଲ ହୋଇ ଶବକୁ କାନ୍ଧ ଦେଇଥାଆନ୍ତି।

ଦ୍ବିତୀୟ ଶୁଭ କାମ : ଯଦି ଆମେ ସମୟ ଅଭାବ ଯୋଗୁଁ କୌଣସି ଅଜଣା ବ୍ୟକ୍ତିଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇପାରୁ ନାହିଁ ତେବେ ଶବଯାତ୍ରା ଦେଖିବାବେଳେ ଆମକୁ ରହି ଯିବା ଉଚିତ୍। ଭଗବାନଙ୍କୁ ମୃତ ବ୍ୟକ୍ତିଙ୍କ ଆତ୍ମାକୁ ଶାନ୍ତି ଦେବା ପାଇଁ ପ୍ରାର୍ଥନା କରିବା ଉଚିତ୍।

ତୃତୀୟ ଶୁଭ କାମ : ଯଦି କାହାର ଶବଯାତ୍ରା ଦେଖୁଛନ୍ତି, ତେବେ ରାମ ନାମ ଜପ କରିବା ଉଚିତ୍। ଶ୍ରୀରାମଚରିତ ମାନସ ମୁତାବକ ରାମ ନାମ ଜପ କରିବା ଦ୍ବାରା ଶିବ ଅତ୍ୟନ୍ତ ପ୍ରସନ୍ନ ହୋଇଥାଆନ୍ତି। ଶିବପୁରାଣରେ କୁହାଯାଇଛି ଯେ ମୃତ୍ୟୁ ପରେ ଆତ୍ମା ପରମାତ୍ମାରେ ବିଲୀନ ହୋଇଯାଇଥାଆନ୍ତି। ଏହି କାରଣରୁ ଶବଯାତା ଦେଖିଲେ ରାମ ନାମ ଜପ କରିବା ଉଚିତ୍। ଏହା କଲେ ଶିବଙ୍କ କୃପା ମିଳିଥାଏ।

ଚତୁର୍ଥ ଶୁଭ କାମ : ଯେତେବେଳେ ଶବଯାତ୍ରା ଦେଖୁଛନ୍ତି ସେତେବେଳେ ମୌନ ହୋଇଯିବା ଉଚିତ୍। ଯଦି ଆମେ କାର୍ କିମ୍ବା ବାଇକ୍ରେ ଯାଉଛୁ ତେବେ ଏହି ସମୟରେ ହର୍ଣ୍ଣ ବଜାଇବା ଅନୁଚିତ୍। ଏହି କାମ ମୃତ ବ୍ୟକ୍ତିଙ୍କ ପ୍ରତି ଆଦର ଏବଂ ସମ୍ମାନ ଭାବନା ପ୍ରକଟ କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.