୨ ଦିନ ପରେ ମହଙ୍ଗା ହୋଇଯିବ ଏହି ୫ଟି ଜିନିଷ ; ଜାଣନ୍ତୁ କ'ଣ

Published By : Prameya-News7 Bureau | March 29, 2019 IST

ନୂଆଦିଲ୍ଲୀ ୨୯/୩ : ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର ୨ ଦିନ ବାକି ଅଛି | ଏପ୍ରିଲ ୧ ତାରିଖରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହେବ | ନୂତନ ଆର୍ଥିକ ବର୍ଷ ଆରମ୍ଭ ହେବାପରେ ଆପଣଙ୍କ ପାକେଟକୁ ଝଟକା ଲାଗିବ | କାରଣ ଏପ୍ରିଲ ୧ ତାରିଖରୁ ୫ଟି ସାମଗ୍ରୀର ଦର ବଢ଼ିଯିବ | ଆସନ୍ତୁ ଜାଣିବା ୧ ତାରିଖରୁ କେଉଁ କେଉଁ ସାମଗ୍ରୀ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ |


ମହଙ୍ଗା ହେବ କାର ଚଢିବା :
ଯଦି ଆପଣ ଚଳିତବର୍ଷ ଗାଡି କିଣିବା ପାଇଁ ଯୋଜନା କରୁଛନ୍ତି ତାହେଲେ ଆସନ୍ତା ୨ ଦିନ ମଧ୍ୟରେ କିଣିପକାନ୍ତୁ | କାରଣ ଅନେକ କମ୍ପାନୀ କାରଗୁଡିକର ଦର ୭୫ ହଜାର ଟଙ୍କା ବଢିାଇବାକୁ ଯାଉଛନ୍ତି | ଟାଟା ମୋଟର୍ସ, ଟୋୟୋଟା, ଜାଗୁଆର ଏବଂ ମହିନ୍ଦ୍ରା ଭଳି କମ୍ପାନୀ ନିଜ ନିଜ କାରର ଦର ବଢାଇବାକୁ ଯାଉଛନ୍ତି | ଟାଟା ମୋଟର୍ସ ୨୫ ହଜାର ଟଙ୍କା ବଢାଇବାକୁ ଯାଉଥିବାବେଳେ ମହିନ୍ଦ୍ରା ୭୫ ହଜାର ଟଙ୍କା ବଢାଇବାକୁ ଯାଉଛି | ଜାଗୁଆର ନିଜ ମୂଲ୍ୟର ୪ ପ୍ରତିଶତ ଦର ବଢାଇବାକୁ ଯାଉଛି |

{"id":98138}


ଏଲପିଜି ଗ୍ୟାସ :
ଆଜିକାଲି ପ୍ରାୟ ସମସ୍ତଙ୍କ ଘରେ ଗ୍ୟାସ ସିଲିଣ୍ଡର ଅଛି | ରୋଷେଇ ପାଇଁ ଘରେ ଘରେ ଏଲପିଜି ଗ୍ୟାସ ବ୍ୟବହାର କରଯାଉଛି | ରୋଷେଇ ଗ୍ୟାସ ବା ଏଲପିଜି ଗ୍ୟାସର ଦର ମଧ୍ୟ ଆସନ୍ତା ୨ ଦିନ ପରେ ବଢିବାକୁ ଯାଉଛି | ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି ତାହେଲେ ଏହି ୨ ଦିନ ଭିତରେ ଯଦି ଗ୍ୟାସ ଅର୍ଡର କରିବେ ତାହେଲେ ପୁରୁଣା ମୂଲ୍ୟରେ ପାଇବେ | ନଚେତ ୨ ଦିନ ପରେ ନୂଆ ଦର ଲାଗୁ ହୋଇଯିବ ଏବଂ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ | ତୈଳ କମ୍ପାନୀ ପ୍ରତ୍ୟେକ ମାସର ୧ ତାରିଖରୁ ରୋଷେଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ କରିଥାନ୍ତି |

{"id":98140}


ସିଏନଜି ଗ୍ୟାସ :
ଘରେ ଘରେ ବ୍ୟବହାର କରାଯାଉଥିବା ପ୍ରାକୃତିକ ଗ୍ୟାସ ବା ପିଏନଜି ଗ୍ୟାସ ଏବଂ ଗାଡିମାନଙ୍କରେ ଭର୍ତ୍ତି କରାଯାଉଥିବା ସିଏନଜି ଗ୍ୟାସ ଦର ମଧ୍ୟ ଏପ୍ରିଲ ୧ ତାରିଖରୁ ବୃଦ୍ଧି ହେବାର ସମ୍ଭାବନା ରହିଛି | ପ୍ରାକୃତିକ ଗ୍ୟାସ ବା ପିଏନଜି ଗ୍ୟାସ ଦର ୧୮ ପ୍ରତିଶତ ବଢିପାରେ | ଗ୍ୟାସ ଦର ବଢିବା ଯୋଗୁଁ ମହଙ୍ଗା ଦର ମଧ୍ୟ ବଢିପାରେ |

{"id":98141,"width":573,"height":429}


ଫ୍ଲାଇଟ ଭଡା :
ଫ୍ଲାଇଟରେ ଯିବା ଆସିବା କରିବ ମଧ୍ୟ ଆସନ୍ତା ଆର୍ଥିକ ବର୍ଷ ଠାରୁ ମହଙ୍ଗା ପଡିବ | ଫ୍ଲାଇଟ ଭଡା ଏବେ ମଧ୍ୟ କମ ନାହିଁ | କିନ୍ତୁ ୨ ଦିନ ପରେ ଫ୍ଲାଇଟ ଟିକେଟ ଦର ଆହୁରି ବଢ଼ିଯାଇପାରେ | ଆପଣ ଯଦି ଖରା ଛୁଟି ପାଇଁ କୁଆଡେ ବୁଲିଯିବା ପାଇଁ ଯୋଜନା କରିଛନ୍ତି ତାହେଲେ ଏହି ୨ ଦିନ ଭିତରେ ଟିକେଟ ବୁକ କରିଦିଅନ୍ତୁ | କାରଣ ୨ ଦିନ ପରେ ଟିକେଟ ଦର ବଢ଼ିଯିବ | ସରକାରଙ୍କ ଏକ ସମିତି ଫ୍ଲାଇଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଠାରୁ ପୂର୍ବାପେକ୍ଷା ଅଧିକ ଟ୍ୟାକ୍ସ ନେବା ପାଇଁ ସୁପାରିଶ କରିଛନ୍ତି |

{"id":98142,"width":578,"height":386}


ହୃଦରୋଗୀଙ୍କ ଚିକିତ୍ସା :
ହୃଦରୋଗୀଙ୍କ ଚିକିତ୍ସା କରାଇବା ପଡିବ ମହଙ୍ଗା | କାରଣ ହୃଦରୋଗୀଙ୍କ ଚିକିତ୍ସା ପାଇଁ ଦରକାର ଗେଉଥିବା ସ୍ଟେଣ୍ଟର ମୂଲ୍ୟ ଆସନ୍ତା ୨ ଦିନ ପରେ ଅର୍ଥାତ ଏପ୍ରିଲ ୧ ତାରିଖରୁ ବୃଦ୍ଧି ପାଇବ | ପୁରୁଣା ମୂଲ୍ୟ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ହିଁ ରହିବ | ନୂଆ ମୂଲ୍ୟ ୧ ତାରିଖରୁ ଲାଗୁ ହେବ | ନୂଆ ମୂଲ୍ୟ ଲାଗୁ ହେବାପରେ ହସ୍ପିଟାଲରେ ନୂଆ ରେଟ ଚାର୍ଟ ଆଧାରରେ ଚିକିତ୍ସା କରାଯିବ ଏବଂ ସେନେଇ ଚିକିତ୍ସା ଦର ଧାର୍ଯ୍ୟ କରାଯିବ |

{"id":98143,"width":566,"height":288}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.