Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ପାଟିରୁ ପିଆଜ ରସୁଣର ଦୁର୍ଗନ୍ଧ ହେଉଥିଲେ : ଜାଣନ୍ତୁ କିଭଳି ପାଇବେ ମୁକ୍ତି

11/11/2018 at 4:25 PM

ଭୁବନେଶ୍ବର ୧୧/୧୧: ଆମେ ସମସ୍ତେ ଏହା ଜାଣୁ ଯେ ପିଆଜ ରସୁଣ ଖାଇବା ଦ୍ବାରା ଆମକୁ ଏକ ଅଲଗା ସ୍ବାଦ ମିଳିଥାଏ କିନ୍ତୁ ପିଆଜ ରସୁଣ ଖାଇବା ଦ୍ବାରା ଆମ ପାଟିରୁ ଦୁର୍ଗନ୍ଧ ବାହାରିଥାଏ ।

ପିଆଜ ଏବଂ ରସୁଣରେ ଏଲିସିନ୍,ଅଲାୟଲ ମିଥାଇଲ ସଲଫାଇଡ ଏବଂ ସିସଟିନ ସଲଫୋକ୍ସାଇଡ ଭଳି କେତେକ ଖାସ୍ ଉପାଦାନ ରହିଥିବାରୁ ଏହା ଖାଇବା ଦ୍ବାରା ପାଟିରୁ ଦୁର୍ଗନ୍ଧ ବାହାରିଥାଏ। ଯେତେବେଳେ ଆମେ ପିଆଜ ରସୁଣକୁ କାଟିଥାଉ ସେଥିରେ ଅଲାୟଲ ମିଥାଇଲ ବାହାରିଥାଏ ଏବଂ ଯେତେବେଳେ ଆମେ ଏହା ଖାଇଥାଉ ଏହି ଉପାଦାନ ଆମ ରକ୍ତପ୍ରବାହରେ ମିଶି ନିଃଶ୍ବାସ ନେବାବେଳେ ଦୁର୍ଗନ୍ଧ ହୋଇଥାଏ। ଯଦି ପିଆଜ ରସୁଣର ଦୁର୍ଗନ୍ଧରୁ ମୁକ୍ତି ଚାହୁଛନ୍ତି ତେବେ ଏହି ଜିନିଷଗୁଡ଼ିକ ଖାଆନ୍ତୁ

୧.କ୍ଷୀର:ପିଆଜ ରସୁଣରେ ଥିବା ଉପାଦାନ ଯେଉଁଥିରୁ ଦୁର୍ଗନ୍ଧ ବାହାରିଥାଏ ତାହାକୁ କ୍ଷୀର ବହୁତ କମ୍ କରିଦେଇଥାଏ। ପିଆଜ ରସୁଣ ଖାଇବାର ୧୫-୨୦ମିନିଟ ପରେ କ୍ଷୀର ପିଅନ୍ତୁ।

୨.ସେଓ: ଖାଇସାରିବା ପରେ ସେଓ ଖାଇବା ଦରକାର କାରଣ ଏଥିରେ ଥିବା ଏନଜାଇମ୍ ସଲଫର ଉପାଦାନକୁ ନଷ୍ଟ କରିଥାଏ ଯାହା ଦ୍ବାରା ପାଟିରୁ ଦୁର୍ଗନ୍ଧ ହୋଇନଥାଏ। ଆପଣ ସେଓ ଖାଇବା ବ୍ୟତୀତ ତାଜା ରସ ମଧ୍ୟ ପିଇ ପାରିବେ।

୩.ପାଣି: ପିଆଜ ,ରସୁଣ ଖାଇ ପାଟିରୁ ବାହାରୁଥିବା ଦୁର୍ଗନ୍ଧକୁ କମାଇବାର ସବୁଠୁ ସହଜ ଏବଂ ପ୍ରଭାବଶାଳୀ ଉପାୟ ହେଉଛି ପାଣି। ଖାଇ ସାରିବା ପରେ ଅଳ୍ପ ନଖ ଉଷୁମ ପାଣି ପିଇବା ଦ୍ବାରା ଏହା ଟକ୍ସିନକୁ ନଷ୍ଟ କରି ଦୂର କରିଥାଏ।

୪.ଧନିଆଁ ପତ୍ର: କଅଁଳ ଧନିଆଁ ପତ୍ର ଖାଇବା ଦ୍ବାରା କେବଳ ପାଟିର ଦୁର୍ଗନ୍ଧ ଦୂର ହୋଇନଥାଏ ବରଂ ପାଟି ପରିଷ୍କାର ହୋଇଥାଏ।

୫.ଲେମ୍ବୁ ପାଣି: ଲେମ୍ବୁରେ ଥିବା ସାଇଟ୍ରିକ୍ ଏସିଡ ଏବଂ ଆଣ୍ଟି ବ୍ୟାକ୍ଟେରିଆ ଏଥିରୁ ବାହାରୁଥିବା ଦୁର୍ଗନ୍ଧକୁ ଦୂର କରିଥାଏ। ଏଥି ପାଇଁ ଅଳ୍ପ ନଖ ଉଷୁମ ପାଣିରେ ଲେମ୍ବୁ ରସ ପକାଇ ଖାଇବାର ୧୫ମିନିଟ ପରେ କୁଳି କଲେ ଦୁର୍ଗନ୍ଧ ଦୂର ହୋଇଥାଏ।

୬.ବିନା ଚିନି ଚୁଇଙ୍ଗ ଗମ୍: ବିନା ଚିନି ଚୁଇଙ୍ଗ ଗମ୍ ଖାଇବା ଦ୍ବାରା ଏଥିରୁ ଲାଳ ବାହାରି ଦୁର୍ଗନ୍ଧକୁ ଦୂର କରିଥାଏ ଏବଂ କ୍ଷତିକାରକ ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ।

୭.ପାନମଧୁରୀ ଏବଂ ଅଳେଇଚ: ପାନମଧୁରୀ ଏବଂ ଅଳେଇଚ ଚୋବାଇବା ଦ୍ବାରା ଦୁର୍ଗନ୍ଧ ଦୂର ହୋଇଥାଏ।

   Related Posts