କ୍ଷୀର ପିଇବା ପରେ ଏହି ସବୁ ଖାଦ୍ୟ ପଦାର୍ଥ ଖାଇବା ଅନୁଚିତ୍

Published By : Prameya-News7 Bureau | April 30, 2019 IST

wp:heading {"level":5}
କ୍ଷୀରରେ ବହୁ ପୁଷ୍ଟିକର ତତ୍ୱ ଥାଏ ତେଣୁ ପ୍ରତିଦିନ କ୍ଷୀର ପିଇବା ଏକ ଭଲ ଅଭ୍ୟାସ। କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ପିଲା ଛୁଆଙ୍କଠୁ ଆରମ୍ଭ କରି ବୟସ୍କ ଲୋକ ଯାଏଁ କ୍ଷୀର ପିଇବା ଜରୁରି। ଘରେ ମଧ୍ୟ ମା ମାନେ କ୍ଷୀର ପିଇବାକୁ କୁହନ୍ତି କାରଣ ଅଧିକାଂଶ ଲୋକେ ଭାବନ୍ତି ଯେ, କ୍ଷୀର ପିଇଲେ ସ୍ମରଣ ଶକ୍ତି ବଢିଥାଏ।  କ୍ଷୀର ପିଇଲେ ପରୀକ୍ଷାରେ ଭଲ ପରିଣାମ ଭଲ ହେବ ବୋଲି କୁହନ୍ତି। କ୍ଷୀର ପିଇବା ଭଲ କିନ୍ତୁ ଏହା ସହ କିଛି ଜିନିଷର ଧ୍ୟାନ ରଖିବା ଆବଶ୍ୟକ।  କ୍ଷୀର ପିଇବା ପୂର୍ବରୁ ବା ପରେ  କିଛି ଖାଦ୍ୟ ପଦାର୍ଥ ଖାଇବା ଅନୁଚିତ୍‌। ବୈଜ୍ଞାନିକଙ୍କ ଅନୁସାରେ କ୍ଷୀର ପିଇବା ପରେ କିଛି ଜିନିଷରୁ ସତର୍କ ରହିବା ଉଚିତ୍‌।  
/wp:heading {"id":108939}

ମୁଳା- କ୍ଷୀର ପିଇବା ପୂର୍ବରୁ ବା ପରେ ମୁଳା ଖାଇବା ଅନୁଚିତ୍‌। ଏହା ଦ୍ବାରା ଚର୍ମ ସମ୍ୱନ୍ଧୀୟ ରୋଗ ହୋଇପାରେ। କ୍ଷୀର ପିଇବା ପରେ କୌଣସି ଖଟା ଜାତୀୟ ଖାଦ୍ୟ ଖାଇଲେ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡେ।

{"id":108941}
wp:heading {"level":5}
ଡାଲି- ସାଧାରଣତଃ ଭାରତୀୟ ଘରେ ଡାଲି ଖାଇବା ଖୁବ୍‌ ପସନ୍ଦ କରନ୍ତି। କିନ୍ତୁ ଡାଲି ଖାଇବା ପୂର୍ବରୁ ବା ପରେ କ୍ଷୀର ପିଇଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। କ୍ଷୀର ପିଇବା ସମୟରେ ଚଣା, ମୁଗ ଜାତୀୟ ଖାଦ୍ୟ ପଦାର୍ଥ ଖାଇବା ଉଚିତ୍‌ ନୁହେଁ। ଏହା ଦ୍ବାରା ହାର୍ଟ ରୋଗର ସମସ୍ୟା ଦେଖା ଯାଇଥାଏ।
/wp:heading {"id":108942}
wp:heading {"level":5}
ଫଳ- ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଓ ଅନେକ ଲୋକ ଫଳ ଖାଇବାକୁ ମଧ୍ୟ ପସନ୍ଦ କରିଥାନ୍ତି । କିନ୍ତୁ କ୍ଷୀର ପିଇବା ପରେ ବା ପୂର୍ବରୁ ଫଳ ଖାଇବା ଅନୁଚିତ୍‌।
/wp:heading {"id":108943}
wp:heading {"level":5}
ମାଛ- କିଛି ଜଣ ମାଛ ଖାଇବା ପରେ କ୍ଷୀର ପିଅନ୍ତି କିନ୍ତୁ ତାହା ଭୁଲ। କ୍ଷୀର ପିଇବା ପୂର୍ବରୁ ବା ପରେ ମାଛ ଖାଇଲେ ଅନେକ ରୋଗ ହୋଇଥାଏ।
/wp:heading {"id":108944}
wp:heading {"level":5}
ପଣସ- ପଣସ ଖାଇବା ପରେ କେବେ କ୍ଷୀର ପିଇବା ଉଚିତ୍‌ ନୁହେଁ । କାରଣ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।
/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.