Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ସାବଧାନ! ସେଓ ଖାଇବାର ୨ଘଣ୍ଟା ଯାଏଁ ଭୁଲରେ ବି ଖାଆନ୍ତୁ ନାହିଁ ଏସବୁ ଜିନିଷ : ବିଗିଡ଼ିଯିବ ପେଟର ଅବସ୍ଥା

12/10/2019 at 3:54 PM

ସେଓ ସବୁଠୁ ଅଧିକ ଲୋକପ୍ରିୟ,ସୁଆଦିଆ ଏବଂ ପୁଷ୍ଟିସାର ଜାତୀୟ ଖାଦ୍ୟ। ଏହି ଲାଲ ରଙ୍ଗର ଫଳରେ ଅନେକ ଲାଭ ଏବଂ ରହସ୍ୟ ଜଡ଼ିତ ରହିଛି। ଆପଣ ମଧ୍ୟ ଏକଥା ଶୁଣିଥିବେ ‘ ଏନ ଆପଲ୍ ଏ ଡେ,କିପସ ଦ ଡକ୍ଟର ଅବେ’ , ଅର୍ଥାତ୍ ପ୍ରତି ଦିନ ଗୋଟିଏ ସେଓ ଖାଇବା ଦ୍ବାରା ଆପଣ ଅନେକ ରୋଗରୁ ଦୂରରେ ରୁହନ୍ତି।

ସେଓରେ ପ୍ରଚୁର ମାତ୍ରାରେ ଭିଟାମିନ୍,ଫାଇବର,ମିନେରାଲ୍ସ,ଭିଟାମିନ୍ ସି,ଭିଟାମିନ୍ କେ,ଭିଟାମିନ୍ ବି୬,ପୋଟାସିୟମ,କପର,ମାଙ୍ଗାନିଜ,ଫସଫରସ୍,ଆଣ୍ଟିଅକ୍ସିଡାଣ୍ଟ ଏବଂ ମ୍ୟାଗ୍ନେସିୟମ୍ ଭଳି ପୋଷକ ତତ୍ତ୍ବ ମିଳିଥାଏ।

ପ୍ରତିଦିନ ସେଓ ଖାଇବା ଦ୍ବାରା ହାଡ଼ ମଜବୁତ ହୋଇଥାଏ,ଶ୍ବାସରୋଗରୁ ମୁକ୍ତି ମିଳିଥାଏ,ଦାନ୍ତକୁ ମଜବୁତ କରିଥାଏ,ପେଟକୁ ସଫା କରିଥାଏ,ମସ୍ତିଷ୍କ ପ୍ରଖର ହୋଇଥାଏ,କୋଲେଷ୍ଟୋଲ ସ୍ତରକୁ କମ୍ କରିଥାଏ,କ୍ୟାନସରକୁ ରୋକିଥାଏ,ମଧୁମେହ ନିୟନ୍ତ୍ରଣ କରିଥାଏ,ମେଦବହୁଳତା କମ୍ କରିଥାଏ। କିନ୍ତୁ ପ୍ରତ୍ୟେକ ଲାଭଦାୟକ ଜିନିଷ ସହ କିଛି କ୍ଷତି ମଧ୍ୟ ହୋଇଥାଏ,ଯାହା ଆପଣଙ୍କୁ ସିଧାସଳଖ କ୍ଷତି ନ ପହଞ୍ଚାଇ ବିଭିନ୍ନ ଉପାୟରେ କ୍ଷତିଗ୍ରସ୍ତ କରିଥାଏ। ଆସନ୍ତୁ ଜାଣିବା ସେଓ ଖାଇବା ପରେ ଆପଣଙ୍କୁ କେଉଁ କେଉଁ ଜିନିଷ ଖାଇବା ଅନୁଚିତ।

ପାଣି : କେତେକ ଲୋକ ମାନନ୍ତି ଯେ ଫଳ ଖାଇବା ପରେ ପାଣି ପିଇବା ଦ୍ବାରା ପେଟରେ ସଙ୍କୋଚନ ଏବଂ ପେଟ ଫୁଲା ପରି ସମସ୍ୟା ହୋଇଥାଏ କାରଣ ଫଳରେ ଅଧିକ ମାତ୍ରାରେ ୟିଷ୍ଟ ଏବଂ ସୁଗାର ହୋଇଥାଏ ଯାହା ପେଟର ଏସିଡକୁ ପତଳା କରିଥାଏ ଏବଂ ୟିଷ୍ଟକୁ ଜୀବିତ ରହିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ ଏବଂ କାର୍ବନ ଡାଇଅକ୍ସାଇଡର ଉତ୍ପାଦନ ଦ୍ବାରା ପେଟରେ ଗ୍ୟାସ୍ ହୋଇଥାଏ।

ଗବେଷମାନେ ମଧ୍ୟ ଏକଥାରେ ସହମତ ଯେ ସେଓ ଭଳି ଖଟା-ମିଠା​ ଏବଂ ରସଯୁକ୍ତ ଖାଦ୍ୟ ଖାଇବା ପରେ ପାଣି ପିଇବା ଦ୍ବାରା ପିଏଚ ସ୍ତର ପ୍ରଭାବିତ ହୋଇଥାଏ। କିଛି ଖାଇବା ପରେ ପେଟ ଖାଇବା ପ୍ରତିକ୍ରିୟାରେ କିଛି ଏସିଡ ଛାଡ଼ିଥାଏ ଏବଂ ଏହା ପିଏଚ୍ ସ୍ତରକୁ ନିର୍ଦ୍ଧାରିତ କରିଥାଏ। ଏହା ସନ୍ତୁଳିତ ନ ହୋଇପାରିଲେ ପେଟ ଫୁଲିବା,ବଦହଜମୀ,ବ୍ୟାକ୍ଟେରିଆର ବିକାଶ କିମ୍ବା ଗ୍ୟାସର କାରଣ ହୋଇଥାଏ।

ଖଟା ଜିନିଷ ଏବଂ ମୂଳା : ସେଓ ଖାଇବା ପରେ ଖଟା ଜିନିଷ ଖାଇବା ଅନୁଚିତ୍। ଭିନେଗାର ଯୁକ୍ତ ଖାଦ୍ୟ,ଆଚାର ଜମା ଖାଇବା ଉଚିତ୍ ନୁହେଁ। ଫଳରେ ଶରୀରରେ ଗ୍ୟାସ୍ ଭଳି ସମସ୍ୟା ଦେଖା ଦେଇପାରେ। ସେହିପରି ଆପଣ ମୂଳା ମଧ୍ୟ ଖାଇବା ଅନୁଚିତ୍। ଫଳରେ ଆପଣଙ୍କୁ ତ୍ବଚା ସମ୍ବନ୍ଧୀୟ ରୋଗ ହୋଇପାରେ।

ଦହି : ସେଓ ଖାଇବା ପରେ ଦହି ମଧ୍ୟ ଖାଇବା ଅନୁଚିତ୍। ଏହି ଦୁଇଟି ଥଣ୍ଡା ଖାଦ୍ୟ। ଏହା ଶରୀରରେ କଫ ବୃଦ୍ଧି କରିଥାଏ। ଏଥିପାଇଁ ସେଓ ଖାଇବାର ତୁରନ୍ତ ପରେ ଦହି ଖାଇବା ଅନୁଚିତ୍।

   Related Posts