Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

କେଉଁ ଫୁଲ ପୂଜା ପାଇଁ ଉପଯୁକ୍ତ ନୁହେଁ ଜାଣନ୍ତୁ

7/11/2019 at 4:15 PM

ପୋକ ଖାଇଥିବା ,କଟା-ଫଟା,କଢ଼,କେଶ ଲାଗିଥିବା ,ମୂଷା କାଟିଥିବା, ଉତ୍କଟ ଗନ୍ଧଯୁକ୍ତ ପୁଷ୍ପ,ଅନ୍ୟ ଦେବତାଙ୍କ ତଥା ପାଦ ସଂସ୍ପର୍ଶରେ ଆସିଥିବା ଫୁଲ,ଭୂମି ଉପରେ ପଡ଼ିଥିବା ଫୁଲ,ଚୋରେଇ ଆଣିଥିବା ପୁଷ୍ପ ଦିଅଁ ଦେବତାଙ୍କ ଉପରେ ଚଢ଼େଇବା ଉଚିତ୍ ନୁହେଁ।

କମଳ ଫୁଲ ୧୧ଦିନ ଯାଏଁ ବାସି ହୁଏ ନାହିଁ। କୁମୁଦ ଫୁଲ ୫ଦିନ ଯାଏଁ ବାସି ହୁଏ ନାହିଁ। ତୁଳସୀ ପତ୍ର ,ବେଲ ପତ୍ର,ଅଗସ୍ତ୍ୟ ଫୁଲ ଏସବୁ କେବେ ବାସି ହୁଏ ନାହିଁ।

ବେଲ ପତ୍ର,ଅଁଳା ଏବଂ ତୁଳସୀର ଛିଣ୍ଡା ପତ୍ର ମଧ୍ୟ ଚଢ଼ାଯାଇପାରେ। ଶାସ୍ତ୍ର ନୀତିନିୟମ ଅନୁସାରେ ମଧ୍ୟାହ୍ନ ସ୍ନାନ ପରେ ଫୁଲ ତୋଳିବା ନିଷିଦ୍ଧ ଅଟେ।

ଭଗବାନ ଶଙ୍କରଙ୍କୁ କୁନ୍ଦ-କଦଳୀ,ବିଷ୍ଣୁଙ୍କୁ ଦୁଦୁରା,ଦେବୀଙ୍କୁ ଅରଖ-ମନ୍ଦାର,ସୂର୍ଯ୍ୟଙ୍କୁ ଟଗର ଅର୍ପଣ କରାଯାଏ ନାହିଁ, ମାତ୍ର ମାତ୍ର ବାର୍ତ୍ତ୍ୟପଦ୍ଧତି କିମ୍ବା ତାନ୍ତ୍ରିକ ପଦ୍ଧତିରେ ଚଢ଼ାଯାଇପାରେ। କୌଣସି ପତ୍ର ବା ପୁଷ୍ପ କୌଣସି ଦେବତାଙ୍କୁ ଓଲଟା କରି ଚଢ଼ାଇବା ଅନୁଚିତ୍। ଶ୍ରୀ କୃଷ୍ଣଙ୍କ ପାଇଁ କୁମୁଦ,କନିଅର,ମଲ୍ଲୀ,ଚମ୍ପା,ନଦ୍ୟାବର୍ତ୍ତ,ପଳାଶ ପତ୍ର,ପଳାଶ ପୁଷ୍ପ,ଦୁବ,ଭୃଙ୍ଗାର ଏବଂ ବନମାଳା ଆଦି ପରମ ପ୍ରିୟ ଅଟେ। କମଳ ପୁଷ୍ପ ଲକ୍ଷ୍ମୀଙ୍କ ନିବାସ ଥିବା ହେତୁ ଅନ୍ୟ ଫୁଲ ଅପେକ୍ଷା ହଜାର ଗୁଣ ପ୍ରିୟ ଏବଂ କମଳଠାରୁ ତୁଳସୀ ହଜାର ଗୁଣ ଅଧିକ ପ୍ରିୟ ଅଟେ। ଏଣୁ ଯଦି କୌଣସି ଫୁଲ ନମିଳେ ତେବେ ତୁଳସୀ ଶାଖା,ମୂଳ ବା ମୂର୍ତ୍ତିକା ଦ୍ବାରା ପୂଜା କରିବା ବିଧେୟ।

ଶିବଙ୍କୁ କେତକୀ,ଗଣେଶଙ୍କୁ ତୁଳସୀ ଏବଂ ଦୁର୍ଗାଙ୍କୁ ଦୁର୍ବାଦଳ ଚଢ଼ାଇବା ଅନୁଚିତ୍। କରବୀର ଏବଂ ଜବା ପୁଷ୍ପ ଦୁର୍ଗାଙ୍କ ଅତି ପ୍ରିୟ ଅଟେ। ଏହାକୁ ବିଚାର କରି ବିଧିବିଧାନ ପୂର୍ବକ ମନ୍ତ୍ର ପାଠ କରି ପୁଷ୍ପ ଚଢ଼ାଇବା ଉଚିତ୍।

   Related Posts