ବିଛା ରାଶିରେ ଲାଗିବାକୁ ଯାଉଛି ସୂର୍ଯ୍ୟ ପରାଗ : ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଫାଇଦା ହିଁ ଫାଇଦା

Published By : Prameya-News7 Bureau | December 10, 2020 IST

ଡିସେମ୍ବର ୧୪ତାରିଖ ରାତିରେ ବର୍ଷର ଶେଷ ସୂର୍ଯ୍ୟ ପରାଗ ମଙ୍ଗଳର ରାଶି ବିଛାରେ ଲାଗିବାକୁ ଯାଉଛି। ଏହି ପରାଗ ତ ଭାରତରେ ଦେଖାଯିବ ନାହିଁ କିନ୍ତୁ ଏହାର ପ୍ରଭାବ ସମସ୍ତ ରାଶିର ବ୍ୟକ୍ତିଙ୍କ ଉପରେ ନିଶ୍ଚୟ ପଡ଼ିବ। ପରାଗ ସମୟରେ ବିଛା ରାଶିରେ ସୂର୍ଯ୍ୟଙ୍କ ସହ ବୁଧ,ଶୁକ୍ର,କେତୁ ଏବଂ ଚନ୍ଦ୍ର ମଧ୍ୟ ଉପସ୍ଥିତ ରହିବେ। ଏପରି କ୍ଷେତ୍ରରେ ବିଛା ରାଶିରେ ୫ଟି ଗ୍ରହର ଉପସ୍ଥିତି ରହିବ। କିଛି ରାଶିର ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟ ପରାଗ ଖୁସି ଖବର ନେଇ ଆସିବାବେଳେ କିଛି ରାଶିର ବ୍ୟକ୍ତିଙ୍କ ଜୀବନରେ ସମସ୍ୟା ଦେଖାଯିବ। ଆମେ ସେହି ରାଶିର ବ୍ୟକ୍ତିଙ୍କ ବିଷୟରେ ଜାଣିବା ଯେଉଁମାନଙ୍କ ଜୀବନରେ ସୂର୍ଯ୍ୟ ପରାଗର ଭଲ ପ୍ରଭାବ ଦେଖିବାକୁ ମିଳିବ।

୧.ମିଥୁନ ରାଶି : ସୂର୍ଯ୍ୟ ପରାଗ ଆପଣଙ୍କ ରାଶିରେ ୬ଷ୍ଠ ସ୍ଥାନରେ ଲାଗିବାକୁ ଯାଉଛି । ଏହି ସମୟରେ ଶତ୍ରୃ ଆପଣଙ୍କୁ ହଇରାଣ କରିବାକୁ ଉଦ୍ୟମ କରିବେ କିନ୍ତୁ ଆପଣ ବାଧା ସତ୍ବେ ଶତ୍ରୃଙ୍କ ଉପରେ ବିଜୟ ହାସଲ କରିବେ। ଆପଣ ନିଜ ସମସ୍ୟାଗୁଡ଼ିକ ଧୈର୍ଯ୍ୟ ଏବଂ ବୁଦ୍ଧି ବଳରେ ସମାଧାନ କରିବେ ଏବଂ ସଫଳ ହେବେ। ଆର୍ଥିକ ମାମଲାରେ ଆପଣଙ୍କ ଅବସ୍ଥା ଅଧିକ ନକରାତ୍ମକ ହେବ ନାହିଁ। ଆର୍ଥିକ ଲାଭର ଯୋଗ ହେବ ଏବଂ ବେକାର ଯୁବବର୍ଗ ଚାକିରୀ ପାଇବାରେ ସଫଳ ହେବେ। କାର୍ଯ୍ୟକ୍ଷେତ୍ରରେ ଉଦ୍ୟମରୁ ଲାଭ ମିଳିବ।

୨. କର୍କଟ ରାଶି : ସୂର୍ଯ୍ୟ ପରାଗ ଆପଣଙ୍କ ରାଶିରେ ୫ମ ସ୍ଥାନରେ ଲାଗିବାକୁ ଯାଉଛି। ପରାଗ ସମୟରେ ପ୍ରେମର କାରକ ଶୁକ୍ର ସୂର୍ଯ୍ୟଙ୍କ ସହ ଉପସ୍ଥିତ ରହିବେ,ଏପରି କ୍ଷେତ୍ରରେ ଆପଣଙ୍କ ପ୍ରେମ ଜୀବନକୁ ଏହା ସାମାନ୍ୟ ପ୍ରଭାବିତ କରିପାରେ। କିନ୍ତୁ ଏହି ସମୟରେ ଆପଣ ଜଣେ ଭଲ କଳାକାର ଭାବେ ସାବ୍ୟସ୍ତ ହେବେ ଏବଂ ଅତୀତର ସମସ୍ତ ସମସ୍ୟାରୁ ମୁକ୍ତ ହେବେ। ଯେଉଁମାନେ ଚାକିରୀ କରୁଛନ୍ତି ସେମାନଙ୍କ ପାଇଁ ଏହି ସମୟ ଭଲ ରହିବ। ସେମାନଙ୍କ ଆମଦାନୀ ବଢ଼ିବାର ଯୋଗ ରହିଛି। ସନ୍ତାନଙ୍କ ଶିକ୍ଷା ପାଇଁ ଆପଣଙ୍କୁ ଅଳ୍ପ ଉଦ୍ୟମ କରିବାକୁ ପଡ଼ିବ।

୩. କନ୍ୟା ରାଶି : ରାଶିର ତୃତୀୟ ସ୍ଥାନରେ ଲାଗିବାକୁ ଯାଉଥିବା ସୂର୍ଯ୍ୟ ପରାଗ ଭାଇ-ବନ୍ଧୁଙ୍କ ପାଇଁ ଭଲ ରହିବ ନାହିଁ। ଏମାନଙ୍କୁ ନେଇ ଅଳ୍ପ ଚିନ୍ତା ଏବଂ ସମସ୍ୟା ହୋଇପାରେ। ଖାସ୍ କରି ବଡ଼ ଭାଇଙ୍କ ସହ ତାଳମେଳ ବଜାୟ ରଖନ୍ତୁ କାରଣ ତାଙ୍କ ସହ ବିବାଦ ହୋଇପାରେ। ସୂର୍ଯ୍ୟ ପରାଗ ଚାକିରୀ ଏବଂ ବ୍ୟବସାୟରେ ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ନିଜ କଥା ଉପରେ ସଂଯମ ରଖନ୍ତୁ।

୪. କୁମ୍ଭ ରାଶି : ସୂର୍ଯ୍ୟ ପରାଗ ଆପଣଙ୍କ ରାଶିର ୧୦ମ ସ୍ଥାନରେ ଲାଗିବାକୁ ଯାଉଛି। ଏହି ସମୟରେ ଆପଣଙ୍କୁ ବିଦେଶରୁ ଭଲ ଶୁଣିବାକୁ ମିଳିବ କିନ୍ତୁ ଆପଣ ନୂତନ ଯୋଜନା କରନ୍ତୁ ନାହିଁ। ଆର୍ଥିକ ମାମଲାରେ ନିର୍ଣ୍ଣୟ ନେବାକୁ ଏହି ସମୟ ଭଲ ,ଆପଣ ଯେକୌଣସି ସ୍ଥାନରେ ମଧ୍ୟ ନିବେଶ କରିପାରିବେ। କାମ ସମ୍ବନ୍ଧରେ କରାଯାଇଥିବା ଉଦ୍ୟମ ସଫଳ ହେବ ଏବଂ କାର୍ଯ୍ୟକ୍ଷେତ୍ରରେ ପଦ ବୃଦ୍ଧି ହେବ। କିନ୍ତୁ ମନରେ କୌଣସି ଅଜଣା ଡର ଘାରିବ। ଏଥିପାଇଁ ଆପଣ ଧର୍ମ-କର୍ମ​‌ରେ ମନ ଲଗାଇବେ। କିଛି ଅଜ୍ଞାତ ସ୍ରୋତରୁ ଲାଭ ମିଳିପାରେ।

୫. ମୀନ ରାଶି : ସୂର୍ଯ୍ୟ ପରାଗ ଆପଣଙ୍କ ରାଶିରେ ନବମ ସ୍ଥାନରେ ଲାଗିବାକୁ ଯାଉଛି ଯାହା ଆପଣଙ୍କ ଭାଗ୍ୟର ସ୍ଥାନ। ଏହି ପରାଗ ଆପଣଙ୍କ ଭାଗ୍ୟ ଉପରେ ପ୍ରଭାବ ପକାଇବ। ବାପାଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ରହିପାରନ୍ତି କିନ୍ତୁ ସମୟ ଗଡ଼ିବା ସହ ସବୁ କିଛି ଠିକ୍ ହୋଇଯିବ। ସୂର୍ଯ୍ୟ ପରାଗ ଆପଣଙ୍କୁ ଅଧିକ ପ୍ରଭାବିତ କରିବ ନାହିଁ କିନ୍ତୁ ଏହି ସମୟରେ ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। ଏହାର ପୂରା ଶ୍ରେୟ ଆପଣଙ୍କ ପରିଶ୍ରମ ଉପରେ ଯିବ। ଆପଣ ଭାଗ୍ୟ ଭରସାରେ ବସିଲେ ଆପଣଙ୍କର କ୍ଷତି ହେବ। ଯଦି ଆପଣଙ୍କ ଧନ ଅଟକି ରହିଛି ତେବେ ଏହି ସମୟରେ ଏହା ମିଳିବାର ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.